Olympic
ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଗୋଟିଏ ବର୍ଷ ବିଳମ୍ବରେ ଆରମ୍ଭ ହେଉଛି ଅଲିମ୍ପିକ୍ସ । ହେଲେ ତଥା ଏହା ଉପରେ ରହିଛି କରୋନାର କାୟା । ସାରା ବିଶ୍ୱରେ ଏବେ ବି କରୋନାର ଭୟ ରହିଛି । ବିଶ୍ୱର ସବୁଠାରୁ ଜନଗହଳି ପୂର୍ଣ୍ଣ ସହର ମଧ୍ୟରୁ ଟୋକିଓ ଅନ୍ୟତମ । ସେଠାରେ ଏବେ ହଜାର ହଜାର ଅଲିମ୍ପିକ୍ସ ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ଅଧିକାରୀ ପହଞ୍ଚିଛନ୍ତି । ଟୋକିଓ ସହର ଏବେ ସମସ୍ତଙ୍କର ଆତିଥେୟତାରେ ଲାଗି ପଡ଼ିଛି । ହେଲେ ଚିନ୍ତାର ବିଷୟ ଯେ, ଏଠାରେ ପ୍ରତିଦିନ ୧୦୦୦ରୁ ଅଧିକ ନୂଆ କର୍ନା ଅକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଏବେ ବି ଚିନ୍ତାରେ ସାରା ବିଶ୍ୱ ।
India’s pistol exponent @realmanubhaker getting a first feel of the #asakashootingrange in #tokyo@Tokyo2020@WeAreTeamIndia@ISSF_Shooting#indianshootingteam#shooting#tokyo2020olympicspic.twitter.com/YB7ZWjqrcy
— NRAI (@OfficialNRAI) July 19, 2021
ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଖୁବ୍ କମ୍ ଜଣ ରହିଛନ୍ତି ଯେଉଁମାନେ ଖେଳ ସହ ସମ୍ପୃକ୍ତି । ହେଲେ ତଥାପି ଖେଳାଳିଙ୍କୁ ଭୟଭୀତ କରିବା ପାଇଁ ଏହା ଯଥେଷ୍ଟ । ଏକ ଅଜବ ପରିବେଶରେ ଆୟୋଜିତ ଏହି ଖେଳଗୁଡିକରେ ନା ଦର୍ଶକ ଅଛନ୍ତି ନା ସେହି ଉତ୍ସାହ ରହିଛି । ଯାହାକି ଅଲିମ୍ପିକ୍ସର ଆତ୍ମାକୁ ବା ପରିଚୟକୁ ପ୍ରତିଫଳିତ କରିଥାଏ । ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି କେବଳ ସକରାତ୍ମକ ଦିଗ ଉପରେ ଧ୍ୟାନ ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି । ଖେଳଗୁଡ଼ିକୁ କିଭଳି ସଫଳତାର ସହ ସମ୍ପନ୍ନ କରିବ ସେନେଇ ଚିନ୍ତା କରୁଛି । ଆଇଓସି ଅଧ୍ୟକ୍ଷ ଥୋମାସ ବାକ୍ ବୁଧବାର ରାତିରେ କହିଛନ୍ତି, 'ଏହି ସଙ୍କଟର ମୁକାବିଲା ପାଇଁ ଏକ ଉପାୟ ରହିଛି । ଖେଳ ଆରମ୍ଭ ହେବା ପରେ, ଖେଳାଳିଙ୍କ ମନରେ ଆତ୍ମବିଶ୍ୱାସ ଆପେ ଆପେ ଭରିଯିବ । ସେତେବେଳେ ଆଉ ମହାମାରୀ ଭୟ ନଥିବ । ଶୁକ୍ରବାର ଉଦ୍ଘାଟନୀ ସମାରୋହ ପରେ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଖେଳର ଏହି ମହାକୁମ୍ବ ଆରମ୍ଭ ହେବ । ବାକ୍ ନିଶ୍ଚିତ ଯେ ଏହା ଏକ ଆନନ୍ଦ ଏବଂ ଉଲ୍ଲାସର ଏକ ଉତ୍ସବ ହେବ ।
