Advertisment

ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ହରାଇଲା ଭାରତ

ନ୍ୟୁଜିଲାଣ୍ଡକୁ ୫୪୦ ରନ୍‌ର ଟାର୍ଗେଟ୍‌ ଦେଇଥିଲା ଭାରତ। ଆଉ ନ୍ୟୁଜିଲାଣ୍ଡ ୫୪୦ ରନ୍‌ର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍‌ରେ ୧୬୭ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
2nd Test

2nd Test

ମୁମ୍ବାଇ: ମୁମ୍ବାଇ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ। ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ହରାଇଲା ଭାରତ। ମୁମ୍ବାଇ ବିଜୟ ସହ ୧-୦ରେ ସିରିଜ୍ ଜିତିଲା ଭାରତ। ଗୋଟିଏ ଦିନ ଥାଇ ବିଜୟ ହାସଲ କରିଛି। ଭାରତ ୨ ଟିକିଆ ସିରିଜ୍‌ର କାନପୁର ଟେଷ୍ଟ ଡ୍ର ରହିଥିଲା। ମୁମ୍ବାଇ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ ହୋଇଛି।

Advertisment

ଭାରତ ପ୍ରଥମ ଇଂନିସ୍‌ରେ ୩୨୫ ଓ ନ୍ୟୁଜିଲାଣ୍ଡ ପ୍ରଥମ ଇଂନିସ୍‌ରେ ୬୨ ରନ୍‌ରେ ସୀମିତ ରହିଥିଲା। ସେହିପରି ଦ୍ୱିତୀୟ ଇଂନିସ୍‌ରେ ଭାରତ ୭ ୱିକେଟ୍‌ ୨୭୬ ସଂଗ୍ରହ କରି  ପାଳି ଘୋଷଣା କରିଥିଲା।  ଅକ୍ଷର ପଟେଲ୍ ଧୂଆଁଧାର ବ୍ୟାଟିଂ କରିଥିଲେ, ଯାହା ବଳରେ ଭାରତ ୨୭୬ ରନରେ ପହଞ୍ଚି ପାରିଥିଲା। ଅକ୍ଷର ମାତ୍ର ୨୬ ବଲରେ ୩ ଚୌକା ଓ ୪ ଛକା ସହ ଦ୍ରୁତ ଅପରାଜିତ ୪୧ ରନ୍ କରିଥିଲେ। ଜୟନ୍ତ ଯାଦବ (୬)ଙ୍କ ଆଉଟ୍ ସହ ଭାରତ ଇନିଂସ୍ ଘୋଷଣା କରିଥିଲା। କିୱି ଟିମ୍ ପକ୍ଷରୁ ଏଜାଜ ୪ଟି ଓ ରବୀନ୍ଦ୍ର ୩ଟି ୱିକେଟ୍ ହାସଲ କରିଥିଲେ।

ନ୍ୟୁଜିଲାଣ୍ଡକୁ ୫୪୦ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ଆଉ ନ୍ୟୁଜିଲାଣ୍ଡ ୫୪୦ ରନ୍‌ର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍‌ରେ ୧୬୭ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା।

Advertisment
Test Cricket India Mumbai New Zealand
Advertisment
Advertisment