• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁରୁଷ ହକିରେ ଭାରତର ସ୍ୱର୍ଣ୍ଣିମ ସ୍ପପ୍ନ ଆଶା ଧୂଳିସାତ୍ ।

  • ୪ ଦଶନ୍ଧି ପରେ ବଢ଼ିଥିଲା ଆଶା ।

  • ମନ୍‌ପ୍ରୀତଙ୍କ ଟିମ୍ ପାଇଁ ଆଉ ମାତ୍ର ଗୋଟିଏ ସୁଯୋଗ ।

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତର ସ୍ୱର୍ଣ୍ଣିମ ସ୍ପପ୍ନ ଆଶା ଧୂଳିସାତ୍ । ୪ ଦଶନ୍ଧି ପରେ ପୁଣି ଥରେ ଗୋଲ୍ଡ ଜିତିବା ଆଶାରେ ଥିବା ଭାରତୀୟ ହକି ଟିମ୍‌କୁ ଝଟ୍‌କା ଦେଇଛି ଓ୍ୱାର୍ଲଡ ଚାମ୍ପିୟନ୍ ବେଲ୍‌ଜିୟମ୍ । ଆଜି ଖେଳାଯାଇଥିବା ସେମିଫାଇନାଲ୍‌ରେ ଭାରତକୁ ୫-୨ ଗୋଲରେ ହରାଇଛି ବେଲ୍‌ଜିୟମ୍ । ତେବେ ମନ୍‌ପ୍ରୀତଙ୍କ ଟିମ୍ ଆଗରେ ପଦକ ପାଇବା ଲାଗି ଆଉ ଏକ ସୁଯୋଗ ରହିଛି । ବ୍ରୋଞ୍ଜ ପଦକ ପାଇଁ ଜର୍ମାନୀ ସହ ଲଢେଇ କରିବ ଭାରତୀୟ ପୁରୁଷ ଟିମ୍ ।

୪୯ ବର୍ଷ ପରେ ଅଲିମ୍ପିକ୍ସ ସେମିଫାଇନାଲ ଖେଳିଥିବା ଭାରତୀୟ ଟିମ୍‌କୁ ୫-୨ ଗୋଲ୍‌ରେ ହରାଇ ଦେଇଛି ବିଶ୍ୱ ଚାମ୍ପିଅନ୍ ବେଲ୍‌ଜିୟମ୍ । ଆଜି ଉଭୟ ଟିମ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ । ପ୍ରଥମ କ୍ୱାର୍ଟରରେ ୨-୧ ଗୋଲ୍‌ରେ ଆଗୁଆ ରହିଥିଲା ଟିମ୍ ଇଣ୍ଡିଆ ହରମନ୍‌ପ୍ରୀତ୍ ଓ ମନଦୀପ୍ ଏହି ଦୁଇ ଗୋଲ୍ ଦେଇଥିଲେ । ତେବେ ଦ୍ୱିତୀୟ କ୍ୱାର୍ଟରରେ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲା ବେଲ୍‌ଜିୟମ୍ । ଆଉ ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଭାରତର ଗୋଲପୋଷ୍ଟ ଉପରକୁ ଘନ ଘନ ଆକ୍ରମଣ କରି ୫-୨ ଗୋଲ୍ ବ୍ୟବଧାନରେ ପରାସ୍ତ କରିଥିଲା ।

ଏଥିସହ କ୍ରମାଗତ ଦ୍ୱିତୀୟ ଥର ଲାଗି ଅଲିମ୍ପିକ୍ସ ଫାଇନାଲରେ ପହଞ୍ଚିଛି ରେଡ୍ ଲାୟନ୍ସ । ଭାରତ ସେମିଫାଇନାଲ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଅଲିମ୍ପିକ୍ସରେ ପୋଡିୟମ୍ ଫିନିସ୍ କରିବାର ଆଶା ବଳବତ୍ତର ରହିଛି । ଦ୍ୱିତୀୟ ସେମିରେ ପରାଜୟ ବରଣ କରିଥିବା ଜର୍ମାନୀ ସହିତ ବ୍ରୋଞ୍ଜ ପଦକ ପାଇଁ ଗୁରୁବାର ଦିନ ମୁକାବିଲା କରିବ ଟିମ୍ ଇଣ୍ଡିଆ । ଭାରତ ସଂଘର୍ଷ କରି ବେଲଜିୟମ ଠାରୁ ପରାସ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଦଳକୁ ଉତ୍ସାହିତ କରିଛନ୍ତି । ସେ ଲେଖିଛନ୍ତି ହାରିବା ଓ ଜିତିବା ହେଉଛି ଜୀବନର ଅଂଶ ବିଶେଷ ।

ଅନ୍ୟପଟେ ଟୋକିଓରେ ନୂଆ ଇତିହାସ ରଚିବେ କି ରାଣୀ ରାମପାଲଙ୍କ ଟିମ୍ । ସମସ୍ତଙ୍କୁ ଚକିତ କରି ଅଲିମ୍ପିକ୍ସ ସେମିଫାଇନାଲ୍‌ରେ ପହଞ୍ଚିଥିବା ଭାରତୀୟ ମହିଳା ହକି ଦଳ ଆସନ୍ତାକାଲି ଭେଟିବ ଓ୍ୱାର୍ଲଡ୍ ନମ୍ବର ଟୁ ଆର୍ଜେଣ୍ଟିନାକୁ । ତିନି ତିନି ଥରର ଅଲିମ୍ପିକ୍ସ ଗୋଲ଼୍ଡ ଜିତିଥିବା ଅଷ୍ଟ୍ରେଲିଆ ଦଳକୁ କ୍ୱାର୍ଟର ଫାଇନାଲରେ ମାତ୍ ଦେଇଥିଲା ମହିଳା ଟିମ୍ । ତେଣୁ ଆସନ୍ତାକାଲିର ସେମିଫାଇନାଲ୍ ପାଇଁ ବଢିଛି ଉତ୍କଣ୍ଠା ।

ଏ ପର୍ଯ୍ୟନ୍ତ ଅଲିମ୍ପିକ୍ସରେ ଦମ୍‌ଦାର ପ୍ରଦର୍ଶନ କରିଥିବା ବନ୍ଦନା କଟରିଆଙ୍କ ସହ କ୍ୟାପଟେନ୍ ରାଣୀ ରାମପଲ, ଅଷ୍ଟ୍ରେଲିଆ ବିପକ୍ଷରେ ଗୋଲ୍ କରିଥିବା ଡ୍ରାଗ୍ ଫ୍ଲିକର ଗୁରଜିତ୍ କୌରଙ୍କ ସହ ଓଡ଼ିଆ ଯୁବତୀ ଦୀପଗ୍ରେସ୍ ଏକ୍କା ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ରୋକିବେ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ୨ ହଜାର ଓ ୨୦୧୬ରେ ଫାଇନାଲ ଖେଳିଥିଲେ ବି  ଗୋଲ୍ଡ ଜିତିବାରେ ବିଫଳ ହୋଇଥିବା ଆର୍ଜେଣ୍ଟିନା ଉପରେ ଅଧିକ ଚାପ ରହିବ ।