/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638544279.jpg)
BJP Pressmeet
ଭୁବନେଶ୍ୱର: ମମିତା ମାମଲାରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପ୍ରତ୍ୟାଖ୍ୟାନ କରୁଛୁ ବୋଲି କହିଲା ବିଜେପି। ପ୍ରେସମିଟରେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ ନବୀନ ନିବାସରେ ଥାଇ ଏକ ରେକର୍ଡ ମୁଖ୍ୟମନ୍ତ୍ରୀ ବଜେଇଦେଲେ। ନିଜ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି ବୋଲି ଜୟନାରାୟଣ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଲୋକଙ୍କ ପାଇଁ ନ୍ୟାୟ ମାଗୁଛୁ, ରାଜନୀତି ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ଆମେ ମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି କରୁଛୁ।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ମମିତାଙ୍କ ଚରିତ୍ର ସଂହାର ବିରୋଧୀ ନୁହଁନ୍ତି, ରାଜ୍ୟ ସରକାର କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଯାହା ପଢୁଛନ୍ତି ତାହା ବୁଝିନାହାନ୍ତି ବା ମିଥ୍ୟା କହୁଛନ୍ତି। ଚକ୍ରାନ୍ତକାରୀଙ୍କୁ ସୁରକ୍ଷା ଦେବାକୁ ସେ ଉଦ୍ୟମ କରୁଥିବା ତାଙ୍କ ବକ୍ତବ୍ୟରୁ ପ୍ରମାଣିତ ହୋଇଛି। ପରୀ ଘଟଣାରେ SIT ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚିଠି କରିଥିଲେ, ଏବେ ପଛଘୁଞ୍ଚା କାହିଁକି। ଆସନ୍ତାକାଲି କଂଗ୍ରେସ ତାର ପ୍ରତିବାଦ ଆହୁରି ତୀବ୍ର କରିବ ବୋଲି ନରସିଂହ କହିଛନ୍ତି।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିରୋଧୀଙ୍କ କଡା ବିରୋଧ ପରେ ଆଜି ମୁହଁ ଖୋଲିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟଜନକ ଘଟଣା। ଆଇନ ଅନୁଯାୟୀ ଯେତେ ଶୀଘ୍ର ହେବ ନ୍ୟାୟ ଦିଆଯିବ। ସେଥିପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ। ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୈତିକରଣ କରାଯାଉଛି। ମମିତାଙ୍କ ପରିବାର ହାତଯୋଡି ଅନୁରୋଧ କରିଛନ୍ତି ଏହାକୁ ନେଇ ରାଜନୀତି ନ କରାଯାଉ। ଫାଷ୍ଟ ଟ୍ରାକ କୋର୍ଟରେ ଏହାର ବିଚାର କରାଯାଇ ନ୍ୟାୟ ଦିଆଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)