Advertisment

ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂହ ଗିରଫ

ସୋଶାଲ ଆକ୍ଟିଭିଷ୍ଟ ରଜତ କଲସନ୍ ପୁଲିସରେ ଅଭିଯୋଗ କରିଥିଲେ, ଯେଉଁ ଆଧାରରେ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯୁବରାଜଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ।

author-image
Chandan Shishu
Former Indian Cricketer Yuvraj Singh

Former Indian Cricketer Yuvraj Singh

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଗିରଫ। ଅନୁସୂଚିତ ଜାତି ବାବଦରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ ହରିୟାଣା ପୋଲିସ ତାଙ୍କୁ ଗିରଫ କରିଛି। ୟୁଜଭେନ୍ଦ୍ର ଚହଳଙ୍କ ବାବଦରେ ସୋସିଆଲ ମିଡିଆରେ ଚାଟ୍ କରିଥିଲେ। ଚାଟ୍ କରିବା ବେଳେ ଅପମାନସୂଚକ ଶଦ୍ଦ ବ୍ୟବହାର କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ଆଡଭୋକେଟ୍ ରଜତ କଲସନ୍ ହାଂସୀ ଥାନା ସହରରେ ଏସଟି ଆକ୍ଟ ଆଧାରରେ ଏକ ଏଫଆଇଆର୍ ଦାଖଲ କରିବା ପରେ ଏହି ଗିରଫଦାରୀ ହୋଇଛି।

Advertisment

କିଛି ବର୍ଷ ତଳେ ରୋହିତ୍ ଶର୍ମାଙ୍କ ସହ ଲାଇଭ୍ ଚାଟ୍ ବେଳେ ୟୁଜବେନ୍ଦ୍ର ଚହଲଙ୍କ ଉପରେ ଅନୁସୂଚିତ ଜାତି ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ତେବେ ଆଜି ହାଂସୀ ପୁଲିସ୍ ଯୁବରାଜଙ୍କ ଗିରଫ କରିବା ପରେ ପଚରାଉଚରା କରିଥିଲା। ଏହା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଯୁବରାଜ ସିଂହଙ୍କୁ ଔପଚାରିକ ଜାମିନରେ ଛାଡ଼ି ଦିଆଯାଇଛି। ଏହି ମାମଲାରେ କିଛି ଦିନ ତଳେ ହାଇକୋର୍ଟ ଯୁବରାଜ ସିଂହଙ୍କୁ ଆଗୁଆ ଜାମିନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ହାଂସୀ ପୁଲିସ୍ ତାଙ୍କୁ ଔପଚାରିକ ଭାବେ ଗିରଫ କରିଥିଲା। ପୁଲିସ୍ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲା ଏବଂ ପରେ ଆଗୁଆ ଜାମିନର ଡକ୍ୟୁମେଣ୍ଟ ଆଧାରରେ ତାଙ୍କୁ ଛାଡ଼ି ଦେଇଛି।

ସୂଚନାଯୋଗ୍ୟ, ସୋଶାଲ ଆକ୍ଟିଭିଷ୍ଟ ରଜତ କଲସନ୍ ପୁଲିସରେ ଅଭିଯୋଗ କରିଥିଲେ, ଯେଉଁ ଆଧାରରେ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯୁବରାଜଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ। ତାଙ୍କ ବିରୋଧରେ ଦଳିତ ଅଧିକାର କାର୍ଯ୍ୟକର୍ତ୍ତା ରଜତ କଲସନ ହାଂସୀ ଥାନାରେ ମାମଲା ଦାୟର କରିଥିଲେ। 

Advertisment
Yuvraj Singh Former Indian Cricketer
Advertisment
Advertisment