/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638856524.jpg)
Odisha Assembly
ଭୁବନେଶ୍ୱର: ଷଷ୍ଠ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ବିଧାନସଭା ପରିସରରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି। ଆଜି ବିଜେଡି, ବିଜେପି ଓ କଂଗ୍ରେସର ସଦସ୍ୟମାନେ ହଟ୍ଟଗୋଳ କରିଥିଲେ।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗରେ ଘଣ୍ଟ ବାଡେଇଥିଲେ। ସେହିପରି କଂଗ୍ରେସ ସଦସ୍ୟମାନେ ମଧ୍ୟ ପ୍ଲାକାର୍ଡ ଧରି ପ୍ରତିବାଦ କରିବା ସହ ବିଧାନସଭା ପରିକ୍ରମା କରିଥିଲେ।
ଅନ୍ୟପକ୍ଷେ, କେନ୍ଦ୍ରୀୟ ଅବହେଳା ବିରୋଧରେ ବିଜେଡି ସଦସ୍ୟମାନେ ଗୃହରେ ଜଗନ୍ନାଥ ଜଳ ଛିଞ୍ଚିଥିଲେ। ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ବାଚସ୍ପତିଙ୍କ ମୁଲତବି ଘୋଷଣା ପରେ ବିଧାନସଭା ବାହାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା।
ବିଜେଡି ସଦସ୍ୟମାନେ ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଥିବା ବେଳେ ବିଜେପି ସଦସ୍ୟମାନେ ବିକ୍ଷୋଭ କରିଛନ୍ତି। କଂଗ୍ରେସ ସଦସ୍ୟମାନେ ମଧ୍ୟ ପ୍ରତିବାଦ ଜାରି ରଖିଛନ୍ତି। ଗତ ୫ଦିନ ଧରି ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ଗତକାଲି ଏ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡକାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।