• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ବୁଥ୍‌ରେ ଦିଆଯିବ ମାସ୍କ ଓ ସାନିଟାଇଜର

  •  ଭୋଟରଙ୍କୁ ଗ୍ଲୋଭ୍‌ସ ମଧ୍ୟ ଦିଆଯିବ 

  • ଭିନ୍ନକ୍ଷମଙ୍କୁ ଘରୁ ଆଣିବାର ବ୍ୟବସ୍ଥା କରାଯିବ

ପିପିଲି: ପାଖେଇ ଆସୁଛି ପିପିଲି ଉପନିର୍ବାଚନ। ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।  ପିପିଲି ଉପନିର୍ବାଚନରେ କୋଭିଡ ଆକ୍ରାନ୍ତ ଘରେ ଥାଇ ଭୋଟ ଦେଇପାରିବେ । ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି  । ତା ସହିତ ବୁଥ୍‌ରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ଥିବା ବେଳେ ଭୋଟରଙ୍କୁ ଗ୍ଲୋଭ୍‌ସ ମଧ୍ୟ ଦିଆଯିବ । କରୋନାକୁ ଦେଖି ଏହି ପଦକ୍ଷେପ ନିଆଯାଇଥିବା ପ୍ରେସ୍‌ମିଟ୍‌ରେ  କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି।

ଯାହାଙ୍କ ଶରୀରର ତାପମାତ୍ରା ଅଧିକ ଥିବ, ତାଙ୍କୁ ଚିରକୁଟ ଦିଆଯିବ ଓ ସେ ଶେଷ ଘଣ୍ଟାରେ ଭୋଟ ଦେବେ।  ପୋଲିଂରେ ନିୟୋଜିତ ସବୁ କର୍ମଚାରୀ ଡବଲ୍ ଡୋଜ୍ ଟିକା ନେଇଥିବାର ସୂଚନା ସେ ଦେଇଛନ୍ତି॥  ଭିନ୍ନକ୍ଷମଙ୍କୁ ଘରୁ ଆଣି ଭୋଟ ଦେବା ପରେ ପୁଣି ଘରେ ଛାଡ଼ିବାର ବ୍ୟବସ୍ଥା ବି କରାଯାଇଛି  ।

ମୋଟ ୩୪୮ ପୋଲିଂ ପାର୍ଟି ମଧ୍ୟରୁ ୨୦୦ ପୋଲିଂ ପାର୍ଟି ବୁଥକୁ ଯାଇ ସାରିଲେଣି। ସୁରକ୍ଷା ପାଇଁ ଏଥର ନିୟୋଜିତ ହୋଇଛନ୍ତି ୨ ହଜାର ପୋଲିସ କର୍ମଚାରୀ  । ୨୦୧ଟି ସମ୍ବେଦନଶୀଳ ବୁଥ୍‌ରେ ଅଧିକ ସୁରକ୍ଷାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସୁଶୀଲ ଲୋହାନି  । ଏଠାରେ ୱେବକାଷ୍ଟ ବା ସିସିଟିଭି ବ୍ୟବସ୍ଥା ଅଛି।

.ପୁରା ଉପନିର୍ବାଚନ ପାଇଁ ୨ ହଜାର ପୋଲିସ କର୍ମଚାରୀ, ୩୨ଟି ମୋବାଇଲ ପାର୍ଟି ଓ ୩ କମ୍ପାନି CACP ମୁତୟନ ହୋଇଛନ୍ତି।  ଭୋଟିଂ ୭ଟାରୁ ଆରମ୍ଭ ହୋଇ ୬ଟା ଯାଏ ଚାଲିବ । ପୋଷ୍ଟାଲ ଭୋଟ ଦେଇଛନ୍ତି ୯୨୪ ଜଣ। ଏଥର ପିପିଲିରେ ପ୍ରାୟ ୨ ଲକ୍ଷ ୩୦ ହଜାର ଭୋଟର ଆସନ୍ତା ଗୁରୁବାର ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।