/odishatv-khabar/media/post_attachments/uploadimage/library/16_9/16_9_0/bishnu-sethi-up_1626950275.jpg)
bishnu-sethi
ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ପ୍ରଶ୍ନକାଳ ସମୟରେ ହଟ୍ଟଗୋଳ ନ କରିବା ପାଇଁ ଥିବା ପ୍ରସ୍ତାବକୁ ସମସ୍ତଙ୍କୁ ଅବଗତ କରାଯାଇଛି । ଏହାକୁ ମାନିବା କି ନ ମାନିବା ଜଣେ ବିଧାୟକଙ୍କ ଆଚରଣ ଉପରେ ନିର୍ଭର କରେ । ଏହା ନ ମାନିଲେ ଆଇନ ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯିବ । ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ସୋମବାର ବସିଥିବା ସର୍ବଦଳୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆସନ୍ତା ୧ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ ।
ପ୍ରଥମ ଦିନ ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟର ରହିବ । ବିରୋଧୀଙ୍କ ପାଇଁ ୫୫ ମିନିଟ୍ ଥିବା ବେଳେ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳଙ୍କ ପାଇଁ ୩୫ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି । ସପ୍ତାହକ ୬ ଦିନ ମଧ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ୪ ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତାବ ଦେଇପାରିବେ ।
ସେପଟେ ଆଜିର ସର୍ବଦଳୀୟ ବୈଠକକୁ ବିଜେପି ବର୍ଜନ କରିଛି । ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ଅଧାରୁ ଉଠିଗଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ବିରୋଧୀ ଦଳ ହିସାବରେ ବିଜେପିକୁ ତାର ହକ୍ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ବିଷ୍ଣୁ ସେଠୀ । ସେ କହିଛନ୍ତି, ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ଓ ଉପନେତା ଉପସ୍ଥିତ ରହୁଥିଲେ ।
ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବୈଠକରେ ଯୋଗଦେବାକୁ ଅନୁମତି ଦିଆଯାଉ ବୋଲି ଆମେ କହିଥିଲୁ । କିନ୍ତୁ ପୂର୍ବ ପ୍ରତିଶ୍ରୁତି ସତ୍ତ୍ୱେ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିବାରୁ ସର୍ବଦଳୀୟ ବୈଠକକୁ ସେ ବର୍ଜନ କରିଥିବା କହିଛନ୍ତି ବିଷ୍ଣୁ ସେଠୀ ।
ଅନ୍ୟପକ୍ଷରେ ଏହାକୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ନିୟମ ଅନୁଯାୟୀ ସର୍ବଦଳୀୟ ବୈଠକ ବସିଛି, ବିଜେପି ବିଧାୟକ ଦଳ ଯାହା ନାଁ ଲେଖି ଦେବେ ତାକୁ ବିଚାର କରାଯିବ, ରାଜ୍ୟ ସଭାପତି ଲେଖିଲେ କିଛି ହୋଇପାରିବ ନାହିଁ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ନିୟମ ଅନୁୁସାରେ ବୈଠକ କରାଯାଇଛି ବୋଲି କହିଛନ୍ତି ।
ALL_PARTY_MEETING_AVO_11AM
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)