/odishatv-khabar/media/post_attachments/uploadimage/library/16_9/16_9_0/IMAGE_1631958666.jpeg)
Babul Supriyo
ପଶ୍ଚିମବଙ୍ଗ: ତୃଣମୂଳ କଂଗ୍ରେସରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ । ନିକଟରେ ରାଜନୀତିରୁ ସନ୍ୟାସ ନେବା କଥା ଘୋଷଣା କରି ସେ ବିଜେପି ଛାଡ଼ିଥିଲେ । କେନ୍ଦ୍ରମନ୍ତ୍ରୀ ପଦରୁ ହଟିବା ପରେ ବାବୁଲ ସୁପ୍ରିଓ ବିଜେପି ଛାଡ଼ିଥିଲେ ।
ଗତ ନିର୍ବାଚନ ସମୟରେ ସେ ଟିଏମ୍ସି ନେତା ଓ କର୍ମୀଙ୍କ ଦ୍ୱାରା ଅକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ହେଲେ ଏବେ ସେ ସେହି ଟିଏମ୍ସିରେ ଯୋଗଦେଇଛନ୍ତି । ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି ।
Also Read
ପଶ୍ଚିମବଙ୍ଗରେ ଗୋଟିଏ ପରେ ଗୋଟିଏ ବିଜେପି ନେତା ଦଳ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଉଛନ୍ତି । ଯାହାକି ବିଜେପି ପାଇଁ ବଡ଼ କ୍ଷତି ହେଉଥିବା ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ବାବୁଲ ସୁପ୍ରିଓ ଦଳ ଛାଡ଼ିବା ମଧ୍ୟ ବିଜେପି ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବୋଦୟ କଥା କହୁଥିବା ବେଳେ ସେଠାରେ ବିଜେପିର ଲୋକପ୍ରିୟ ନେତା ଜଣକ ପରେ ଜଣେ ଦଳ ଛାଡ଼ିବା ଘଟଣା, ଦଳକୁ ଚିନ୍ତାରେ ପକାଇଛି ।
ସୂଚନାଯୋଗ୍ୟ, ଗତ ନିର୍ବାଚନରେ ବିଜେପି ଓ ଟିଏମ୍ସି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ୨୯୨ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ସେଥିରୁ ବିଜେପି ୭୭ଟି ଆସନରେ ବିଜୟୀ ହୋଇଥିଲା । ଅନ୍ୟପଟେ ଟିଏମ୍ସି ୨୧୩ଟି ଆସନରେ ବିଜୟୀ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)