Advertisment

ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛ। ହେଲେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ବନ୍ଦ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ।

author-image
Minati Mishra
ଅଦ୍ୟତନ ହୋଇଛି
ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

Puri Srimandir

ପୁରୀ: ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ।  ଅନବସରର ଚତୁର୍ଦ୍ଦଶୀ ତିଥିରେ ଖଡ଼ି ଲାଗି ଓ ବନକଲାଗି ପରେ ନୂଆ ରୂପରେ ଝଟକୁଛନ୍ତି ମହାପ୍ରଭୁ ।ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛ। ତେବେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ବନ୍ଦ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ।

Advertisment

ଆଜି ସକାଳୁ ଚକା ଅପସର ନୀତି କରାଯିବା ପରେ ମଙ୍ଗଳଆଳତୀ, ଅବକାଶ ପରେ ଦଶଅବତାର ଠାକୁର ବାହୁଡା ବିଜେ କରିବେ । ତାପରେ ନବଯୌବନ ଦର୍ଶନ ବିଧି ରହିଛି । ସର୍ବାଙ୍ଗ ଓ ବନ୍ଦାପନା ପରେ ନେତ୍ରୋତ୍ସବ ବନ୍ଦାପନା କରାଯିବ । ଆଜି ଦୀର୍ଘ ୧୫ଦିନ ପରେ ପତିତପାବନଙ୍କୁ ଦେଖିବାର ସୁଯୋଗ ପାଇବେ ଭକ୍ତ । ଯେହେତୁ ଚତୁଦ୍ଧାମୁରତୀଙ୍କୁ ଦର୍ଶନ ନାହିଁ, ଆଖିପୁରାଇ ପତିତପାବନଙ୍କ ଦର୍ଶନ କରିବେ ଭକ୍ତ ।

ସେପଟେ ପ୍ରାଶାସନିକ ସ୍ତରରେ ନିଷ୍ପତ୍ତି ପୁରୀରେ ଶନିବାର ସଟ୍‌ଡାଉନ ହେବ ନାହିଁ । ରବିବାର ରାତ୍ର ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ  ବଳବତ୍ତର ରହିବ।  ୨ ଦିନ କର୍ଫ୍ୟୁ ନିଷ୍ପତ୍ତି ନେଇଥିବାରୁ ଶନିବାର ଦିନ ସଟ୍‌ଡାଉନ୍‌ ନିୟମକୁ ବାରଣ କରାଯାଇଛି। କରୋନା ସଂକ୍ରମଣ ସ୍ଥିତିକୁ ଦେଖି ବି କାଟାଗୋରୀରେ ଥିବା ପୁରୀ ସମେତ ୧୦ଟି ଜିଲ୍ଲାରେ ବର୍ତ୍ତମାନ ସପ୍ତାହାନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିଛି |

Advertisment

ଅନ୍ୟପଟେ ଗତକାଲି ଚତୁର୍ଦ୍ଦଶୀ ତିଥିରେ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେନୀତି ସମାପନ ହୋଇଛି। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଖଡ଼ି ପ୍ରସାଦ ଲାଗି ପରେ ପୂର୍ଣ୍ଣ ଅଣସର ଗୁପ୍ତ ସେବା ନୀତି ଶେଷ ହୋଇଛି ।  ଏପଟେ ରଥର୍ନିମାଣ କାର୍ଯ୍ୟ ଶେଷ ପଯର୍ୟାୟରେ ପହଞ୍ଚିଛି  । ତିନି ରଥ କନା ମୁଣ୍ଡଣି କାର୍ଯ୍ୟ କରାଯାଉଛି।

ବିନା ଭକ୍ତରେ ଦ୍ୱିତୀୟ ଥର ପାଇଁ ପୁରୀରେ ହେବାକୁ ଯାଉଛି ରଥଯାତ୍ରା। ଏଥର ବି ଶୃଙ୍ଖଳିତ ଭାବେ ଘୋଷଯାତ୍ରା କରିବା ନେଇ ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।  ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତ, ପ୍ରଶାସନିକ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ RTPCR କୋଭିଡ୍ ଟେଷ୍ଟ କରାଯାଉଛି। ରଥଯାତ୍ରା ସମୟରେ ପୁରୀରେ ହେବ ଗ୍ରୀନ ଜୋନ୍। ଗୁଣ୍ଡିଚା ମନ୍ଦିର ଚାରିପଟେ କଡା ସୁରକ୍ଷ ବ୍ୟବସ୍ଥା ରହିବ।  

Puri Ratha Yatra Puri Srimandir
Advertisment
Advertisment