Advertisment

ଷ୍ଟାଡିୟମରେ ପ୍ରେମିକାକୁ ମୁଦି ପିନ୍ଧାଇଲେ ଦୀପକ ଚହର, ଜାଣନ୍ତୁ କିଏ ସେ…

ଷ୍ଟାଡିୟମରେ ପ୍ରେମିକାକୁ ମୁଦି ପିନ୍ଧାଇଲେ ଚେନ୍ନାଇ ସୁପର କିଙ୍ଗ୍ସର ଦ୍ରୁତ ବୋଲର ଦୀପକ ଚହର। ଗତକାଲି ଚେନ୍ନାଇ ସୁପରକିଙ୍ଗ୍ସ ଓ ପଂଜାବ କିଙ୍ଗ୍ସ ମଧ୍ୟରେ ଆଇପିଏଲ୍‌ ମ୍ୟାଚ୍‌ ସରିବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୀପକ ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରେମିକା ଜୟା ଭରଦ୍ୱାଜଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଷ୍ଟାଡିୟମରେ ସମସ୍ତଙ୍କ ସମ୍ମୁଖରେ ଆଣ୍ଠେଇପଡି ରୋମାଣ୍ଟିକ୍ ମୁଡ୍‌ରେ ସେ ପ୍ରସ୍ତାବ ରଖିଥିଲେ। ଜୟା ଏହି ପ୍ରସ୍ତାବରେ ରାଜି ହେବା ପରେ ଦୀପକ ତାଙ୍କୁ ମୁଦି ପିନ୍ଧାଇଥିଲେ ।

author-image
Pramod Behera
Deepak Chahar proposed girlfriend Jaya Bhardwaj

Deepak Chahar proposed girlfriend Jaya Bhardwaj

ନୂଆଦିଲ୍ଲୀ : ଷ୍ଟାଡିୟମରେ ପ୍ରେମିକାକୁ ମୁଦି ପିନ୍ଧାଇଲେ ଚେନ୍ନାଇ ସୁପର କିଙ୍ଗ୍ସର ଦ୍ରୁତ ବୋଲର ଦୀପକ ଚହର। ଗତକାଲି ଚେନ୍ନାଇ ସୁପରକିଙ୍ଗ୍ସ ଓ ପଂଜାବ କିଙ୍ଗ୍ସ ମଧ୍ୟରେ ଆଇପିଏଲ୍‌ ମ୍ୟାଚ୍‌ ସରିବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୀପକ ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରେମିକା ଜୟା ଭରଦ୍ୱାଜଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଷ୍ଟାଡିୟମରେ ସମସ୍ତଙ୍କ ସମ୍ମୁଖରେ ଆଣ୍ଠେଇପଡି ରୋମାଣ୍ଟିକ୍ ମୁଡ୍‌ରେ ସେ ପ୍ରସ୍ତାବ ରଖିଥିଲେ। ଜୟା ଏହି ପ୍ରସ୍ତାବରେ ରାଜି ହେବା ପରେ ଦୀପକ ତାଙ୍କୁ ମୁଦି ପିନ୍ଧାଇଥିଲେ । ଏହାଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକ ଓ ସାଥୀ ଖେଳାଳିମାନେ ତାଙ୍କୁ ତାଳିମାରି ଶୁଭେଚ୍ଛା ଜଣାଇଥିଲେ। ଜୟାଙ୍କୁ ଦୀପକ ବିବାହ ପ୍ରସ୍ତାବ ଦେବାର ଭିଡିଓ ଆସିବା ପରେ ଏହା ଭାଇରାଲ ହୋଇଛି।

Advertisment
Deepak Chahar proposed girlfriend Jaya Bhardwajଷ୍ଟାଡିୟମରେ ପ୍ରେମିକାକୁ ମୁଦି ପିନ୍ଧାଇଲେ ଦୀପକ ଚହର

