/odishatv-khabar/media/post_attachments/uploadimage/library/16_9/16_9_0/ss_1634018549.jpg)
Municipal Election
ଭୁବନେଶ୍ୱର: ପୌର ନିର୍ବାଚନ ନେଇ ଫିଟିଲା ବାଟ। ପୌର ଆଇନ୍ରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନ୍ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ଏହି ଆଇନ୍ ଅନୁସାରେ, ପୌର ନିର୍ବାଚନରେ ସଂରକ୍ଷଣକୁ ସର୍ବାଧିକ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବ।
ଗେଜେଟ୍ ବିଜ୍ଞପ୍ତି ପରେ ଏବେ ନଗର ଉନ୍ନୟନ ବିଭାଗ ଉପରେ ରାଜନୈତିକ ମହଲର ନଜର ରହିଛି। ବିଭାଗ ପକ୍ଷରୁ ଯେକୌଣସି ଦିନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ପୌର ନିର୍ବାଚନରେ ଓ୍ୱାର୍ଡ ପୁନର୍ଗଠନ ସହ ସଂରକ୍ଷଣ କରାଯିବ। ଏଥିପାଇଁ ୨ରୁ ୩ ମାସ ସମୟ ଲାଗିପାରେ।
ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଆସନ୍ତାବର୍ଷର ଦ୍ୱିତୀୟାର୍ଦ୍ଧରେ ପୌର ନିର୍ବାଚନ ସମ୍ଭାବନା ରହିଛି। ୨୦୧୮ରୁ ରାଜ୍ୟରେ ପୌରାଞ୍ଚଳରେ ନିର୍ବାଚନ ପରିଷଦର କାର୍ଯ୍ୟକାଳ ଶେଷ ହୋଇ ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ହୋଇ ପାରିନାହିଁ। ନିର୍ବାଚନ ହୋଇନଥିବାରୁ ସବୁଠି ପ୍ରଶାସକ ନିଯୁକ୍ତି ଦିଆଯାଇଛି।
Also Read
ସୂଚନାଥାଉ କି, କିଛିଦିନ ପୂର୍ବେ ବିଧାନସଭାରେ ମ୍ୟୁନିସପାଲିଟି ଆଇନ ସଂଶୋଧନ ବିଲ୍ ପାରିତ ହୋଇଥିଲା। ବିଲ୍ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ। SC, ST ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ମଧ୍ୟରେ ରହିବ। ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭% ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)