Finally reached our destination. #Tokyo2020 Games Village. pic.twitter.com/huqjKVnM79
— Saikhom Mirabai Chanu (@mirabai_chanu) July 16, 2021
ଭାରତ ବିଷୟରେ କହିବାକୁ ଗଲେ, ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ପାଖରେ ଅଲିମ୍ପିକ୍ସର ମାତ୍ର ୨୮ ଟି ପଦକ ରହିଛି । ୧୯୦୦ ମସିହାରେ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେଇଥିଲା । ହେଲେ ଏବେ ସୁଦ୍ଧା କେବଳ ଅଭିନବ ବିନ୍ଦ୍ର ହିଁ ବ୍ୟକ୍ତିଗତ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଯାହା ସେ ୨୦୦୮ ବେଜିଂ ଅଲିମ୍ପିକ୍ସରେ ସୁଟିଂରେ ଜିତିଥିଲେ । ଏଥର ଭାରତ ପକ୍ଷରୁ ୧୨୦ ରୁ ଅଧିକ ଖେଳାଳି ଅଲିମ୍ପିକ୍ସରେ ଭାଗ ନେଇଛନ୍ତି । ପ୍ରଥମ ଥର ପାଇଁ ଦୁଇ ଅଙ୍କରେ ପଦକ ଜିତିବାର ଆଶା ରଖିଛି ଭାରତ । ଏମାନଙ୍କମଧ୍ୟରୁ ୧୫ ଜଣ ସୁଟରଙ୍କ ଉପରେ ଭାରତ ଅଧିକ ଆଶା ରଖିଛି କାରଣ ସେମାନେ ଗତ ଦୁଇ ବର୍ଷ ମଧ୍ୟରେ ଆନ୍ତର୍ଜାତୀୟ ସ୍ତରରେ ବଡ଼ ସଫଳତା ହାସଲ କରିଛନ୍ତି ।
Also Read
ଭାରତର ପଦକ ଆଶା କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୯ ବର୍ଷୀୟ ମନୁ ଭାକର, ୨୦ ବର୍ଷୀୟ ଏଲାଭେନିଲ ଭାଲାରିଭାନ, ୧୮ ବର୍ଷୀୟ ଦିବ୍ୟାଂଶ ସିଂ ପାନୱାର, ୧୯ ବର୍ଷୀୟ ସୌରଭ ଚୌଧୁରୀ ଏବଂ ୨୦ ବର୍ଷୀୟ ଅଶ୍ୱର୍ଯ୍ୟା ପ୍ରତାପ ସିଂ ତୋମାର ସାମିଲ ଅଛନ୍ତି । ସେହିଭଳି ଭାରତ ପାରଖରେ ଏକ ବଡ଼ ସୁଟିଂ ଦଳ ରହିଛି । ଏହା ସହ ଏକାକୀ ଯୁଦ୍ଧ ମଇଦାନକୁ ଓହ୍ଲାଇବା ପାଇଁ ଦୁଇ ଜଣ ଖେଳାଳି ମଧ୍ୟ ରହିଛନ୍ତି । ଭାରୋତ୍ତୋଳନରେ ୪୯ କିଲୋଗ୍ରାମରେ ମେରାବାଇ ଚାନୁ ଏବଂ ଖଣ୍ଡା ଚଲାଇବା ପାଇଁ କ୍ୱାଲିଫାଇ କରି ଇତିହାସ ରଚିଥିବା ସିଏ ଭବାନୀ ଦେବୀ ମଧ୍ୟ ପଦକ ହାସଲ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।
Day 2 - Training Session
3 Days To #Tokyo2020!@ImDeepikaK@ArcherAtanu@tarundeepraii@pravinarcher@tokyo2020@arjunmunda@weareteamindia@ianuragthakur@Media_SAI#cheer4india#cheer4archery#IndianArchery#archery#archeryattokyo#olympic#toyko#tokyo2020pic.twitter.com/7StA6XR7Ez
— ARCHERY ASSOCIATION OF INDIA (@india_archery) July 20, 2021
