Tokyo Olympics
ଟୋକିଓ ଅଲିମ୍ପିକ୍ସରେ ଆଜି ପୁଣି ଟ୍ରାକକୁ ଓହ୍ଲାଇବେ ଦୂତି । ଆଜି ସେ ୨୦୦ ମିଟର ରେସରେ ଦୌଡ଼ିବେ । ଚତୁର୍ଥ ହିଟର ସପ୍ତମ ଲାଇନରେ ଦୌଡିବେ ଦୂତି ଚାନ୍ଦ । ଏଥିପାଇଁ ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି ଏହି ଓଡ଼ିଆ ଆଥଲେଟ । ଟୋକିଓରୁ ଏକ ଭିଡିଓ ମେସେଜ୍ ଜରିଆରେ ଦୂତି କହିଛନ୍ତି, ସେ ୧୦୦ ମିଟର ଦୌଡରେ ଭଲ କରିବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହୋଇପାରି ନଥିବାରୁ ଦୁଃଖିତ । ଆଜି ସେ ୨ଶହ ମିଟର ଦୌଡରେ ଭଲ କରିବେ ବୋଲି ଆଶା ରଖିଛନ୍ତି । ଶହେ ମିଟରରେ ମଧ୍ୟ ସେ ଭାଗ ନେଇଥିଲେ । କିନ୍ତୁ ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଥିଲେ ଦୂତି ଚାନ୍ଦ ।
ଟୋକିଓ ଅଲିମ୍ପିକ୍ସରେ ଆଜି ଦୂତି ଚାନ୍ଦଙ୍କ ୨ ଶହ ମିଟର ଦୌଡ଼ ସହିତ ଭାରତର ଆହୁରି ଅନେକ ଇଭେଣ୍ଟ ଅଛି । ସକାଳ ୮ଟାରେ ଅଛି ୫୦ ମିଟର ରାଇଫଲ । ଏଥିରେ ଭାଗ ନେବେ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଓ ସଂଜୀବ ରାଜପୁତ । ଯଦି ଏମାନେ ପରବର୍ତ୍ତୀ ରାଉଣ୍ଡକୁ ଯିବେ, ତେବେ ଅପରାହ୍ନ ଗୋଟାଏ ୨୦ ମିନିଟରେ ପୁଣି ସୁଟିଂ ରେଞ୍ଜରେ ସେମାନଙ୍କୁ ଦେଖିବାକୁ ମିଳିବ ।
ସେହିପରି ସାଢ଼େ ୮ଟାରେ ରହିଛି ମହିଳା ହକିର କ୍ୱାଟର ଫାଇନାଲ । ଏଥିରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ମହିଳା ଦଳ । ବହୁ ବର୍ଷ ପରେ ମହିଳା ଟିମ୍ ଅଲିମ୍ପିକ୍ସ କ୍ୱାଟର ଫାଇନାଲରେ ପହଞ୍ଚିଥିବାରୁ ସେମାନଙ୍କ ଉପରେ ଦେଶବାସୀଙ୍କ ଆଶା ବଢ଼ି ଯାଇଛି । ଅପରାହ୍ନ ଗୋଟାଏ ତିରିଶରେ ରହିଛି ଫାଉଦ ମିର୍ଜାଙ୍କ ଜମ୍ପ । ସେହିପରି ସାଢ଼େ ୪ଟାରେ ରହିଛି ମହିଳା ଡିସ୍କସ୍ ଥ୍ରୋ । ଫାଇନାଲରେ ଏଥିରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିବେ କମଲପ୍ରୀତ କୌର । ସେ ଫାଇନାଲକୁ ଯାଇଥିବାରୁ ତାଙ୍କ ଉପରେ ପଦକ ଆଶା ଅଛି ।
Also Read
ସେପଟେ ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ଭାରତ । କ୍ୱାର୍ଟର ଫାଇନାଲରେ ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ୪ ଦଶନ୍ଧି ପରେ ଅଲିମ୍ପିକ୍ସ ସେମିରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)