• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମହାକାଶ ଯିବେ ସୁନୀତା ୱିଲିୟମ୍ସ । ତୃତୀୟ ଥର ପାଇଁ ସୁନୀତାଙ୍କୁ ମହାକାଶ ପଠାଉଛି ନାସା । ସୂଚନାଯୋଗ୍ୟ ସୁନୀତା ୱିଲିୟମ୍ସ ହେଉଛନ୍ତି ଭାରତୀୟ ବଂଶୋଭବ । ତାଙ୍କର ଗୋଟେ ଅଜବ ଅଭ୍ୟାସ ରହିଛି । ସେ ମହାକାଶରେ ସିଙ୍ଗଡ଼ା ଖାଇବାକୁ ଭଲ ପାଆନ୍ତି । ଏବେ ପୁଣି ଥରେ ତାଙ୍କୁ ମହାକାଶ ଅଭିଯାନରେ ପଠାଉଛି ନାସା ।

ବୋଇଂ ଷ୍ଟାରଲିନର୍ରେ ସେ ଆସନ୍ତାକାଲି ଭାରତୀୟ ସମୟ ସକାଳ ୮.୦୪ ମହାକାଶ ଅଭିମୁଖେ ଉଡ଼ାଣ ଭରିବ । ନିଜର ତୃତୀୟ ମହାକାଶ ଯାତ୍ରାକୁ ନେଇ ଟିକେ ବିଚଳିତ ଥିବା ସୁନୀତା କହିଥିଲେ । କିନ୍ତୁ ଏହାକୁ ନେଇ ତାଙ୍କର କୌଣସି ଚିନ୍ତା ନଥିବା ମଧ୍ୟ ସେ କହିଛନ୍ତି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ପହଞ୍ଚିବି, ସେତେବେଳେ ଏହା ଘରକୁ ଫେରିବା ପରି ହେବ ।

ଅଧିକ ପଢ଼ନ୍ତୁ: ବଡ଼ ଅଘଟଣରୁ ବର୍ତ୍ତିଥିଲା ଚନ୍ଦ୍ରୟାନ-୩ ! ଶେଷ ମୁହୂର୍ତ୍ତରେ ଘୁଞ୍ଚିଥିଲା ଲଞ୍ଚିଂ ଟାଇମ୍

ଡକ୍ଟର ଦୀପକ ପାଣ୍ଡ୍ୟା ଏବଂ ବୋନି ପାଣ୍ଡ୍ୟାଙ୍କଠାରୁ ଜନ୍ମ ନେଇଛନ୍ତି ସୁନୀତା ୱିଲିୟମ୍ସ । ଏହି ଯାତ୍ରା ସହ ସେ ଇତିହାସ ମଧ୍ୟ ସୃଷ୍ଟି କରିଛନ୍ତି । ୫୯ ବର୍ଷିୟା ସୁନୀତା ନ୍ୟୁ ହ୍ୟୁମାନ୍ ରେଟେଡ୍ ମହାକାଶଯାନରେ ପ୍ରଥମ ମହିଳା ଭାବେ ଉଡ଼ି ଇସିହାସ ସୃଷ୍ଟି କରିଛନ୍ତି । ଗତ ୨୦୦୬ ଓ ୨୦୧୨ରେ ସେ ଦୁଇଥର ମହାକାଶକୁ ଯାଇଛନ୍ତି । ନାସାର ତଥ୍ୟ ଅନୁଯାୟୀ, ସୁନୀତା ସମୁଦାୟ ୩୨୨ ଦିନ ମହାକାଶରେ ଅତିବାହିତ କରିଛନ୍ତି ।

ସୁନୀତା ୱିଲିୟମ୍ସଙ୍କ ପିତା ଗୁଜୁରାଟର ମେହସାନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ପରେ ସେ ସେ ଆମେରିକା ଯାଇ ବୋନିଙ୍କୁ ବିବାହ କରିଥିଲେ । ନାସା ତରଫରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି, ବୋଇଂର ଷ୍ଟାରଲିନର୍ ମହାକାଶଯାନରେ କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନ ପାଇଁ ସୁନୀତା ପ୍ରସ୍ତୁତ ହେଉଛନ୍ତି । ସେହି ଯାନ ପାଇଁ ପ୍ରଥମ କ୍ରୁଡ୍ ଫ୍ଲାଇଟ୍ ସହ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଏହା ତାଙ୍କର ତୃତୀୟ ମିଶନ୍ ।

ତେବେ ଏହି ମିଶନଟି କେପ୍ କାନାଭରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନରେ ସ୍ପେସ୍ ଲଞ୍ଚ୍ କମ୍ପେଲକ୍ସ-୪୧ ରୁ ଲଞ୍ଚ ହୋଇଛି । ସୁନୀତାଙ୍କ ସହ ମହାକାଶଚାରୀ ବୁଚ୍ ୱିଲମୋର୍ ମଧ୍ୟ ଯାଇଛନ୍ତି । ସେଠାରେ ଏହି ଦୁଇ ମହାକାଶଚାରୀ ପ୍ରାୟ ଗୋଟେ ସପ୍ତାହ ରହିବେ । ଏହି ମିଶନ ଷ୍ଟାରଲାଇନର୍ ସିଷ୍ଟମର ଉତକ୍ଷେପଣ, ମହାକାଶଚାରୀଙ୍କୁ ପ୍ରୟୋଗଶାଳାରେ ପହଞ୍ଚାଇବା ଓ ପୃଥିବୀକୁ ଫେରାଇ ଆଣିବାର ସାମର୍ଥକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ।

ଅଧିକ ପଢ଼ନ୍ତୁ: ଚନ୍ଦ୍ରଯାନ-୪ରେ ଜହ୍ନରୁ ଆସିବ ମାଟି; ସ୍ପଷ୍ଟ କଲେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