Advertisment

ଏଥର ଟୋକିଓ ଅଲମ୍ପିକରେ ଖେଳାଳିଙ୍କ ପାଇଁ ଆଣ୍ଟି ସେକ୍ସ ବେଡ୍‌

ଏଥର ଅଲମ୍ପିକର ଖେଳାଳିଙ୍କ ପାଇଁ ତିଆରି ହୋଇଛି ସ୍ୱତନ୍ତ୍ର ଧରଣର ବେଡ୍‌। ଆକ୍ଟି ସେକ୍ସ ବେଡ୍‌। କ’ଣ ଏହି ଆଣ୍ଟି ସେକ୍ସ ବେଡ୍‌ ? କେଉଁଥିରେ ଏହା ତିଆରି ହୋଇଛି ?

author-image
Minati Mishra
ଅଦ୍ୟତନ ହୋଇଛି
ଏଥର ଟୋକିଓ ଅଲମ୍ପିକରେ ଖେଳାଳିଙ୍କ ପାଇଁ  ଆଣ୍ଟି ସେକ୍ସ ବେଡ୍‌

anti sex bed in tokyo olympics

ନୂଆଦିଲ୍ଲୀ: ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବ ଟୋକିଓ ଅଲମ୍ପିକ। ଅଲମ୍ପିକ୍ ଖେଳ ଆରମ୍ଭ ହେବା ପୂର୍ବରୁ ଏବେ ଗୋଟିଏ ଜିନିଷକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହା ହେଉଛି ଆଣ୍ଟ ସେକ୍ସ ବେଡ। ତେବେ କ’ଣ ଏହି ଆଣ୍ଟି ସେକ୍ସ ବେଡ (anti-sex bed) ? ଆଣ୍ଟି ସେକ୍ସ ବେଡ ହେଉଛି ଅଲମ୍ପିକ ଖେଳାଳିମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଏହି ବେଡର ନାମ । ଖେଳାଳିମାନେ ଯେପରି ସୋଶିଆଲ ଡିଷ୍ଟାନ୍ସିଂ ପାଳନ କରିବେ ତାହାକୁ ଦୃଷ୍ଟିରେ ରଖି ଏପରି ବେଡ ପ୍ରସ୍ତୁତ କରାଯାଇଛି। 

Advertisment

ଏଠି କହି ରଖିବୁ, ଅଲମ୍ପିକର ଖେଳକୁ ନେଇ ଯେତିକି ଚର୍ଚ୍ଚା ହୋଇଥାଏ, ଏଠାରେ ଚାଲିଥିବା ଖୋଲାଖୋଲି ସେକ୍ସକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ହେଲେ ଏଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖେଳାଳିଙ୍କୁ ବିପଦରୁ ବଞ୍ଚାଇବା ପାଇଁ ଆୟୋଜକମାନେ ନୂଆ ତରିକା ଆପଣାଇଛନ୍ତି।

୮୦ ଦଶକରେ ହୋଇଥିବା ଅଲମ୍ପିକ ସମୟରେ ଏହି ସେକ୍ସ କାରବାର ଅଧିକ ହୋଇଥିବା ଚର୍ଚ୍ଚାକୁ ଆସିଥିଲା। ସେତେବେଳେ ଯୌନ ରୋଗରୁ ସୁରକ୍ଷା ପାଇଁ ଖେଳାଳିଙ୍କୁ କଣ୍ଡୋମ ବଣ୍ଟା ଯାଇଥିଲା। ଏହା ପରଠାରୁ ଆୟୋଜକ କେତେ ଲକ୍ଷ କଣ୍ଡୋମ ବାଣ୍ଟିଛନ୍ତି ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥାଏ। ଏପରିକି ଗତ ୨୦୧୬ ରିଓ ଅଲମ୍ପିକ୍‌ରେ ଆୟୋଜକ ୯୦ ଲକ୍ଷ କଣ୍ଡୋମ ବାଣ୍ଟିଥିବା ଚର୍ଚ୍ଚା ହୋଇଥିଲା।

Advertisment

ଏକଥା ସତ ଯେ, ଅଲମ୍ପିକ ସମୟରେ ଖେଳାଳି ଏବଂ ସାଧାରଣ ଲୋକ ପରସ୍ପରର ନିକଟତର ହେବାର ସୁଯୋଗ ପାଇଥାନ୍ତି। ତେବେ ଏଥର କରୋନା କଟକଣା ମଧ୍ୟରେ ଆୟୋଜିତ ହେଉଛି ଅଲମ୍ପିକ। ତେଣୁ ସେକ୍ସ କାରବାରକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ପାଇଁ ଏପରି ସ୍ୱତନ୍ତ୍ର ଆଣ୍ଟି ସେକ୍ସ ବେଡ ପ୍ରସ୍ତୁତ କରାଯାଇଛି। 

ଖେଳାଳିମାନଙ୍କୁ ଆରାମ ଦେବା ପାଇଁ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ଧରଣର ବେଡ କାର୍ଡବୋର୍ଡରେ ତିଆରି ହୋଇଛି, ଯାହା ଅଧିକ ଓଜନ ସମ୍ଭାଳି ପାରିବ ନାହିଁ। ଯଦି ୨ ଜଣ ଲୋକ ଏହା ଉପରେ ଶୋଇବେ ତେବେ ଏହା ଭାଙ୍ଗିଯିବ। ଏହି ବେଡକୁ ପ୍ରସ୍ତୁତ କରିଛି ଏୟାରବିବ୍ କମ୍ପାନୀ। କମ୍ପାନୀ ପକ୍ଷରୁ କୁହାଯାଇଛି, ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବେଡ ପ୍ରସ୍ତୁତ କରାଯାଇଛି। ତେବେ ହାଲ୍‌କା କରାଯିବା ପଛରେ ଖାଲି ପରିବେଶ ସୁରକ୍ଷା ନୁହେଁ, ଅନ୍ୟ କିଛି କାରଣ ବି ରହିଛି। 

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ଖବରରୁ ଜଣାଯାଇଛି, ଏହି ବେଡ ୨୦୦ କିଲୋ ଓଜନ ଉଠାଇବାର କ୍ଷମତା ରଖିଛି। ତେବେ ହଠାତ୍‌ ଏତେ ଓଜନ ଏକା ସାଙ୍ଗରେ ରଖିହେବନି। ଏପରିକି ବେଡ ଉପରେ ହଲଚଲ ହେଲେ ବି ଏହା ଭାଙ୍ଗି ଯିବାର ଆଶଙ୍କା ରହିଛି। କରୋନା ମହାମାରୀ ଆର୍ଥିକ ମେରୁଦଣ୍ଡ ଦୁର୍ବଳ କରି ଦେଇଥିବାବେଳେ ଏବେ କରୋନା ପିକ୍‌ ସମୟରେ ରହିଛି। ତେଣୁ ଏପରି ବେଡର ବ୍ୟବହାର ଦ୍ୱାରା ସୋଶିଆଲ ଡିଷ୍ଟାନ୍ସିଂ ରକ୍ଷା କରାଯାଇ ପାରିବ। ସେଥିପାଇଁ ଏହାକୁ ଆଣ୍ଟି-ସେକ୍ସ ବେଡ କୁହାଯାଉଛି।କମ୍ପାନୀ ଏହିପରି ୧୮ ହଜାର ବେଡ ପ୍ରସ୍ତୁତ କରିଛି। ଅଲମ୍ପିକ ସମୟରେ ଏହା ଟିମ୍‌କୁ ଦିଆଯିବ। 

ଅଲମ୍ପିକ ସରିବା ପରେ ଏହି ବିଛଣା କବାଡି ଖାନାକୁ ଯିବ ନାହିଁ। କାରଣ କାରଖାନାରେ ଏଥିରୁ କାଗଜ ପ୍ରସ୍ତୁତ କରାଯିବ। ଏହା ବ୍ୟତୀତ ଏଥିରୁ ପ୍ଲାଷ୍ଟିକ ମଧ୍ୟ ଉତ୍ପାଦନ ହେବ।   

ତେବେ ପତଳା ଏବଂ କମ୍‌ ଓଜନ ସମ୍ଭାଳି ପାରୁଥିବା ଏହି ବେଡକୁ ନେଇ ଖେଳାଳିମାନେ ବିଶେଷ ଖୁସି ନୁହଁନ୍ତି। ଏ ନେଇ ସୋଶିଆଲ ମିଡିଆରେ ଖେଳାଳିଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଟ୍ୱିଟ କରି ଖେଳାଳିମାନେ କହିଛନ୍ତି, ଯଦି ବେଡ ଭାଙ୍ଗିଯାଏ ତେବେ ଆମକୁ ଚଟାଣରେ ଶୋଇବାକୁ ପଡ଼ିବ। ଆଉ କେହି କହିଛନ୍ତି, ପତଳା ବିଛଣାରେ ଶୋଇବା ଦ୍ୱାରା ସକାଳୁ ଫ୍ରେଶ ଲାଗିବ ନାହିଁ ଯାହା ଖେଳ ଉପରେ ପ୍ରଭାବ ପକାଇବ।

Tokyo Olympics 2021 Tokyo Olympics
Advertisment
Advertisment