୨୦୧୬ ରିଓ ଅଲିମ୍ପିକ୍ସରେ ଚାନୁ ଗୋଟିଏ ବି ବୈଧ ଲିଫ୍ଟଂ କରିପାରିନଥିଲେ । କିନ୍ତୁ ଏହା ପରଠାରୁ ସେ ୨୦୧୭ ବିଶ୍ୱ ଚାମ୍ପିଅନସିପ୍, କମନୱେଲଥ୍ ଗେମ୍ସ ୨୦୧୮ ରେ ସ୍ୱର୍ଣ୍ଣ ଜିତିଥିଲେ ଏବଂ ତାଙ୍କ ନାଁରେ କ୍ଲିନ୍ ଆଣ୍ଡ ଜର୍କର ବିଶ୍ୱ ରେକର୍ଡ ମଧ୍ୟ ରହିଛି । ଅନ୍ୟପଟେ ଭବାନୀ ଖଣ୍ଡା ଚଲାଇବା ପାଇଁ କ୍ୱାଲିଫାଇ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।
ବିଶ୍ୱର ଏକ ନମ୍ବର ଧନୁର୍ଦ୍ଧର ଦୀପିକା କୁମାରୀଙ୍କ ନେତୃତ୍ୱରେ ତୀରନ୍ଦାଜୀ ଦଳରୁ ମଧ୍ୟ ପଦକ ଆଶା ରହିଛି । ଦୀପିକା ଚେଷ୍ଟା କରୁଛନ୍ତି ଭଲ ପ୍ରଦର୍ଶନ ସହିତ ଲଣ୍ଡନ ଅଲିମ୍ପିକ୍ସର ତିକ୍ତ ସ୍ମୃତିକୁ ଭୁଲିଯିବେ । ଯେଉଁଠାରେ ସେ ବିଶ୍ୱର ଏକ ନମ୍ବର ଧନୁର୍ଦ୍ଧର ଭାବରେ ଅବତରଣ କରି ମଧ୍ୟ ଦୁର୍ଭାଗ୍ୟଜନକ ଭାବରେ ବିଫଳ ହୋଇଥିଲେ । ତାଙ୍କ ସ୍ୱାମୀ ଅତନୁ ଦାସଙ୍କ ସହ ସେ ମିଶ୍ରିତ ଦଳ ବର୍ଗରେ ପଦକ ପ୍ରତିଯୋଗୀ ମଧ୍ୟ ରହିଛନ୍ତି ।
𝗬𝗘 𝗥𝗜𝗡𝗚 𝗞𝗛𝗔𝗔𝗦 𝗛𝗔𝗜 😍
Women boxers, coaches and support staff pose near Olympic rings at Olympic village 🥊#RingKeBaazigar#boxing#Tokyo2020#Cheer4Indiapic.twitter.com/PBFsG845yd
— Boxing Federation (@BFI_official) July 21, 2021
ବକ୍ସିଂରେ ଅମିତ ପାଙ୍ଗଲ (୫୨ କିଲୋଗ୍ରାମ), ଛଅ ଥର ବିଶ୍ୱ ଚାମ୍ପିୟନ ଏମସି ମେରି କମ (୫୧ କିଲୋଗ୍ରାମ) ଏବଂ ଏସୀୟ ଖେଳର ପୂର୍ବତନ ଚାମ୍ପିଅନ ବିକାଶ କୃଷ୍ଣ (୬୯ କିଲୋଗ୍ରାମ)ଙ୍କ ଠାରୁ ମଧ୍ୟ ପଦକ ଆଶା ରଖିଛି ଭାରତ ।
୮ଜଣ ରେସଲରଙ୍କ ମଧ୍ୟରେ ଗତ ତିନି ବର୍ଷ ଧରି ଭଲ ପ୍ରଦର୍ଶନ କରୁଥିବା ବଜରଙ୍ଗ ପୁନିଆ (୬୫ କିଲୋଗ୍ରାମ) ଏବଂ ବିନେଶ ଫୋଗାଟ (୫୩ କିଲୋଗ୍ରାମ) ଙ୍କ ଠାରୁ ପଦକ ଆଶା ଅଧିକ ରହିଛି । ଦୀପକ ପୁନିଆ (୮୬ କିଲୋଗ୍ରାମ) ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇପାରନ୍ତି ବୋଲି ଆଶା କରାଯାଉଛି । ଯିଏ କି ୨୦୧୯ ବିଶ୍ୱ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିଲେ । ଗତ ଚାରି ଦଶନ୍ଧି ଧରି ଅଲିମ୍ପିକ୍ସ ପଦକକୁ ଅପେକ୍ଷା କରିଥିବା ଭାରତୀୟ ହକି ଦଳ, ଉଭୟ ମହିଳା ଏବଂ ପୁରୁଷ ଦଳରୁ ମଧ୍ୟ ପଦକ ଆଶା ରଖିଛି । ୧୯୮୦ରେ ଭାରତ ଅଷ୍ଟମ ତଥା ଶେଷ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଥିଲା ଏବଂ ଏତେ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ଦଳ ପ୍ରକୃତ ଆଶା ବଢ଼ାଇଛି ।
From Tokyo, with love 💙🇮🇳
Rate Team India's look from the Olympic Village.
