• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସିଦ୍ଧୁ ଓ କ୍ୟାପଟେନ ଗୋଷ୍ଠୀ ମଧ୍ୟରେ ଛକାପଂଝା ଜାରି ।

  • ସିଦ୍ଧୁଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ଟାର୍ଗେଟ୍ କଲେ ପରଗତ ।

ପଞ୍ଜାବ ରାଜନୀତିରେ ସିଦ୍ଧୁ ଓ କ୍ୟାପଟେନ ଗୋଷ୍ଠୀ ମଧ୍ୟରେ ଛକାପଂଝା ଜାରି ରହିଛି । ଆଜି କଂଗ୍ରେସ ବିଧାୟକ ପରଗତ ସିଂ, ସିଦ୍ଧୁଙ୍କ ସମର୍ଥନରେ ଆସି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ରାଜ୍ୟ ପ୍ରଭାରୀ ହରିଶ ରାୱତଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆଗାମୀ ନିର୍ବାଚନ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଲଢିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେଣୁ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ନିର୍ବାଚନ ଲଢିବା ନେଇ କେତେବେଳେ ନିଷ୍ପତ୍ତି ନିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । 

ସେପଟେ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ୍, ବିରୋଧୀଙ୍କୁ ବି ଜବାବ ଦେଇଛନ୍ତି । ସେ କହିଛନ୍ତି ଆମ ପାଖରେ ନିର୍ବାଚନ ଲଢ଼ିବାକୁ ସୋନିଆ ଗାନ୍ଧି ଓ ରାହୁଲ୍ ଗାନ୍ଧିଙ୍କ ଭଳି ବଡ଼ ଚେହେରା ମଧ୍ୟ ଅଛନ୍ତି । ଆଞ୍ଚଳିକସ୍ତରରେ ମଧ୍ୟ ଆମ ପାଖରେ କ୍ୟାପଟେନ୍ ଅମରିନ୍ଦର୍ ସିଂହ, ନଭଜୋତ୍ ସିଂହ ସିଦ୍ଧୁ ଏବଂ ପରଗତ୍ ସିଂହଙ୍କ ଭଳି ଚେହେରା ଅଛନ୍ତି । ଏଣୁ ଦଳ କାହାକୁ ପ୍ରାର୍ଥୀ କରିବ, କେଉଁ ଦାୟିତ୍ୱ ଦେବ, ତାକୁ ନେଇ କେହି ବିଚଳିତ ହୁଅନ୍ତୁ ନାହିଁ । ସମୟ ଆସିଲେ ଦାୟିତ୍ୱ ଆବଣ୍ଟନ କରାଯିବ ବୋଲି କହିଛନ୍ତି ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ୍ ।

ତେବେ ପଞ୍ଜାବ କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନି । ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ମୁଖିଆ କରାଯାଇଥିଲେ ମଧ୍ୟ ସମସ୍ୟା ସମାଧାନ ହେଉନାହିଁ । କାରଣ ସିଦ୍ଧୁ ପଦବୀରେ ଥିଲେ ବି ପାୱାର କରିଡର ରହିଛି ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ପାଖରେ । ସିଦ୍ଧୁ କୌଣସି ନିଷ୍ପତି ବି ନେଇପାରୁ ନାହାନ୍ତି ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି । ତେଣୁ ସେ ଏହାକୁ ନେଇ ବାରମ୍ବାର ଅସନ୍ତୋଷ ପ୍ରକାଶ ମଧ୍ୟ କରୁଛନ୍ତି । ଗତ କିଛି ଦିନ ପୂର୍ବେ ସିଦ୍ଧୁ ସିଧାସଳଖ ଦଳର ହାଇକମାଣ୍ଡଙ୍କୁ କହିଥିଲେ ଯେ, ତାଙ୍କୁ ନିଷ୍ପତି ନେବାର ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଉ । ନଚେତ ସେ ଆଗାମୀ ଦିନରେ ମୁହଁ ତୋଡ଼ ଜବାବ ଦେବେ ।

ଏନେଇ କଂଗ୍ରେସର କହିବା କଥା, ଦଳର ରାଜ୍ୟ ୟୁନିଟର ମୁଖ୍ୟମାନେ ସମ୍ବିଧାନର ପାରାମିଟର ମଧ୍ୟରେ ରହି ନିଷ୍ପତ୍ତି ନେଇପାରିବେ । ପ୍ରଭାରୀ ହରିଶ ରାୱତ ମଧ୍ୟ ସ୍ପଷ୍ଟ କରିଥିଲେ । ସେ ଓଳଟ କହିଥିଲେ ଯେ, ଯଦି ରାଜ୍ୟ ୟୁନିଟ୍ ମୁଖ୍ୟ ନିଷ୍ପତ୍ତି ନନେବେ ତେବେ କିଏ ନେବେ ?

ସେପଟେ ସିଦ୍ଧୁ କହିଥିଲେ ଯେ, କଂଗ୍ରେସ ହାଇକମାଣ୍ଡ ତାଙ୍କୁ ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବା ଉଚିତ । ଏହାପରେ ସେ ନିଶ୍ଚିତ କରିବେ ଯେ, ଆସନ୍ତା ୨୦ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ କଂଗ୍ରେସ କ୍ଷମତାରେ ରହିବ । ସେ ଆହୁରି ମଧ୍ୟ କହିଥିଲେ ଯେ, ଏଥିପାଇଁ ସେ ପୁରା ପ୍ଲାନ୍‌ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି ।