Advertisment

Tokyo Olympics: ଗତ ୧୦୦ ବର୍ଷରେ ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ

ଭାରତ ପାଇଁ ଇତିହାସ ରଚିଲେ ନୀରଜ ଚୋପ୍ରା । ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ । ଗତ ୧୦୦ ବର୍ଷ ମଧ୍ୟରେ ଆଥଲେଟିକ୍ସରେ ଭାରତ ଜିତିନଥିଲା ସ୍ୱର୍ଣ୍ଣ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Neeraj Chopra

ଟୋକିଓ: ଭାରତ ପାଇଁ ଇତିହାସ ରଚିଲେ ଆଥଲେଟ୍‌ ନୀରଜ ଚୋପ୍ରା। ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଆଥଲେଟିକ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ। ଗତ ୧୦୦ରୁ ଅଧିକ ବର୍ଷ ମଧ୍ୟରେ ଅଲିମ୍ପିକ୍ସ ଆଥଲେଟିକ୍ସରେ ଭାରତ ଜିତି ନ ଥିଲା ସ୍ୱର୍ଣ୍ଣ। ଟୋକିଓ ଅଲମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା । ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ବିଜୟୀ ହୋଇ ନୀରଜ ପାଇଛନ୍ତି ସ୍ୱର୍ଣ୍ଣପଦକ।

Advertisment

ଏବେ ନୀରଜଙ୍କୁ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବିଶେଷ କରି ହରିୟାଣର ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ନୀରଜଙ୍କୁ ୬ କୋଟି ଟଙ୍କା ଉପହାର ଦେବେ ବୋଲି ଘୋଷଣା କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ କ୍ଲାସ୍‌ ୱାନ୍‌ ଅଫିସର ପଦବୀ ଦିଆଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି। 

Advertisment

ସୋସିଆଲ ମିଡିଆ ଖୋଲିବା ମାତ୍ରେ ଦେଖିବାକୁ ମିଳୁଛି କେବଳ ନୀରଜଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା । ସମସ୍ତେ ନୀରଜଙ୍କ ନିଜ ନିଜ ଅନ୍ଦାଜରେ ଦେଉଛନ୍ତି ଶୁଭେଚ୍ଛା ବାର୍ତ୍ତା ।

ପ୍ରଥମ ରାଉଣ୍ଡରେ ୮୭.୦୩ ମିଟର ଥ୍ରୋ କରି ନୀରଜ ଆଗରେ ରହିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସେ ଆଗରେ ରହିଥିଲେ । ଦ୍ୱିତୀୟ ରାଉଣ୍ଡରେ ୮୭.୫୮ ମିଟର ଜାଭେଲିନ୍‌ ଥ୍ରୋ କରି ସମସ୍ତଙ୍କୁ ଚକିତ କରିଥିଲେ । ହେଲେ ତୃତୀୟ ରାଉଣ୍ଡରେ ୭୬.୭୯ ମିଟର ଥ୍ରୋ କରି ନୀରଜ ଟିକେ ଧିମା ହୋଇଯାଇଥିଲେ । ସବୁଠାରୁ ବଡ଼ କଥା ହେଲା ଏହା ପରେ ନୀରଜଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା । ଚତୁର୍ଥ ରାଉଣ୍ଡରେ ତାଙ୍କ ପ୍ରୟାସ ଫାଉଲ ରହିଥିଲା । ଏହାପରେ ପଞ୍ଚମ ଥ୍ରୋ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ତାହା ମଧ୍ୟ ଫାଉଲ୍‌ରେ କାଉଣ୍ଟ ହୋଇଥିଲା । ହେଲେ ସେ ଦ୍ୱିତୀୟ ରାଉଣ୍ଡରେ ଫିଙ୍ଗିଥିବା ଦୂରତାକୁ କେହି କାଟି ପାରିନଥିଲେ । ଶେଷରେ ସେ ସ୍ୱର୍ଣ୍ଣ ବିଜେତା ଭାବେ ଘୋଷିତ ହୋଇଥିଲେ । ଏହି ପଦକକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ଟୋକିଓ ଅଲିମ୍ପିକ୍ସରେ ଭାରତ ଏବେ ସୁଦ୍ଧା ୨ଟି ରୌପ୍ୟ ପଦକ ଜିତିଥିବା ବେଳେ ୪ଟି ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଛି । ଭାରତକୁ ମୀରାବାଈ ଚାନୁ ପ୍ରଥମେ ଭାରୋତ୍ତଳନରେ ରୌପ୍ୟ ପଦକ ଉପହାର ଦେଇଥିବା ବେଳେ ପରେ ପିଭି ସିନ୍ଧୁ, ରବି ଦହିୟା ରେସିଲିଂରେ ରୌପ୍ୟ ଦେଇଥିଲେ। ମହିଳା ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ପିଭି ସିନ୍ଧୁ, ବକ୍ସିଂରେ ଲଭଲିନା, କୁସ୍ତିରେ ବଜରଙ୍ଗ ପୁନିଆ ଭାରତକୁ ବ୍ରୋଞ୍ଜ ପଦକ ଉପହାର ଦେଇ ସାରିଛନ୍ତି । ଏହାସହ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସରେ ଇତିହାସ ରଚିଛି ।

Javelin Throw Tokyo Olympics 2020 Neeraj Chopra
Advertisment
Advertisment