• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • କମାଲ କରୁଛନ୍ତି ଭାରତୀୟ ଆଥ୍‌ଲେଟ୍‌

  • ୮ ପଦକ ହାତେଇଲାଣି ଭାରତ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ମଙ୍ଗଳବାର ଭାରତକୁ ଶୁଟିଂରେ ବ୍ରୋଞ୍ଜ ପଦକ ଦେଇଛନ୍ତି ସିଂହରାଜ ଅଧାନା । ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ ସିଂହରାଜ ୨୧୬.୮ ସ୍କୋର ସହ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି ।

ଏଥିସହ ଶୁଟିଂରେ ଭାରତ ଦ୍ୱିତୀୟ ପଦକ ହାତେଇଛି। ତାଙ୍କ ପୂର୍ବରୁ ମହିଳା ୧୦ ମିଟର୍ ରାଇଫଲ୍ ଏସଏସ୍-୧ ଇଭେଣ୍ଟରେ ଅବନୀ ଲେଖନା ଭାରତ ଖାତାରେ ସ୍ୱର୍ଣ୍ଣ ପଦକ ଦେଇଥିଲେ। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି। ଭାରତ ଚଳିତ ଗେମ୍ସରେ ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ଜିତିଛି ।

ସିଂହରାଜ ଅଧାନାଙ୍କ ଏହି ସଫଳତା ପରେ ତାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି। ଫରିଦାବାଦ ସ୍ଥିତ ତାଙ୍କ ଘରେ ଆଜି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଶୁଭେଚ୍ଛା ଜଣାଇବାକୁ ସମ୍ପର୍କୀୟ ଓ ସାଇ ପଡିଶାଙ୍କ ଭିଡ ଜମିଥିଲା। ସିଂହରାଜଙ୍କ ଘରେ ସିଂହରାଜଙ୍କ ଭଳି ତାଙ୍କ ପତ୍ନୀ ମଧ୍ୟ ଜଣେ ଶୁଟର ବୋଲି ସୂଚନା ମିଳିଛି। ଆଗାମୀ ପାରାଲିମ୍ପିକ୍ସରେ ଉଭୟ ଅଂଶଗ୍ରହଣ କରିବ ବୋଲି ଆଶା ରଖିଛନ୍ତି ତାଙ୍କ ପତ୍ନୀ।