/odishatv-khabar/media/post_attachments/uploadimage/library/16_9/16_9_0/parliament-kTNE-621x414@LiveMint_1627037621.jpg)
parliament-kTNE--621x414@LiveMint
ନୂଆଦିଲ୍ଲୀ: ପେଗାସସ୍ ପ୍ରସଙ୍ଗ ସହ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ତୀବ୍ର ବିରୋଧ ମଧ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ସଂସଦର ଉଭୟ ଗୃହର କାର୍ଯ୍ୟକୁ ମୁଲତବୀ କରିଦିଆଯାଇଛି । ଶୁକ୍ରବାର ମଧ୍ୟ ପେଗାସସ ପ୍ରସଙ୍ଗ ଉତ୍ଥାପନ କରି ବିରୋଧୀ ସଂସଦରେ ହୋହଲ୍ଲା କରିଥିଲେ ।
ଆଜି ମଧ୍ୟାହ୍ନରେ NCRରେ ବାୟୁ ଗୁଣବତ୍ତା ପରିଚାଳନା ବିଲ୍, ୨୦୨୧ ଏବଂ ଜେନେରାଲ୍ ଇନସୁରାନ୍ସ ବିଜିନେସ୍ ସଂଶୋଧନ ବିଲ୍ ଉପସ୍ଥାପନା ସହ ଲୋକସଭାର କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ବିରୋଧୀ ପେଗାସସକୁ ନେଇ ହୋହଲ୍ଲା କରିଥିଲେ । ବିରୋଧୀଙ୍କ ତରଫରୁ ଉଭୟ ଗୃହରେ ଗୋଟିଏ ଦାବିକୁ ନେଇ ହଟ୍ଟଗୋଳ ହୋଇଥିଲା । ପେଗାସସ୍ ପ୍ରସଙ୍ଗରେ ସରକାର ଯଥାଶୀଘ୍ର ବିଧିବଦ୍ଧ ସ୍ପଷ୍ଟୀକରଣ ରଖିବାକୁ ସେମାନେ ଦାବି କରିଥିଲେ ।
ବିରୋଧ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି କି, ଆମେ ଗୃହରେ ପେଗାସସ୍ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛୁ ।ସେଥିପାଇଁ ସଦନରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଉପସ୍ଥିତିଆବଶ୍ୟକ । ଯଦି ପେଗାସସ୍ ପ୍ରସଙ୍ଗରେ ସଠିକ୍ ଆଲୋଚନା କରାଯାଏ, ତେବେ ଗୃହର ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ସୁରୁଖୁରୁରେ ଚାଲିବ ବୋଲି ସେ କହିଛନ୍ତି ।
Also Read
ତେବେ ସଂସଦରେ ପେଗାସସ୍ ପ୍ରସଙ୍ଗରେ ବିରୋଧୀଙ୍କ ଲଗାତାର ବିରୋଧ ଓ ହୋହଲ୍ଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସେ କହିଛନ୍ତି, ଜନସାଧାରଣଙ୍କ ସହ ଜଡ଼ିତ ଅନେକଗୁଡ଼ିଏ ପ୍ରସଙ୍ଗ ଓ ବିଧେୟକ ରହିଛି । ସରକାର ବିରୋଧୀଙ୍କ ସହ ଆଲୋଚନା ବିନା ଏହି ବିଧେୟକଗୁଡ଼ିକୁ ପାରିତ କରିବାକୁ ଚାହୁଁ ନାହାନ୍ତି । କିନ୍ତୁ ବିରୋଧୀ ନିଜ ଜିଦ୍ରେ ଅଟଳ ରହିବାରୁ ସଂସଦର କାର୍ଯ୍ୟ ଠିକ୍ ଭାବେ ଚାଲି ପାରୁନାହିଁ । ସେ ଆହୁରି ମଧ୍ୟ କହିଛନ୍ତି କି ଲୋକସଭାର ପ୍ରାୟ ୩୧୫ ସାଂସଦ ପ୍ରଶ୍ନକାଳ ଚାଲୁ ବୋଲି ଚାହୁଁଛନ୍ତି । କିନ୍ତୁ ବିରୋଧୀ ସେ ସଂଖ୍ୟାର ମଧ୍ୟ ସମ୍ମାନ ନକରି ଅଯଥାରେ ସଂସଦର ସମୟ ନଷ୍ଟ କରୁଛନ୍ତି ।
ପୂର୍ବରୁ ଆଇଟି ମନ୍ତ୍ରୀ ଏହାକୁ ନେଇ ସ୍ପଷ୍ଟୀକରଣ ରଖିସାରିଛନ୍ତି କି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ । କିନ୍ତୁ ବିରୋଧୀ ତା ପରେ ବି ଜିଦ୍ରୁ ହଟୁନାହାନ୍ତି ବୋଲି ପ୍ରହ୍ଲାଦ ଯୋଶୀ କହିଛନ୍ତି । ଏହାସହ ସେ ବିରୋଧୀଙ୍କୁ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ଅପିଲ୍ ବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)