Advertisment

ଅନାଥ କୁନି ଝିଅକୁ କୋଳେଇ ନେଇଥିଲେ, କନ୍ୟା ଦାନ କଲେ

ମହାମାରୀ ସମୟରେ ସତୀଚଉରା ମଶାଣିରେ ଶହଶହ କରୋନା ମୃତବ୍ୟକ୍ତିଙ୍କ ଶବଦାହ କରି ଚର୍ଚ୍ଚାକୁ ଆସିଥିଲେ କଟକର ବିଭୂତି ରାୟ। ଏବେ ପୁଣି ଏକ ନିଆରା କାର୍ଯ୍ୟ କରି ସେ ଚର୍ଚ୍ଚାକୁ ଆସିଛନ୍ତି ।

author-image
Minati Mishra
ଅନାଥ କୁନି ଝିଅକୁ କୋଳେଇ ନେଇଥିଲେ, କନ୍ୟା ଦାନ କଲେ

social worker from cuttack

କଟକ: କରୋନା ଅନେକ ଦୁର୍ଦ୍ଦିନ ଆଣି ଦେଇଛି । ଅନେକ ପରିବାର ଉଜାଡ଼ି ଦେଇଛି। ଅନେକ ଶିଶୁଙ୍କ ମୁଣ୍ଡ ଉପରୁ ଛଡ଼ାଇ ନେଇଛି ପରିବାରର ଛାତ। ଅନେକ ମା’ର କୋଳ ଶୂନ୍ୟ କରିଦେଇଛି। ଅନେକ ସିନ୍ଦୂର ଲିଭାଇ ଦେଇଛି। ଏସବୁ ହା ହୂତାଶ ଭିତରେ ବି କରୋନା ଛାଡ଼ି ଯାଇଛି ଏକ ମଧୁର ସ୍ମୃତି। ଅନେକ ଭଲ ମଣିଷଙ୍କ ପରିଚୟ ଆମକୁ ଦେଇଛି କରୋନା। ମହାମାରୀ ବିପତ୍ତିବେଳେ ନିଜ ପରିବାର, ଜୀବନକୁ ପଛ କରି ଆଗେଇ ଆସିଛନ୍ତି ସାହାଯ୍ୟ କରିବା ପାଇଁ। କରୋନା ଏମିତି ଜଣେ ଭଲ ମଣିଷଙ୍କ ପରିଚୟ ଆମକୁ ଦେଇଛି । ସେ ହେଉଛନ୍ତି କଟକର ସମାଜସେବୀ ବିଭୂତି ରାୟ।

Advertisment
marriage ceremony cuttack

ମହାମାରୀ ସମୟରେ ସତୀଚଉରା ମଶାଣିରେ ଶହଶହ କରୋନା ମୃତବ୍ୟକ୍ତିଙ୍କ ଶବଦାହ କରି ଚର୍ଚ୍ଚାକୁ ଆସିଥିଲେ କଟକର ବିଭୂତି ରାୟ। ଏବେ ପୁଣି ଏକ ନିଆରା କାର୍ଯ୍ୟ କରି ସେ ଚର୍ଚ୍ଚାକୁ ଆସିଛନ୍ତି । ଦୀର୍ଘ ବର୍ଷ ତଳେ ଏକ ଅନାଥ କୁନି ଝିଅକୁ ପିଲାଟି ଦିନରୁ ପାଳିପୋଷି ବଡ଼ କରିଥିଲେ ବିଭୂତି। ଆଉ ଏବେ ସେ ଭଲ ବର ପାତ୍ର ଦେଖି ସେହି କନ୍ୟାର ବିବାହ କରାଇଛନ୍ତି।

Advertisment

ଝିଅକୁ ପାଇବା ପଛରେ ରହିଛି ଏକ କରୁଣ କାହାଣୀ।  ୧୨ ବର୍ଷ ତଳେ ଏକ ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାକୁ ଆସିଥିଲେ।  ସେମାନଙ୍କ ମଧ୍ୟରେ ଥିଲା  ଛୋଟ ଝିଅଟିଏ ।   ମେଡିକାଲରେ ସ୍ୱେଛାସେବୀ କାମ କରୁଥିବା ବିଭୂତି ସେହି ଅଜଣା ଅଚିହ୍ନା କୁନି ଝିଅର ସେବା କରି ତାର ଜୀବନ ବଞ୍ଚାଇଥିଲେ। ଝିଅ ସୁସ୍ଥ ହେଲା ସିନା, ଝିଅକୁ ନେବାକୁ  କେହି ପରିବାର ଲୋକେ ନ ଆସି ନ ଥିଲେ। ଶେଷରେ ବିଭୂତି ତାକୁ ପୋଷ୍ୟ କନ୍ୟା ଭାବେ ଆଦରି ନେଇଥିଲେ।  ତାର ନାଁ ଦେଇଥିଲେ ଅନୀତା। ନିଜର ଦୁଇଟି କନ୍ୟା ଥିଲେ ମଧ୍ୟ ବିଭୂତି ଓ ତାଙ୍କ ସ୍ତ୍ରୀ ନିଜ ପିଲାମାନଙ୍କ ଠାରୁ ଅଧିକ ଭଲ ପାଉଥିଲେ ଅନୀତାଙ୍କୁ। ଏବେ ଏକ ଯୋଗ୍ୟ ବର ଦେଖି ସେ ଅନୀତାଙ୍କୁ ବାହା ଦେଇଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।
 ବଧୂ ବେଶରେ ସଜେଇ ହୋଇଛନ୍ତି ଅନୀତା। ଅନେକ ଖୁସି..ଅନେକ ସ୍ୱପ୍ନ ନେଇ ବାହା ବେଦୀକୁ ଯାଉଛନ୍ତି। ହେଲେ ତାଙ୍କ ଆଖିରୁ ବହି ଯାଉଛି ଲୁହ । ନିଜ କୋହକୁ ସମ୍ଭାଳି ପାରୁ ନାହାନ୍ତି। ‘ମୋ ବାପା ନୁହଁନ୍ତି, ମୋ ପାଇଁ ଭଗବାନ। ନିଜ ବାପା-ମା ଥିଲେ ବି ଏତିକି କରି ନ ଥାନ୍ତେ’ ବୋଲି ବାଷ୍ପରୁଦ୍ଧ କଣ୍ଠରେ କହୁଛନ୍ତି।

marriage ceremony at cuttack

ବାପା ବିଭୂତି ମଧ୍ୟ ଝିଅକୁ ଶାଶୂଘରକୁ ବିଦା କରିବା ସମୟରେ ନିଜ କୋହକୁ ସମ୍ବରଣ କରି ପାରୁନାହାନ୍ତି। କୋହ ଭରା କଣ୍ଠରେ ସେ କହିଛନ୍ତି,  ପରିବାରର ଗୋଟିଏ ଅଙ୍ଗ ଥିଲା ସେ। ଗୋଟିଏ ଅଙ୍ଗକୁ ହରାଇଲେ ଯେମିତି କଷ୍ଟ ହୁଏ ଆଜି ମତେ ସେମିତି କଷ୍ଟ ହେଉଛି ବୋଲି କହିଛନ୍ତି। 

Odisha News Motivational Story Cuttack
Advertisment
Advertisment