Narendra Modi
ଲକ୍ଷ୍ନୌ: ନିର୍ବାଚନ ଯେତିକି ପାଖୋଉଛି, ଉତ୍ତରପ୍ରଦେଶ ମାହୋଲ ସେତିକି ଉଷ୍ମ ହେଉଛି । ଏବେ ରାଜ୍ୟର ପ୍ରତ୍ୟକ କୋଣ ଅନୁକୋଣରେ କେବଳ ନିର୍ବାଚନୀ ଚର୍ଚ୍ଚା । ଏଥର କିଏ ମାରିବ ବାଜି ? ଗୋଟିଏ ପଟେ ରାଜ୍ୟରେ ବିଜେପି ଶାସନ ଚାଲିଥିବା ବେଳେ ଅନ୍ୟପଟେ କେନ୍ଦ୍ରର ମୋଦି ସରକାର ଉତ୍ତର ପ୍ରଦେଶକୁ ଗୋଟିଏ ପରେ ଗୋଟିଏ ଭେଟି ଦେବାରେ ଲାଗିଛନ୍ତି । ଯାହାଫଳରେ ଯୋଗୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଆହୁରି ମଜଭୁତ୍ ହେବ ବୋଲି ଆଶା କରାଯାଇପାରେ ।
हमारी सरकार अच्छे से अच्छे इलाज को, बड़े से बड़े अस्पताल को, देश के दूर-सुदूर क्षेत्रों तक ले जा रही है। हमारा लक्ष्य ये है कि देश के हर जिले में कम से कम एक मेडिकल कॉलेज जरूर हो। pic.twitter.com/6bzebLHsnL
— Narendra Modi (@narendramodi) December 7, 2021
ତେବେ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଗୋରଖପୁରବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ବଡ଼ ଭେଟି ଦେଇଛନ୍ତି । ବହୁ ପ୍ରତିକ୍ଷିତ ଗୋରଖପୁର ଏମ୍ସର ଆଜି ଲୋକାର୍ପଣ ହୋଇଛି । ପ୍ରାୟ ଏକ ହଜାର କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଗୋରଖପୁର ଏମ୍ସର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୬ରେ ଏହାର ଭିତ୍ତିଭୂମି ସ୍ଥାପନ କରାଯାଇଥିଲା । ପୂର୍ବାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଆଉ ପାଦେ ଆଗକୁ ବଢ଼ିଛନ୍ତି ମୋଦି । ୧୧୨ ଏକର ଜମିରେ ନିର୍ମାଣ ହୋଇଥିବା ଏହି ଏମ୍ସ ହସ୍ପିଟାଲ୍ରେ ୭୫୦ଟି ବେଡ୍, ୨ଟି ଅକ୍ସିଜେନ୍ ପ୍ଲାଣ୍ଟ, ୧୪ଟି ମୋଡୁଲାର ଅପରେସନ୍ ଥିଏଟର ରହିଛି ।
सबको पता है कि गोरखपुर सहित इस बड़े क्षेत्र में 5 साल पहले तक दिमागी बुखार की क्या स्थिति थी। लोगों को इलाज के लिए बनारस या लखनऊ जाना पड़ता था। मेडिकल कॉलेज में जो रिसर्च सेंटर चलता था, उसकी अपनी बिल्डिंग तक नहीं थी।
आज यहां एम्स के साथ रिसर्च सेंटर की बिल्डिंग भी तैयार है। pic.twitter.com/VXDlcLd0p8
— Narendra Modi (@narendramodi) December 7, 2021
ଖାଲି ଏମ୍ସ ନୁହେଁ, ପ୍ରଧାନମନ୍ତ୍ରୀ ମୋଦି କୃଷି କ୍ଷେତ୍ରରେ ସହାୟତା ପାଇଁ ଏକ ସାର କାରଖାନାର ମଧ୍ୟ ଉଦ୍ଘାଟନ କରିଛନ୍ତି । ୮ ହଜାର ୬୦୩ କୋଟି ଟଙ୍କା ବିନିଯୋଗରେ ନିର୍ମିତ ସାର କାରଖାନା ଦ୍ୱାରା ପ୍ରତିବର୍ଷ ୧୨ ଲକ୍ଷ ମେଟ୍ରିକ୍ ଟନ୍ ସାର ଉତ୍ପାଦନ ହେବ । ଲୋକାର୍ପଣ ପୂର୍ବରୁ ଏମ୍ସ ଓ ସାର କାରଖାନା ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ।
आज माफिया जेल में हैं और निवेशक दिल खोलकर यूपी में निवेश कर रहे हैं। यही डबल इंजन का डबल विकास है। इसीलिए डबल इंजन की सरकार पर यूपी के लोगों को विश्वास है। pic.twitter.com/3A2Kx6IaB0
— Narendra Modi (@narendramodi) December 7, 2021