/odishatv-khabar/media/post_attachments/uploadimage/library/16_9/16_9_0/parliament_1626933024.jpg)
parliament
ନୂଆଦିଲ୍ଲୀ: ଏଥର ମମିତାଙ୍କୁ ନ୍ୟାୟ ଦାବିରେ କମ୍ପିବ ସଂସଦ ଭବନ । ସଂସଦରେ ଉଠିବ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗ । ମମିତା ସହ ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗ ମଧ୍ୟ ଉଠାଇବ ବିଜେପି । ଏନେଇ ଓଟିଭିକୁ ବିଜେପି ସାଂସଦ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ପରୀ ଠାରୁ ମମିତା ଯାଏଁ ସବୁ ଘଟଣାରେ ରାଜ୍ୟ ସରକାର ନିରବ ବୋଲି ସୁରେଶ ଅଭିଯୋଗ କରିଛନ୍ତି । ତା’ସହ ଓଡ଼ିଶା ସୀମା ବିବାଦ ପ୍ରସଙ୍ଗ ମଧ୍ୟ ସଂସଦରେ ଉଠାଇବ ଦଳ । ପଶ୍ଚିମବଙ୍ଗ, ଆନ୍ଧ୍ର, ଝାଡ଼ଖଣ୍ଡ ସହ ସୀମା ବିବାଦ କଥା ଉଠାଇବାକୁ ଦଳ ପ୍ରସ୍ତୁତ ହେଉଛି । ଆସନ୍ତାକାଲିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ଆହୂତ ବୈଠକରେ ରାଜନାଥ ସିଂହ, ପୀୟୂଷ ଗୋଏଲ, ଲୋକସଭାରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ, ମଲ୍ଲିକାର୍ଜୁନ ଖଡ଼ଗେ, ଆନନ୍ଦ ଶର୍ମା, ଟିଏମ୍ସିରୁ ସୁଦୀପ ବାନାର୍ଜୀ, ଡେରେକ ଓ ବ୍ରିଏନ, ଡିଏମ୍କେରୁ ଟିଆର ବାଲୁ ଓ ଟି. ଶିବା ଏବଂ ଏନ୍ସିପିରୁ ଶରଦ ପାଓ୍ୱାର ଯୋଗ ଦେଇଛନ୍ତି । ଏଥର ଅଧିବେଶନରେ ଅନେକଗୁଡ଼ିଏ ବିଲ୍ ପାରିତ କରିବା ଲାଗି ଶାସକ ଦଳ ଯୋଜନା ରଖିଛି । ବିଶେଷ କରି ତିନି କୃଷି ଆଇନ ଉଚ୍ଛେଦ, କ୍ରିପ୍ଟୋ କରେନ୍ସି ନିୟନ୍ତ୍ରଣ ବିଲ୍ ପାସ୍ କରାଇବା ଲାଗି ସରକାର ଯୋଜନା ରଖିଛନ୍ତି । ଏହି ଅଧିବେଶନ ଡିସେମ୍ବର ୨୩ ଯାଏ ଚାଲିବ ବୋଲି ସ୍ଥିର ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)