Advertisment

ପିପିଲି ବିଧାନସଭା ଉପନିର୍ବାଚନ: ଦିନ ୧୧ ସୁଦ୍ଧା ୨୪.୭୬% ମତଦାନ

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୧୧ ସୁଦ୍ଧା ୨୪.୭୬% ମତଦାନ ହୋଇଛି। ଧୀରେ ଧୀରେ ଭୋଟିଂ ପ୍ରତିଶତ ବଢ଼ୁଥିବା ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Pipili Bypoll

Pipili Bypoll

ପିପିଲି: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୧୧ ସୁଦ୍ଧା ୨୪.୭୬% ମତଦାନ ହୋଇଛି। ଧୀରେ ଧୀରେ ଭୋଟିଂ ପ୍ରତିଶତ ବଢ଼ୁଥିବା ଦେଖିବାକୁ ମିଳିଛି। ବହୁ ସଂଖ୍ୟାରେ ଲୋକେ ଭୋଟ୍ ଦେବାକୁ ନିଜ ନିଜ ବୁଥ୍‌ରେ ପହଞ୍ଚୁଛନ୍ତି। ଲମ୍ବା ଧାଡ଼ିରେ ଛିଡ଼ା ହୋଇ ବୟସ୍କଠୁ ଯୁବକ ସମସ୍ତେ ଭୋଟ୍ ଦେଉଛନ୍ତି। ବିଶେଷ ଭାବେ ନୂଆ ଓ ବୟସ୍କ ଭୋଟର୍‌ ନିଜ ମତଦାନ ସାବ୍ୟସ୍ତ କରିବାକୁ ଆସି ଖୁସି ବ୍ୟକ୍ତ କରିଛନ୍ତି।

Advertisment

ପିପିଲି ଉପନିର୍ବାଚନ ନେଇ CEO ସୁଶିଲ ଲୋହାନୀ ପ୍ରେସ୍‌ମିଟ୍‌ରେ କହିଛନ୍ତି, ଶାନ୍ତି ଶୃଙ୍ଖଳା ସହ ପିପିଲିରେ ମତଦାନ ଜାରି ରହିଛି। କୌଣସି ଠାରେ ଅପ୍ରୀତିକର ପରିସ୍ଥିତିର ସୂଚନା ନାହିଁ। ମତଦାନ ପ୍ରତିଶତ ଆହୁରି ବଢ଼ିବ ଆଶା କରାଯାଉଛି।

ମୈଦାନରେ ଥିବା ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଚନ୍ଦ୍ରାଦେଇପୁର ପଞ୍ଚାୟତର କମାକନ୍ତିଆ ବୁଥ୍‌ରେ ଭୋଟ୍ ଦେଇଛନ୍ତି। ନିଜ ବିଜୟ ନେଇ ବେଶ୍‌ ଆଶାବାଦୀ ଆଶ୍ରିତ। ସେହିପରି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ପାଣିଦୋଳପୁର ବୁୁଥ୍‌ରେ ପହଞ୍ଚି ମତଦାନ ସାବ୍ୟସ୍ତ କରିଛନ୍ତି। ରୁଦ୍ର ପ୍ରତାପ ନିଜ ମା’, ଭଉଣୀ, ପତ୍ନୀ ଓ ସମ୍ପର୍କୀୟଙ୍କ ସହ ଭୋଟ୍ ଦେଇଛନ୍ତି। ମହାରଥୀ ପରିବାର ଏକାସଙ୍ଗେ ବୁଥ୍‌ରେ ପହଞ୍ଚି ମତ ସାବ୍ୟସ୍ତ କରିଛନ୍ତି। ଏହାଛଡ଼ା କଂଗ୍ରେସ ପ୍ରାର୍ଥୀ ନିଜ ଗାଁ ରେଙ୍ଗଳ ପଞ୍ଚାୟତର ଝାରପଡ଼ା ଗାଁ ୫ ନମ୍ବର ବୁଥ୍‌ରେ ଭୋଟ୍ ଦେଇଛନ୍ତି।

Advertisment

ପିପିଲି ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ମୋଟ ୩୪୮ ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦନଶୀଳ ରହିଛି। ୧୭୫ଟି ବୁଥ୍‌ରେ ୱେବ୍‌କାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି। ୨୩ଟି ବୁଥ୍‌ରେ ମାଇକ୍ରୋ ଅବଜରଭର୍ ମୁତୟନ ରହିଛନ୍ତି। ସମସ୍ତ ବୁଥ୍‌ରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୨ ପ୍ଲାଟୁନ୍ ଆର୍ମଡ ପୋଲିସ ଫୋର୍ସ ଓ ୩ କମ୍ପାନୀ ବିଏସ୍ଏଫ୍‌ଙ୍କୁ ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। କିଛି ବୁଥ୍‌ରେ ଇଭିଏମ୍ ଅଚଳ ହେବା ଯୋଗୁ ଭୋଟଦାନ ପ୍ରକ୍ରିୟା କିଛି ସମୟ ପ୍ରଭାବିତ ହୋଇଥିଲା।   

Pipili Bypoll Pipili By Elections
Advertisment
Advertisment