Advertisment

କ୍ରିକେଟ ପଡିଆକୁ ଅନୁପ୍ରବେଶ କରିବା ପରେ ମିଳିଲା ସ୍ୱତନ୍ତ୍ର ପୁରସ୍କାର

ଖେଳ ପଡିଆରେ ଅଣ ଖେଳାଳିଙ୍କ ଅନୁପ୍ରବେଶ ନୂଆ ଘଟଣା ନୁହଁ।  ପଡିଆ ଭିତରକୁ ଅନୁପ୍ରବେଶ ନେଇ ଦଣ୍ଡିତ ହେବାର ନଜିର ମଧ୍ୟ ରହିଛି। ହେଲେ ଆୟର୍ଲାଣ୍ଡ  କ୍ରିକେଟ ପଡିଆରେ  ଅନୁପ୍ରବେଶକାରୀଙ୍କୁ ପୁରସ୍କୃତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ। ତେବେ କିଏ ଏହି ଅନୁପ୍ରବେଶକାରୀ ?

author-image
Minati Mishra
ଅଦ୍ୟତନ ହୋଇଛି
ICC announces a special award

ICC announces a special award

ଆୟର୍ଲାଣ୍ଡ: ଖେଳ ପଡିଆରେ ଅଣ ଖେଳାଳିଙ୍କ ଅନୁପ୍ରବେଶ ନୂଆ ଘଟଣା ନୁହଁ।  ନିକଟରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ ବେଳେ ଜାର୍ଭୋ ନାମକ ଜଣେ ୟୁଟ୍ୟୁବର ପଡିଆ ଭିତରକୁ ବାରମ୍ବାର ଅନୁପ୍ରବେଶ କରିଥିଲେ।  ଏଥିପାଇଁ ତାଙ୍କୁ ଦଣ୍ଡିତ ହେବାକୁ ମଧ୍ୟ ପଡିଥିଲା। ହେଲେ ଆୟର୍ଲାଣ୍ଡ  କ୍ରିକେଟ ପଡିଆରେ  ଅନୁପ୍ରବେଶକାରୀଙ୍କୁ ପୁରସ୍କୃତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ। ବିଶ୍ୱାସଯୋଗ୍ୟ ନୁହେଁ, ତଥାପି ସତ।ସବୁଠାରୁ ରୋଚକ କଥା ହେଉଛି, ଏହି ପୁରସ୍କୃତ ଅନୁପ୍ରବେଶକାରୀ ମଣିଷ ନୁହେଁ, ଗୋଟିଏ କୁକୁର।

Advertisment

  ଇଂଲଣ୍ଡର ଟେଷ୍ଟ କ୍ୟାପ୍ଟେନ୍ ଜୋ ରୁଟ୍ ଓ ଆୟର୍ଲାଣ୍ଡ ମହିଳା ଟିମ୍‌ର ଷ୍ଟାର୍ ଅଲ ରାଉଣ୍ଡର ଆଇମର୍ ରିଚାର୍ଡସନ୍ ଅଗଷ୍ଟ ମାସ ପାଇଁ ଆଇସିସିର ଶ୍ରେଷ୍ଠ ପୁରୁଷ ଓ ମହିଳା କ୍ରିକେଟର ପୁରସ୍କାର ପାଇଛନ୍ତି । ଏହି ଅବସରରେ  ଏକ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ।  ତେବେ ଏହି ସ୍ୱତନ୍ତ୍ର ପୁରସ୍କାର ବିଜେତା ହେଉଛି ଗୋଟିଏ କୁକୁର।  ମୁଣ୍ଡରେ କ୍ୟାପ୍ ପିନ୍ଧିଥିବା ଆଉ ମୁହଁରେ ବଲ୍ ଧରିଥିବା ଏହି ଛୋଟିଆ କୁକୁରକୁ  ‘ଡେଜଲ୍ ଦ ଡଗ୍’ ଭାବେ ଅବିହିତ କରିଛି ଆଇସିସି  । ଏଥିସହ ଏହାକୁ ଆୟର୍ଲାଣ୍ଡ କ୍ରିକେଟର ଶ୍ରେଷ୍ଠ ଫିଲ୍ଡର ଏବଂ ପ୍ଲେୟାର୍ ଅଫ୍ ଦି ମୁମେଣ୍ଟ ପୁରସ୍କାର ଦିଆଯାଇଥିବା ନେଇ ଆଇସିସି ପକ୍ଷରୁ ଟୁଇଟ୍ କରାଯାଇଛି । 

Advertisment

ତେବେ କାହିଁକି କୁକୁରଟି ଏହି ପୁରସ୍କାର ପାଇଲା ? ଟି ଟ୍ୱେଣ୍ଟି ମ୍ୟାଚ ଚାଲିଥିବା ବେଳେ ପଡ଼ିଆ ଭିତରକୁ ପଶି ଆସିଥିଲା ଏହି କୁକୁର।  ମ୍ୟାଚରେ ବ୍ୟାଟସମ୍ୟାନ  ଥାର୍ଡ ମେନ୍ ଅଞ୍ଚଳକୁ ବଲଟିକୁ ମାରିଥଲେ  । ଫିଲ୍‌ଡର୍ ବଲ୍‌କୁ ଫିଲ୍‌ଡ କରି ଓ୍ୱିକେଟକିପରକୁ ଥ୍ରୋ କରିବା ବେଳେ  ହଠାତ୍ କୁକୁରଟି ପଡ଼ିଆ ଭିତରରୁ ଦୌଡି ଆସିଥିଲା  ଏପଟେ ଓ୍ୱିକେକିପର୍, ରନ୍ ନେଉଥିବା ବ୍ୟାଟସମ୍ୟାନଙ୍କୁ ଆଉଟ୍ କରିବା ଲାଗି ବଲ୍‌କୁ ଷ୍ଟମ୍ପକୁ ଫିଙ୍ଗିଥିଲେ।  ହେଲେ ବଲଟି ମିସ୍ ହୋଇ ପଡିଆ ଭିତରକୁ ଚାଲିଯାଇଥିଲା । ଆଉ ସେତେବେଳେ କୁକୁରଟି ଆସି ବଲ୍‌କୁ ଧରି ନେଇ ଦୌଡିଥିଲା । ତା ପଛରେ ଅନ୍ୟ ଫିଲଡର୍ଙ୍କ ସହ କୁକୁର ମାଲିକ ମଧ୍ୟ ଦୌଡିଥିଲେ ହେଁ ଏହାକୁ ଧରି ପାରିନ ଥିଲେ। 

ତେବେ କୁକୁରଟି ନନ୍ ଷ୍ଟ୍ରାଇକର୍ ଏଣ୍ଡକୁ ଆସି ସେଠାରେ ଥିବା ବ୍ୟାଟମ୍ୟାନଙ୍କ ନିକଟରେ ପହଞ୍ଚିଥିଲା।  ଆଉ ତା’ ପରେ କୁକୁର ମାଲିକ ବଲଟିକୁ  କାଢି ବୋଲରଙ୍କ ହାତକୁ ଦେଇଥିଲେ । ମ୍ୟାଚ୍ ବେଳେ କୁକୁରର ଏହି ଫିଲଡିଂକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।  ସେଥିପାଇଁ ତାକୁ ମିଳିଛି ଏପରି ପୁରସ୍କାର।  

ICC
Advertisment
Advertisment