• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପେଗାସସ୍ କେଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ମନ୍ତ୍ରୀସ୍ତରୀୟ ଟିମ୍ ଗଠନ କରିଛି ଇସ୍ରାଏଲ୍ ।

  • ବିଶ୍ୱସ୍ତରରେ ଦୁରୁପଯୋଗ ହୋଇଥିବା ଅଭିଯୋଗ ।

  • NSO ପକ୍ଷରୁ ଇସ୍ରାଏଲ୍ ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି ।

ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ମନ୍ତ୍ରୀସ୍ତରୀୟ ଟିମ୍ ଗଠନ କରିଛି ଇସ୍ରାଏଲ୍ । ଇସ୍ରାଏଲି କଂପାନୀ NSO ଗ୍ରୁପ୍ ଦ୍ୱାରା ନିର୍ମିତ ପେଗାସସ୍ ସ୍ପାଏଓୟାର ବିଶ୍ୱସ୍ତରରେ ଦୁରୁପଯୋଗ ହୋଇଥିବା ଅଭିଯୋଗ ଉଠିବା ପରେ ଇସ୍ରାଏଲ୍ ସରକାର ଏହି ପଦକ୍ଷେପ ନେଇଛନ୍ତି । ଇସ୍ରାଏଲ୍‌ର ନ୍ୟାସନାଲ ସିକ୍ୟୁରିଟି କାଉନ୍‌ସିଲ, ମନ୍ତ୍ରୀ ମାନଙ୍କୁ ନେଇ ଗଠିତ ହୋଇଥିବା ଏହି ଟିମ୍‌ର ନେତୃତ୍ୱ ନେବ । ଅନ୍ୟପକ୍ଷରେ NSO ପକ୍ଷରୁ କୁହାଯାଇଛି ଯେ, ଆମେ ଇସ୍ରାଏଲ୍ ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ସ୍ୱାଗତ କରୁଛୁ । କଂପାନୀର କାର୍ଯ୍ୟକଳାପରେ କୌଣସି ଦୋଷତ୍ରୁଟି ନାହିଁ ବୋଲି ଆମର ବିଶ୍ୱାସ । ପେଗାସସ୍ ସ୍ପାଏଓୟାର୍ ଜରିଆରେ ୩୦୦ ବିଶିଷ୍ଟ ଭାରତୀୟଙ୍କ ସମେତ ବହୁ ଦେଶର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱଙ୍କ ଫୋନ୍ ଟ୍ରାକ୍ କରାଯାଉଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିବାଦ ଘନୀଭୂତ ହେବାରେ ଲାଗିଛି ।

ଅନ୍ୟପଟେ ଭାରତରେ ପେଗାସସ ମାମଲାରେ ଗୃହ ମନ୍ତ୍ରାଳୟକୁ ପ୍ରଶ୍ନ କରିବ ସଂସଦୀୟ ସ୍ଥାୟୀ କମିଟି । ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିର ଏହି ବୈଠକ ଜୁଲାଇ ୨୮ରେ ଡକାଯାଇଛି । ଏହି କମିଟି, ପେଗାସସ୍ ସ୍ପାଏଓୟାର ବ୍ୟବହାର ଦେଶର ପ୍ରାୟ ୩୦୦ ବ୍ୟକ୍ତିବିଶେଷଙ୍କ ଉପରେ ବେଆଇନ ନଜର ରଖିବା ଅଭିଯୋଗରେ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ପ୍ରଶ୍ନ କରିବ । ବୈଠକରେ ନାଗରିକଙ୍କ ଡାଟା ସୁରକ୍ଷା ଓ ପ୍ରାଇଭେସି ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଶଶି ଥରୁର ଏହି ସଂସଦୀୟ କମିଟିର ଅଧ୍ୟକ୍ଷ ଅଛନ୍ତି ।