Advertisment

ପଛୁଆ ବର୍ଗ ଭୋଟ୍ ହାତେଇବା ଲାଗି ପୁଣିଥରେ ବିଜେଡିର ପ୍ରୟାସ

ସାରା ଦେଶରେ ଜାତିଭିତ୍ତିକ ଜନଗଣନାକୁ ବିଜେପି ସହଯୋଗ ଦଳମାନେ ମଧ୍ୟ ସମର୍ଥନ କରୁଛନ୍ତି ମାତ୍ର ଓଡ଼ିଶା ବିଜେପି ନେତାମାନେ ଏ ପ୍ରସଙ୍ଗରେ ଚୁପ୍ ରହିବା ପଛୁଆ ବର୍ଗଙ୍କ ପ୍ରତି ସେମାନଙ୍କ ମନୋଭାବକୁ ପ୍ରଦର୍ଶନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ପଛୁଆ ବର୍ଗଙ୍କୁ ନ୍ୟାୟ ନ ମିଳିବା ଯାଏଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

author-image
Chandan Shishu
Biju janta Dal

Biju janta Dal

ଭୁବନେଶ୍ୱର: ପଛୁଆ ବର୍ଗ ଭୋଟ୍ ହାତେଇବା ଲାଗି ପୁଣିଥରେ ବିଜୁ ଜନତା ଦଳର ପ୍ରୟାସ। ଜାତିଭିତ୍ତିକ ଜନଗଣନା ସହ ୫୦ ପ୍ରତିଶତ ସଂରକ୍ଷଣ ନିୟମରେ ପରିବର୍ତ୍ତନ ଦାବି ଦୋହରାଇଛି ଦଳ। ଜାତିଭିତ୍ତିକ ଜନଗଣନା ପାଇଁ ଗତକାଲି ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରର ୧୧ ଜଣ ରାଜନୈତିକ ନେତା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଆଜି ସାମ୍ବାଦିକ ସମ୍ମିଳନୀ ଡାକି ପୁଣିଥରେ ଏହି ଦାବିକୁ ଉଠାଇଛି ବିଜେଡି। ଦଳ କହିଛି, ରାଜ୍ୟରେ ପଛୁଆବର୍ଗଙ୍କ ସଂଖ୍ୟା ମୋଟ୍ ଜନସଂଖ୍ୟାର ୫୦ ପ୍ରତିଶତ ହୋଇଥିଲେ ମଧ୍ୟ ପରିସଂଖ୍ୟାନ ଅଭାବରୁ ସେମାନେ ଉପଯୁକ୍ତ ସଂରକ୍ଷଣ ପାଇପାରୁ ନାହାନ୍ତି। ଜାତିଭିତ୍ତିକ ଜନଗଣନା ହେବାଦ୍ୱାରା ତାକୁ ଭିତ୍ତିକରି ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାରେ କୋର୍ଟ ଅଙ୍କୁଶ ଲଗାଇ ପାରିବେ ନାହିଁ।

Advertisment

ସାରା ଦେଶରେ ଜାତିଭିତ୍ତିକ ଜନଗଣନାକୁ ବିଜେପି ସହଯୋଗ ଦଳମାନେ ମଧ୍ୟ ସମର୍ଥନ କରୁଛନ୍ତି ମାତ୍ର ଓଡ଼ିଶା ବିଜେପି ନେତାମାନେ ଏ ପ୍ରସଙ୍ଗରେ ଚୁପ୍ ରହିବା ପଛୁଆ ବର୍ଗଙ୍କ ପ୍ରତି ସେମାନଙ୍କ ମନୋଭାବକୁ ପ୍ରଦର୍ଶନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ପଛୁଆ ବର୍ଗଙ୍କୁ ନ୍ୟାୟ ନ ମିଳିବା ଯାଏଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ବିଜେଡିର ଏହି ସାମ୍ବାଦିକ ସମ୍ମିଳନୀକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ପଛୁଆ ବର୍ଗଙ୍କ ପାଇଁ ଥିବା ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଏ ପର୍ଯ୍ୟନ୍ତ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ଠିକ୍ ଭାବେ ଲାଗୁ କରି ପାରି ନ ଥିବା ଦଳ ଅଭିଯୋଗ କରିଛି। ଦଳର ଓବିସି ମୋର୍ଚ୍ଚା ସଭାପତି କହିଛନ୍ତି, କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବିଜେଡିର ଏହି ପ୍ରୟାସ ସେପଟେ କଂଗ୍ରେସ କହିଛି ଦେଶରେ ଜାତିଭିତ୍ତିକ ଜନଗଣନା ହେବାର ଆବଶ୍ୟକତା ରହିଛି।

Advertisment

ପୂର୍ବରୁ ବିଜେଡି ସାଂସଦମାନେ ସମାନ ଦାବି ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଥିଲେ। ସେହିପରି ଗତ ୧୩ ତାରିଖରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡି ପଛୁଆ ବର୍ଗଙ୍କୁ ଅତିକମ୍‌ରେ ୨୭ ପ୍ରତିଶତ ଆସନ ଦେବ ବୋଲି ଘୋଷଣା କରିଥିଲା। ଦେଶରେ ୧୯୩୧ ମସିହାରେ ଶେଷ ଥର ଲାଗି ଜାତିଭିତ୍ତିକ ଗଣନା ହୋଇଥିଲା। ତାପରଠରୁ କେବଳ SC-STଙ୍କ ଗଣନା ହେଉଥିବା ବେଳେ ଅନ୍ୟ କୌଣସି ଜାତିର ଗଣନା ହୋଇନାହିଁ, କେନ୍ଦ୍ର ସରକାର ମଧ୍ୟ ସଂସଦରେ ଏ ନେଇ ମନା କରିସାରିଛନ୍ତି।

BJP Odisha News BJD Congress
Advertisment
Advertisment