We go with 🔥#HaiTayyar#IndiaKaGame#Tokyo2020#TokyoOlympics#StrongerTogether#Cheer4India#HockeyInvites#WeAreTeamIndia#Hockeypic.twitter.com/h3kDHBOBqz
— Hockey India (@TheHockeyIndia) July 20, 2021
ଟେବୁଲ୍ ଟେନିସରେ ଅଂଚତ ଶରତ କମଲ ଏବଂ ମନିକା ବତ୍ରା ଚମତ୍କାର ପ୍ରଦର୍ଶନ କରିପାରନ୍ତି । ଆଥଲେଟିକ୍ସରେ ନୀରଜ ଚୋପ୍ରା କିମ୍ବା ଅଲିମ୍ପିକ୍ସରେ ତେଜିନ୍ଦର ସିଂ ତୁର ଭାରତକୁ ପଦକ ଉପହାର ଦେବେ ବୋଲି ଅନେକ ଆଶା ରଖାଯାଇଛି ।
The 5 magical rings! @Tokyo2020 🇯🇵🗼🇮🇳#Cheer4India#StrongerTogetherpic.twitter.com/ogw0MiEdnL
— Sharath Kamal OLY (@sharathkamal1) July 20, 2021
ସେହିଭଳି ବ୍ୟାଡମିଣ୍ଟନରେ ବିଶ୍ୱ ଚାମ୍ପିଅନ୍ ପି.ଭି ସିନ୍ଧୁ ଦ୍ୱିତୀୟ ଅଲିମ୍ପିକ୍ସ ପଦକ ଜିତିବା ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଛି । ରିଓରେ ରୌପ୍ୟ ପଦକ ଜିତିବା ପରେ ଟୋକିଓରେ ସ୍ୱର୍ଣ୍ଣ ପଦକ ଉପରେ ତାଙ୍କର ନଜର ରହିଛି । ଭେଟେରାନ୍ ଟେନିସ୍ ଖେଳାଳି ସାନିଆ ମିର୍ଜା ଚତୁର୍ଥ ଥର ପାଇଁ ଅଲିମ୍ପିକ୍ସ ମଇଦାନକୁ ଓହ୍ଲାଇବେ । ସେ ଡବଲ୍ସରେ ଅଙ୍କିତା ରାଇନାଙ୍କ ସହ ମଇଦାନକୁ ଓହ୍ଲାଇବେ । ସେହିଭଳି ଘୋଡ଼ା ଚଢ଼ିବାରେ ଫୱାଦ ମିର୍ଜା ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଭାରତ ପାଇଁ ଖେଳିବେ । ସନ୍ତରଣରେ ମଧ୍ୟ ଭାରତର ସାଜନ ପ୍ରକାଶ ଏବଂ ଶ୍ରୀହରି ନଟରାଜ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଏ’ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଥିଲେ । ସମଗ୍ର ଦେଶର ଆଶା ଏହି ଖେଳାଳିମାନଙ୍କ ଉପରେ ରହିଛି ।