Advertisment

ସେବା ପାଇଁ ନୁହେଁ, ହେବା ପାଇଁ ଦଳ ଛାଡ଼ିଛନ୍ତି ପ୍ରଦୀପ: ନିରଞ୍ଜନ

ପ୍ରଦୀପ ମାଝୀଙ୍କ ବିରୋଧରେ ଆଜି ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତା କିନ୍ତୁ ତା ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଭଳି ସାଂଘାତିକ କଥା କହିଛନ୍ତି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ।

author-image
Chandan Shishu
niranjan Reaction on pradeep majhi quits

niranjan Reaction on pradeep majhi quits

ଭୁବନେଶ୍ୱର: ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସୋନିଆଙ୍କ ସହ କେ.ସି ଭେନୁଗୋପାଳଙ୍କୁ ମଧ୍ୟ ଭେଟିଲେ ନିରଞ୍ଜନ । ଦଳୀୟ ସଂଗଠନ ମଜବୁତ ସଂପର୍କରେ ଭେଟି ଆଲୋଚନା କରିଥିବା କହିଛନ୍ତି। ତେବେ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଇସ୍ତଫା ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ସେବା ପାଇଁ ନୁହେଁ, ହେବା ପାଇଁ ସେ ଦଳ ଛାଡ଼ିଛନ୍ତି। ତାଙ୍କର ଅସ୍ଥିର ମନ, କାଲି କହିଥିଲେ କୁଆଡ଼େ ଯିବେନି, ହେଲେ ଆଜି ଛାଡ଼ିଦେଲେ ବୋଲି କହିଛନ୍ତି।କଂଗ୍ରେସରେ ଯେଉଁ ପୋଜିସନ, ସମ୍ମାନ ପାଉଥିଲେ, ପାଉଛନ୍ତି କି ନାହିଁ ଦେଖିବା କହିଲେ ନିରଞ୍ଜନ।

Advertisment

ତେବେ ପ୍ରଦୀପ ମାଝୀଙ୍କ ବିରୋଧରେ ଆଜି ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତା କିନ୍ତୁ ତା ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଭଳି ସାଂଘାତିକ କଥା କହିଛନ୍ତି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ। ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଯେଉଁ ଦଳ ତାଙ୍କୁ ବିଭିନ୍ନ ପଦ ପଦବୀରେ ବସାଇଲା, ସାଂସଦ କଲା, ସେହି ଦଳକୁ ପ୍ରଦୀପ  ଧୋକା ଦେଇଛନ୍ତି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁଶୁଡ଼ୁଛି ରାଜ୍ୟ କଂଗ୍ରେସର ଦୁର୍ଗ। ରାଜ୍ୟରେ ୨୦୦୦ ମସିହାରୁ କଂଗ୍ରେସ କ୍ଷମତାଚ୍ୟୁତ୍‌ ହୋଇଥିଲେ ବି ଦକ୍ଷିଣାଞ୍ଚଳରେ ଦଳର ଦବ୍‌ଦବା ବଜାୟ ରହିଥିଲା। ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ କଂଗ୍ରେସ ମଜଭୁତ ସ୍ଥିତିରେ ଥିଲା। ହେଲେ ଅବିଭକ୍ତ ଗଞ୍ଜାମ ଧିରେ ଧିରେ ବିଜେଡି କବ୍‌ଜାକୁ ଆସି ଥିବାବେଳେ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ ଦୁର୍ଗ ନଷ୍ଟ ହେବାରେ ଲାଗିଛି। 

Advertisment
Pradeep Majhi Niranjan Pattnaik OPCC President
Advertisment
Advertisment