• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବିଏମ୍‌ସିର ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ଭାବେ ପାଳିଲା ବିଜେପି ।

  • ବିଏମ୍‌ସି ଅଫିସ୍ ଆଗରେ କଳା ପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭୁବନେଶ୍ୱର: ବିଏମ୍‌ସିର ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ଭାବେ ପାଳିଲା ବିଜେପି । ଭୁବନେଶ୍ୱର ଜିଲ୍ଳା ବିଜେପି ପକ୍ଷରୁ ଆଜି ବିଏମ୍‌ସି ଅଫିସ୍ ଆଗରେ କଳା ପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୩ ବର୍ଷ ହେବ ନିର୍ବାଚନ ହେଉନଥିବାରୁ ବିଏମସି ରାଜଧାନୀବାସୀଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଛି ।

ରାସ୍ତା, ଡ୍ରେନ୍ କାମ ହେଉନି । ସଫେଇରେ ଅବହେଳା ଯୋଗୁଁ ଡେଙ୍ଗୁ ଭଳି ରୋଗ ବ୍ୟାପୁଛି । କିନ୍ତୁ ଖାଲି ବର୍ଦ୍ଧିତ ଟିକସ ଆଦାୟ କରିବାରେ ବିଏମସି ବ୍ୟସ୍ତ ରହୁଥିବା ଅଭିଯୋଗ କରିଛି ଦଳ । ଏସବୁ ଅବ୍ୟବସ୍ଥାକୁ ନେଇ ଆଜି ବିଜେପି କଳା ଦିବସ ପାଳନ କରିଛି ।

ଅନ୍ୟପଟେ ସ୍ୱାୟତ୍ତ ଶାସନ ଦିବସ ପୂର୍ବରୁ ବିଏମ୍‌ସି ଓ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ୍ କରିଥିଲା । ବିଜେପି ପକ୍ଷରୁ ‘ଆମେ କହୁନୁ, କହୁଛି ଗଣମାଧ୍ୟମ’ ନାଁରେ ବୁକଲେଟ୍ ରିଲିଜ କରି ସରକାରଙ୍କ ବିଫଳତା ନେଇ ପ୍ରେସମିଟ୍‌ରେ ତଥ୍ୟ ରଖିଥିଲା । ରାଜ୍ୟ ସଭାପତି ସମୀର ମହାନ୍ତି ଓ ଭୁବନେଶ୍ୱର ଜିଲା ବିଜେପି ସଭାପତି ବାବୁ ସିଂଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ଭୁବନେଶ୍ୱରକୁ ସ୍ମାର୍ଟ ସିଟି ରାଜ୍ୟ ସରକାର କେବଳ ଘୋଷଣା କରିଛନ୍ତି, ତାକୁ କାର୍ଯ୍ୟକାରୀ କରାଯାଉନି । ଭୁବନେଶ୍ୱର ଡେଙ୍ଗୁ ପରିସ୍ଥିତି ସହ ରାସ୍ତା ଘାଟ କାମ, ସ୍ମାର୍ଟ ସିଟିରେ ଅଳିଆ ଆବର୍ଜନା ଜମିବା, ଡ୍ରେନ ସମସ୍ୟା, ମୋ ସାଇକେଲ ଦୁର୍ନୀତି ସମେତ ମୌଳିକ ସେବା ଯୋଗାଇବାରେ ବିଫଳ ବୋଲି କହିଛି ବିଜେପି ।

ବିଜେଡି ପକ୍ଷରୁ ଏହାର ଜବାବ ରଖିଥିଲେ ମୁଖପାତ୍ର ପ୍ରତାପ ଦେବ । ସେ କହିଥିଲେ ସରକାରଙ୍କ ଦୋଷ ତ୍ରୁଟିକୁ ସାମ୍ନାକୁ ଆଣିବା କାମ ଗଣମାଧ୍ୟମର କିନ୍ତୁ ବିଜେପି ତାକୁ ଆଧାର କରି ଯେଉଁ ଅଭିଯୋଗ କରୁଛି ତାହା ତାଙ୍କ ଅପାରଗତା । ଯଦି ସରକାରଙ୍କ ଦୋଷ ଦୁର୍ବଳତା ଗଣମାଧ୍ୟମ ପଦାକୁ ଆଣୁଛି ତେବେ ବିରୋଧୀ ଦଳରେ ଥାଇ ବିଜେପି କରୁଛି କଣ ? ଏଭଳି ପ୍ରଶ୍ନ କରି ବିଜେପିକୁ ଉତ୍ତର ଦେଇଛନ୍ତି ପ୍ରତାପ ଦେବ ।