Advertisment

ICC T20 World Cup: କିଏ ପିନ୍ଧିବ ବିଶ୍ୱକପ୍‌ର ତାଜ୍‌ ?

ଆଜିଠୁ ଆରମ୍ଭ ହେଉଛି ଫଟାଫଟ୍‌ କ୍ରିକେଟ ମହାକୁମ୍ଭ। କୋଭିଡ ଯୋଗୁଁ ଭାରତରୁ ସ୍ଥାନାନ୍ତରିତ ହୋଇ UAE ଏବଂ ଓମାନରେ ଖେଳା ଯିବାକୁ ଥିବା ଟି ୨୦ ବିଶ୍ୱକପ୍‌ ଟାଇଟଲ୍‌ ଦୌଡ଼ରେ କିଏ ରହିବ ? କିଏ ପିନ୍ଧିବ ବିଶ୍ୱକପ୍‌ର ତାଜ୍‌ ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

author-image
Rajalaxmi Sahoo
ICC T20 World Cup 2021

ICC T20 World Cup 2021

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଫଟାଫଟ୍‌ କ୍ରିକେଟ ମହାକୁମ୍ଭ। କୋଭିଡ ଯୋଗୁଁ ଭାରତରୁ ସ୍ଥାନାନ୍ତରିତ ହୋଇ UAE ଏବଂ ଓମାନରେ ଖେଳା ଯିବାକୁ ଥିବା ଟି ୨୦ ବିଶ୍ୱକପ୍‌ ଟାଇଟଲ୍‌ ଦୌଡ଼ରେ କିଏ ରହିବ ? କିଏ ପିନ୍ଧିବ ବିଶ୍ୱକପ୍‌ର ତାଜ୍‌ ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

Advertisment

ଆଜି ବାଜିବ ICC T20 ବିଶ୍ୱକପ୍‌ର ବିଗୁଲ। ଚାଲିବ ୨୮ ଦିନର ମହାସମର। ଲଢେଇରେ ସମ୍ନାସାମ୍ନି ହେବେ ୧୬ଟି ଟିମ୍‌ ଓ ଖେଳାଯିବ ୪୫ଟି ମ୍ୟାଚ୍‌। କୋଭିଡ ଯୋଗୁ ଭାରତରୁ ସ୍ଥାନାନ୍ତରିତ ହୋଇ ଦୁବାଇ ସହ ଓମାନରେ ଖେଳାଯାଉଛି ଏହି ବିଶ୍ୱକପ୍‌। ଏଥର ନାମ୍ବିଆ ଓ ପପୁଆ ନିଉ ଗୁଏନା ବିଶ୍ୱକପ୍‌ର ଡେବ୍ୟୁ କରୁଛନ୍ତି।  ବିଶ୍ୱକପ୍‌ ଟାଇଟଲ୍‌ ତାଜ୍‌ ପିନ୍ଧିବା ପାଇଁ ରେସ୍‌ରେ ରହିବେ ଆଇସିସି ରାଙ୍କିଙ୍ଗ୍‌ର ଦ୍ୱିତୀୟ ସ୍ଥାନରେ ଥିବା ମ୍ୟାନ ଇନ୍ ବ୍ଲୁ। ଏଥିସହ ନମ୍ବର ଓ୍ୱାନ୍ ଇଂଲଣ୍ଡ ସାଙ୍ଗକୁ ଡିଫେଣ୍ଡିଙ୍ଗ ଚାମ୍ପିଅନ ତଥା ଦୁଇ ଦୁଇ ଥର ବିଶ୍ୱକପ୍‌ ଟାଇଟଲ ବିଜେତା ୱେଷ୍ଟଇଣ୍ଡିଜ୍ ମଧ୍ୟ ନିଜର ଦମ୍‌ ଦେଖାଇବେ। ସାଉଥ ଆଫ୍ରିକା, ବାଂଲା ଦେଶ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟ ଟାଇଟଲ୍‌ ପାଇଁ ନିଜର ପରାକ୍ରମ ଦେଖାଇବେ। ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଇଂଲଣ୍ଡ T20 ବିଶ୍ୱକପ୍‌ର ତାଜ ପିନ୍ଧିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୨ଟି ଟାଇଟଲ୍‌ ଜିତିଛି।

୨୪ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳି ଟିମ୍‌ ଇଣ୍ଡିଆ ତାର ଅଭିଯାନ ଆରମ୍ଭ କରିବ। ଏହି ବିଶ୍ୱକପ୍‌ କୋଚ ରବି ଶାସ୍ତ୍ରୀଙ୍କ ଶେଷ ବିଶ୍ୱକପ୍‌ ହେବାକୁ ଥିବାବେଳେ ବିରାଟ କୋହଲି  ଟି ୨୦ ଟିମ୍‌ର ଅଧିନାୟକ ଦାୟିତ୍ୱ ଛାଡ଼ିବେ। ଭାରତୀୟ ଦଳରେ ସ୍ଥାନ ପାଇଥିବା ଉଭୟ ବ୍ୟାଟ୍ସମ୍ୟାନ୍‌ ଓ ବୋଲର୍‌ ମାନେ ନିକଟରେ ଶେଷ ହୋଇଥିବା ଆଇପିଏଲ୍‌ରେ ଚିତାକର୍ଷକ ପ୍ରଦର୍ଶନ କରି ଫର୍ମରେ ଅଛନ୍ତି। 

Advertisment

ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଦୁବାଇ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ, Sharjah ଷ୍ଟାଡିୟମ, ଓମାନ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡ ଏବଂ ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବ। ନଭେମ୍ବର ୧୦ ଓ ୧୧ ତାରିଖରେ ସେମିଫାଇନାଲ୍‌ ଖେଳାଯିବାକୁ ଥିବାବେଳେ ନଭେମ୍ବର ୧୪ରେ ଗ୍ରାଣ୍ଡ ଫିନାଲେ ଖେଳାଯିବ। 

ICC T20 World Cup 2021 T20 World Cup ICC T20 World Cup Team India
Advertisment
Advertisment