ତେବେ ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି ଯେ ଦୀପକ ଚହରଙ୍କ ପ୍ରେମିକା ଜୟା ଭରଦ୍ୱାଜ କିଏ? ଜୟା ହେଉଛି ବଲିଉଡ ଅଭିନେତା ତଥା ବିଜେ ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ। ସିଦ୍ଧାର୍ଥ ଭରଦ୍ୱାଜ ବିଗ୍ ବସ୍ ସିଜନ ୫ରେ ନଜର ଆସି ସାରିଛନ୍ତି। ଏହା ସହିତ ସେ ରିଏଲିଟି ଶୋ’ Splitsvillaରେ ବି ଭାଗ ନେଇ ସାରିଛନ୍ତି। ସିଦ୍ଧାର୍ଥ ଏବେ ବି ଇନ୍‌ଷ୍ଟାଗ୍ରାମରେ ନିଜର ଫିଟ୍‌ନେସ୍‌ର ଫଟୋ ଓ ଭିଡିଓ ଶେୟାର କରନ୍ତି।

Advertisment

ଆଇପିଏଲ୍ ମ୍ୟାଚ୍‌ ପରେ ଦୀପକ ଜୟା ଭରଦ୍ୱାଜଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ, ଏହା ପରେ ସିଦ୍ଧାର୍ଥ ନିଜ ଭଉଣୀ ଓ ସିଦ୍ଧାର୍ଥଙ୍କୁ ଶୁଭେଚ୍ଛା ଜଣେଇଥିଲେ। ଏହା ସହିତ ଲାଇଫ୍‌ ଟିଭିରେ ପ୍ରସ୍ତାବ ଦେଇଥିବାରୁ ସିଦ୍ଧାର୍ଥ ଦୀପକଙ୍କୁ ସାବାସୀ ଦେଇଛନ୍ତି।

Deepak Chahar proposed girlfriend Jaya Bhardwajଷ୍ଟାଡିୟମରେ ପ୍ରେମିକାକୁ ମୁଦି ପିନ୍ଧାଇଲେ ଦୀପକ ଚହର

ଦୀପକ ଚହର ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏହି ବିଶେଷ ମୁହୂର୍ତ୍ତର ଫଟୋ ଶେୟାର୍ କରି ସେ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି। ଦୀପକ ଚହରଙ୍କ ଭଉଣୀ ମାଳତୀ ଚହର ବି ଜଣେ ମଡେଲ୍-ଅଭିନେତା, ଯିଏ ତାଙ୍କ ଭାଇଙ୍କୁ ମଧ୍ୟ ଏହି ଖୁସି ଖବର ନେଇ ଶୁଭେଚ୍ଛା ଜଣେଇଛନ୍ତି। ମାଳତୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି ଯେ ‘ମାଇ ବ୍ରଦର ଇଜ୍ ଟେକେନ୍’ । ଏହା ସହିତ ସେ ଲେଖିଛନ୍ତି ଯେ ଜୟା ହେଉଛନ୍ତି ଦିଲ୍ଲୀର ଝିଅ, କେହି ବି ତାଙ୍କୁ ବିଦେଶୀ ବୋଲି ଭାବନ୍ତୁ ନାହିଁ।

ପ୍ରକାଶଥାଉ ଯେ ଦୀପପ ଚହର ଦୀର୍ଘ ଦିନ ଧରି ଚେନ୍ନାଇ ସୁପର କିଙ୍ଗ ସହିତ ଜଡିତ ଅଛନ୍ତି। ଏହା ସହିତ ସେ ଟିମ୍ ଇଣ୍ଡିଆର ୱାଣ୍ଡେ ଓ ଟି-୨୦ରେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି। ଦୀପକ ଚହର ଏପର୍ଯ୍ୟନ୍ତ ମୋଟ୍ ୧୦୦ଟି ଟି-୨୦(ଇଣ୍ଟରନେସନାଲ୍ ଓ ଆଇପିଏଲ୍) ଖେଳି ସାରିଛନ୍ତି ଓ ୧୨୭ଟି ୱିକେଟ୍ ନେଇଛନ୍ତି।

India Cricket Deepak Chahar New Delhi
Advertisment
Advertisment