Advertisment

ଆମେ ୧୮ ଘଣ୍ଟା ଖଟିବୁ, ତୁମେ ଆସି ଆମ ଅଫିସ୍‌ ଭାଙ୍ଗିବ; ନାଇଁ...

କଂଗ୍ରେସ ଭବନ ଭଙ୍ଗାରୁଜା ନେଇ ମୁହଁ ଖୋଲିଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। କହିଲେ, ଆମ ଅଫିସ୍‌ରେ ବେଳେ ବେଳେ ଏମିତି ଭଙ୍ଗାରୁଜା ଅନେକ ସମୟରେ ହୁଏ

author-image
Sarbeswar
ଅଦ୍ୟତନ ହୋଇଛି
Congress

Congress

ଭୁବନେଶ୍ୱର: କଂଗ୍ରେସ ଭବନ ଭଙ୍ଗାରୁଜା ନେଇ ମୁହଁ ଖୋଲିଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। କହିଲେ, ଆମ ଅଫିସ୍‌ରେ ବେଳେ ବେଳେ ଏମିତି ଭଙ୍ଗାରୁଜା ଅନେକ ସମୟରେ ହୁଏ। ସକାଳେ ଭଙ୍ଗାରୁଜା ହୋଇଥିଲା ଆଉ ଏବେ ପୁଣି ହେଲା। ପଂଚାୟତ ଓ ପୌର ନିର୍ବାଚନ ମୁଣ୍ଡ ଉପରେ। ତେଣୁ ଦଳକୁ ବଦନାମ କରିବା ପାଇଁ ବିଜେଡ଼ି-ବିଜେପିର କର୍ମୀମାନେ ଏପରି କାଣ୍ଡ କରିଥିବା ନେଇ ମୁଁ ଭାବୁଛି। ସେ ଯିଏ ବି ହେଉ ଏମିତି କରିବା କଥା ନୁହେଁ। କଂଗ୍ରେସ ଭବନ ଗୋଟିଏ ମନ୍ଦିର। ଭଙ୍ଗାରୁଜା କଲେ କଣ ମିଳୁଛି କିଛି ଜାଣିପାରୁନି ବୋଲି ସୁର କହିଛନ୍ତି।

Advertisment

ଏହସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭଙ୍ଗାରୁଜା ହେଲେ ମୋ ପାଖକୁ ଖବର ଆସେ। ଆଉ ମୁଁ ପିଲାଙ୍କୁ ଧରି ଅଫିସ୍‌ରେ ପହଞ୍ଚେ, ଆଉ ସୁରକ୍ଷା ଦିଏ। ଆଜି ଜଟଣୀରେ ଥିବା ବେଳେ ଶୁଣିଲି କି ୫ ରୁ ୬ ଜଣ ଆସି ଅଫିସ୍‌ ଭଙ୍ଗାରୁଜା କରିଛନ୍ତି। ଏବେ ପୁଣି ୪ ଜଣ ମଟରସାଇକେଲ୍‌ରେ ଆସି ଆର୍ଟାକ କରିଛନ୍ତି। ଏମିତି ଘଟଣା ସବୁବେଳେ ଘଟୁଛି। ତେଣୁ ଏହାକୁ ଆମେ ଆଉ ବରଦାସ୍ତ କରିବୁ ନାହିଁ। ଆମେ ବର୍ତ୍ତମାନ ଅନୁସନ୍ଧାନ କରୁଛୁ କି, କିଏ ଏମିତି ଘଟଣା ଘଟେଇଲା? ଆମ ଅନୁସନ୍ଧାନ ପୂରା ଠିକ୍‌ ହେବ, ପୋଲିସଠାରୁ ଆହୁରି ସଠିକ୍ ହୁଏ ଆମର ଅନୁସନ୍ଧାନ ବୋଲି ସୁର କହିଛନ୍ତି।

Advertisment

କେବଳ ଏତିକି ନୁହେଁ ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ସୁର। ସ୍ଥିତି ଏମିତି ହେବ ଯେ, ଯିଏ ଏମିତି କାମ କରିଛି ସେ ଜୀବନରେ କେବେ ଆସି କଂଗ୍ରେସ ଅଫିସରେ ଏମିତି ଅପ୍ରୀତିକର ପରିସ୍ଥିତି ଘଟାଇବାକୁ ସାହସ କରିବ ନାହିଁ। ଏବେ କିଏ କରିଛି ଆମେ ବର୍ତ୍ତମାନ ଜାଣିନାହୁଁ କିନ୍ତୁ ବିଜେଡ଼ି-ବିଜେପି ବହୁତ ଥର କରିଛନ୍ତି। ତେଣୁ ଆମେ ସନ୍ଦେହ କରୁଛୁ। ସେମାନେଙ୍କ ଛଡ଼ା ଆମ ଦଳର କର୍ମୀମାନେ କରିଥାଇପାରନ୍ତି ବୋଲି ସୁର କହିବା ସହ ଘଟଣାର ଅନୁସନ୍ଧାନ ହୋଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରିଛନ୍ତି।

BJD SureshKumarRoutray Congress BJP Politics
Advertisment
Advertisment