Advertisment

ଷ୍ଟାଡିୟମରେ ବସି ଦର୍ଶକ ଦେଖିବେ ଟି-୨୦ ବିଶ୍ୱକପ୍ ଫାଇନାଲ!

ଟି-୨୦ ବିଶ୍ୱକପ୍ ଫାଇନାଲ୍ ନଭେମ୍ବର ୧୪ ତାରିଖରେ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ୟୁଏଇରେ ମାତ୍ର ୧୦ ପ୍ରତିଶତ ଫ୍ୟାନଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଛି। ମିଡିଆ ରିପୋର୍ଟ ମୁତାବକ, ବିସିସିଆଇ ଓ ଏମିରେଟ୍ସ ବୋର୍ଡ ଫାଇନାଲରେ ବଡ଼ ସଂଖ୍ୟାରେ ଦର୍ଶକଙ୍କୁ ଡକାଇବାକୁ ଚାହାନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Indian Audience

Indian Audience

ଦୁବାଇ: କୋଭିଡ୍ ଯୋଗୁଁ ଦର୍ଶକଙ୍କୁ ଷ୍ଟାଡିୟମକୁ ଯିବା ମନା ହୋଇଛି। ଆଇପିଏଲ୍ ହେଉ ଦିନିକିଆ କିମ୍ବା ଟେଷ୍ଟ ମ୍ୟାଚ୍‌ରେ ଷ୍ଟାଡିୟମରେ ବସି ଖେଳ ଦେଖିପାରୁ ନଥିବାରୁ ନିରାଶ ହେଉଛନ୍ତି କ୍ରିକେଟ୍ ପ୍ରେମୀ। କିନ୍ତୁ ଖୁବଶୀଘ୍ର ଷ୍ଟାଡିୟମରେ ବସି ଖେଳ ଦେଖିବାର ସୁଯୋଗ ପାଇବେ ଦର୍ଶକ। ତାହାବି ପୁଣି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ। ଆସନ୍ତା ମାସରେ ଓମାନ ଓ ୟୁଏଇରେ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍। ଏବେ ଭାରତୀୟ କ୍ରିକେଟ୍‌ ବୋର୍ଡ ଓ ଏମିରେଟ୍ସ କ୍ରିକେଟ୍‌ ବୋର୍ଡ ବିଶ୍ୱକପ୍ ଫାଇନାଲରେ ୨୫ହଜାର ଦର୍ଶକ ଦେଖିବା ନେଇ ଯୋଜନା କରାଯାଉଛି। ହେଲେ ଏଥିପାଇଁ ୟୁଏଇର ଅଫିସିଆଲ୍ସଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ।

Advertisment

ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ୧୬ ଟିମ୍ ଭାଗ ନେବେ। ବିସିସିଆଇ ଟୁର୍ଣ୍ଣାମେଣ୍ଟର ଅଫିସିଆଲ୍ ପ୍ରାୟୋଜକ। ଆଇପିଏଲ ମ୍ୟାଚରେ ଫ୍ୟାନ୍ ଷ୍ଟାଡିୟମକୁ ଆସିବା ଆରମ୍ଭ କରିଦେଇଛନ୍ତି। ବିଶ୍ୱକପର ଆୟୋଜନ ପ୍ରଥମେ ଭାରତରେ ହେବାର ଥିଲା, କିନ୍ତୁ କରୋନା କାରଣରୁ ଏହାକୁ ୟୁଏଇ ସ୍ଥାନାନ୍ତର କରାଯାଇଛି।

ଟି-୨୦ ବିଶ୍ୱକପ୍ ଫାଇନାଲ୍ ନଭେମ୍ବର ୧୪ ତାରିଖରେ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ୟୁଏଇରେ ମାତ୍ର ୧୦ ପ୍ରତିଶତ ଫ୍ୟାନଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଛି। ମିଡିଆ ରିପୋର୍ଟ ମୁତାବକ, ବିସିସିଆଇ ଓ ଏମିରେଟ୍ସ ବୋର୍ଡ ଫାଇନାଲରେ ବଡ଼ ସଂଖ୍ୟାରେ ଦର୍ଶକଙ୍କୁ ଡକାଇବାକୁ ଚାହାନ୍ତି। ଯଦି ସମସ୍ତ ପ୍ରୋଟୋକଲକୁ ନଜରରେ ରଖି ଅନୁମତି ଦିଆଯାଏ, ତାହେଲେ ଏହା ମ୍ୟାଚର ରୋମାଞ୍ଚକୁ ବଢ଼ାଇବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡ ଓମାନରେ ହେବ।

Advertisment

ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ୍ ଦେଖିବା ପାଇଁ ଫ୍ୟାନଙ୍କୁ ପିସିଆର୍ ଟେଷ୍ଟ କରାଇବା ଜରୁରୀ ନୁହେଁ। ହେଲେ କୋଭିଡ୍‌-୧୯ ଟିକାକରଣର ଉଭୟ ଡୋଜର ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ। ସେହିପରି ଶାରଜାର ନିୟମ ଅଲଗା। ଏଠାରେ ୧୬ ବର୍ଷରୁ ଅଧିକ ବୟସ ଦର୍ଶକଙ୍କୁ ହିଁ ଏଣ୍ଟ୍ରୀ ମିଳିବ। ଏହାବ୍ୟତୀତ ଟିକାକରଣ ପ୍ରମାଣପତ୍ର ଓ ପିସିଆର୍ ଟେଷ୍ଟ ରିପୋର୍ଟ ମଧ୍ୟ ନିହାତି ଆବଶ୍ୟକ।

ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ୧୬ ବର୍ଷରୁ ଅଧିକ ବୟସର ଫ୍ୟାନଙ୍କୁ ଟିକାକରଣ ପ୍ରମାଣପତ୍ର ଦେବାକୁ ପଡ଼ିବ। ଏହାସହ ସାଥିରେ ପିସିଆର୍ ଟେଷ୍ଟ ରଖିବାକୁ ମଧ୍ୟ ପଡ଼ିବ। ଯଦି କେହି ଷ୍ଟାଡିୟମ ବାହାରକୁ ଚାଲିଯାଏ, ତାହେଲେ ତାଙ୍କୁ ଆଉ ଫେରିବାକୁ ଦିଆଯିବ ନାହିଁ।

T20 Worldcup ICC BCCI Emirates Cricket
Advertisment
Advertisment