Advertisment

କୋଚ୍ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କଲା ବିସିସିଆଇ

ମୁଖ୍ୟ କୋଚ୍ ଆବେଦନ ପାଇଁ ଜଣେ ଖେଳାଳିଙ୍କ ପାଖରେ ଅତିକମରେ ୩୦ ଟେଷ୍ଟ ଓ ୫୦ ଦିନିକିଆ ଖେଳିବାର ଅଭିଜ୍ଞତା ଥିବା ଜରୁରୀ। ଏହାସହ ସେ କୌଣସି ଜାତୀୟ ଟିମକୁ ଅତି କମରେ ୨ ବର୍ଷ କୋଚିଂ ଦେଇଥିବେ।

author-image
Chandan Shishu
BCCI president Sourav Ganguly

BCCI president Sourav Ganguly

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବିଭିନ୍ନ କୋଚ୍ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରିଛି BCCI। ସିନିୟର ପୁରୁଷ ଦଳର ମୁଖ୍ୟ କୋଚ୍ ସମେତ ଅନ୍ୟାନ୍ୟ ପଦ ପାଇଁ ଆହ୍ୱାନ କରିଛି। ମୁଖ୍ୟ କୋଚ୍ ସହ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍ ପାଇଁ ଦରଖାସ୍ତ ଆହ୍ୱାନ କରିଯାଇଛି। NCAର ମୁଖ୍ୟ ପଦ ପାଇଁ ମଧ୍ୟ ଆବେଦନ କରିବାକୁ BCCI କହିଛି। ମୁଖ୍ୟ କୋଚ୍ ଲାଗି ଆବେଦନର ଶେଷ ତାରିଖ ରହିଛି ଅକ୍ଟୋବର ୨୬। ଅନ୍ୟାନ୍ୟ ସବୁ ପଦବୀ ଲାଗି ଆବେଦନର ଶେଷ ତାରିଖ ନଭେମ୍ବର ୩। 

Advertisment

ଆଇପିଏଲ୍- ୨୦୨୧ ଫାଇନାଲ ବେଳେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ ଓ ରାହୁଲ୍ ଡ୍ରାଭିଡଙ୍କ ମଧ୍ୟରେ ବୈଠକ ହୋଇଥିଲା, ଯେଉଁଥିରେ କିମ୍ବଦନ୍ତୀ ଖେଳାଳୀ ରାହୁଲ ଦ୍ରାବିଡ୍ ଭାରତର କୋଚ୍ ହେବା ପାଇଁ ରାଜି ହୋଇଥିଲେ। ତେବେ କେବଳ ଡ୍ରାଭିଡ୍ ନୁହନ୍ତି, ଯିଏ ବି ମୁଖ୍ୟ କୋଚ୍ ହେବା ପାଇଁ ଆଗ୍ରହ ଥିବେ, ସେମାନେ ଏଥିପାଇଁ ଆବେଦନ କରିପାରିବେ।

Advertisment

ବିସିସିଆଇ ହେଡ୍ କୋଚ୍ ବ୍ୟତୀତ ବ୍ୟାଟିଂ କୋଚ୍, ବୋଲିଂ କୋଚ୍ ଓ ଜାତୀୟ କ୍ରିକେଟ୍ ଏକାଡେମୀ ପାଇଁ ହେଡ୍ ସ୍ପୋର୍ଟ୍ସ ସାଇନ୍ସ କିମ୍ବା ମେଡିସିନ୍ ପାଇଁ ଆବେଦନ ମାଗିଛି। ମୁଖ୍ୟ କୋଚ୍ ଆବେଦନ ପାଇଁ ଶେଷ ତାରିଖ ଅକ୍ଟୋବର ୨୬ ତାରିଖ ସନ୍ଧ୍ୟା ୫ଟା ଯାଏ ଧାର୍ଯ୍ୟ ରଖାଯାଇଛି। ସେହିପରି ବାକି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୩ ତାରିଖ ରଖାଯାଇଛି।

ମୁଖ୍ୟ କୋଚ୍ ଆବେଦନ ପାଇଁ ଜଣେ ଖେଳାଳିଙ୍କ ପାଖରେ ଅତିକମରେ ୩୦ ଟେଷ୍ଟ ଓ ୫୦ ଦିନିକିଆ ଖେଳିବାର ଅଭିଜ୍ଞତା ଥିବା ଜରୁରୀ। ଏହାସହ ସେ କୌଣସି ଜାତୀୟ ଟିମକୁ ଅତି କମରେ ୨ ବର୍ଷ କୋଚିଂ ଦେଇଥିବେ। କୌଣସି ଆଇପିଏଲ୍ ଟିମ୍, ପ୍ରଥମଶ୍ରେଣୀ ଟିମ୍, ନ୍ୟାଶନାଲ୍-ଏ ଟିମର ମଧ୍ୟ ତିନି ବର୍ଷ କୋଚ୍ ରହିଥିବେ। ବିସିସିଆଇ ଲେଭଲ୍-୩ର ମଧ୍ୟ ସାର୍ଟିଫିକେଟ୍ ରହିଥିବା ଜରୁରୀ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତାଙ୍କର ବୟସ ୬୦ରୁ କମ୍ ହୋଇଥିବା ଦରକାର।

Indian Cricket Team Coach BCCI Rahul Dravid
Advertisment
Advertisment