• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ମମିତ ମାହେର ହତ୍ୟା ଘଟଣାକୁ ନେଇ ୫ ଦିନ ହେଲା ଗୃହ ଅଚଳ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିରୋଧୀ ଅଡ଼ି ବସିଥିବା ବେଳେ ବିଜେଡି କିନ୍ତୁ ବିରୋଧୀଙ୍କୁ କର୍ଣ୍ଣପାତ ବି କରୁନି । ବିରୋଧୀଙ୍କୁ କାଉଣ୍ଟର କରିବାକୁ ବିଜେଡି ନୂଆ ନୂଆ ପ୍ରସଙ୍ଗ ଖୋଜୁଛି । ଏଭଳି ସ୍ଥିତିରେ ଆଜି କଂଗ୍ରେସର ବରିଷ୍ଠ ନେତା ନରସଂହ ମିଶ୍ରଙ୍କୁ କାଉଣ୍ଟର କରିଛି ବିଜେଡି ।

ବିଜେଡ ନେତା ଅତନୁ ସବ୍ୟସାଚୀ ନାଏକ କହିଛନ୍ତି ଯେ, ଉଦ୍ଦେଶ୍ୟମୂଳକ ଭାବେ ନରସିଂହ ଅଭିଯୋଗ କରିଛନ୍ତି । ବିଧାୟକମାନେ କିଭଳି ଗୃହକୁ ପଶିପାରିବେନି ସେଥିପାଇଁ ପୂରା ଡ୍ରାମା କରିଛି କଂଗ୍ରେସ । ଏଭଳି ଘଟଣା ଆଗରୁ କେବେ ଘଟିନଥିଲା । ବିଧାୟକ ଓ ଅଫିସରମାନେ ଗୃହ ଭିତରକୁ ପ୍ରବେଶ କରିପାରିଲେ ନାହିଁ । ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ବିଧାନସଭା ଚାଲିବ ଆଶା ଥିଲା କିନ୍ତୁ ହେଲାନି । ମମିତା ତଦନ୍ତ ପ୍ରକ୍ରିୟାକୁ ରୋକିବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି ବୋଲି ଅତନୁ ପାଲଟା ଅଭିଯୋଗ କରିଛନ୍ତି ।

ସେହିଭଳି ବିଜେପି ସଭାପତି ସମୀର ମହାନ୍ତିଙ୍କୁ ମଧ୍ୟ କାଉଣ୍ଟର କରିଛି ବିଜେଡି । ଦଳର ମୁଖ୍ୟ ସଚେତକ ପ୍ରମିଳା ମାଝି ସମୀର ମହାନ୍ତିଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ସମୀର ମହାନ୍ତି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ସେ ଏଥିରୁ ନିବୃତ୍ତ ରୁହନ୍ତୁ । କୋର୍ଟ କେଉଁଠି ବି କହିନାହାନ୍ତି ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରାଯାଉ । କୋର୍ଟରେ ମାମଲା ବିଚାରାଧୀନ ରହିଛି । ତେଣୁ ଏହାକୁ ନେଇ ରାଜନୀତିକରଣ କରାନଯାଉ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

ସୂଚନାଯୋଗ୍ୟ, ଗୃହ ଚାଲିନପାରିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ପ୍ରଥମ ଦିନରୁ ମମିତା ପ୍ରସଙ୍ଗ ଉଠାଇଥିଲେ ବି ସରକାର ଆଲୋଚନା ଚାହୁଁନଥିଲେ । ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ହକି ଖେଳକୁ ଯାଉଛନ୍ତି, ବିଧାନସଭା କାହିଁକି ଆସୁନାହାନ୍ତି ? ଗୃହକୁ ଆସନ୍ତୁ ଏବଂ ବିରୋଧୀଙ୍କୁ ସାମ୍ନା କରନ୍ତୁ ବୋଲି ନରସିଂହ କହିଥିଲେ । ଅଞ୍ଜନା ମାମଲାରେ ନିଜେ କେନ୍ଦ୍ରମନ୍ତ୍ରୀ ଥିବାବେଳେ କଟକ ଯାଇ ଏତଲା ଦେଇଥିଲେ ନବୀନ ପଟ୍ଟନାୟକ । ଆଜି କାହିଁକି ବିରୋଧାଭାସ ବୋଲି ପ୍ରଶ୍ନ ଉଠାଇଥିଲେ ନରସିଂହ । ମମିତା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତିର ଯେଉଁ ପ୍ରମାଣ ମଗାଯାଉଛି, ତାହା ଟେଲିଫୋନିକ ବାର୍ତ୍ତାଳାପରେ ଶୁଣେଇ ଦେବି ବୋଲି ନରସିଂହ କହିଛନ୍ତି । ହାଇକୋର୍ଟଙ୍କ ମନିଟରିଂରେ SIT ତଦନ୍ତ କରିବାକୁ ବି ନରସିଂହ ଦାବି କରିଛନ୍ତି ।

ସେହିଭଳି ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇବା ସହ ସିଧାସଳଖ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଥିଲେ ବିଜେପି ସଭାପତି । ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲେ ମଧ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କ ପାଖରେ ବସି ତାଙ୍କୁ କ୍ଲିନ୍ ସାର୍ଟିଫିକେଟ୍ ଦେଇଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଥିଲେ । ସେହିପରି ମାହାଙ୍ଗା ଥାନା ଆଇଆଇସି ପୁନଃ ତଦନ୍ତ ଓ ତିନି ଅଭିଯୁକ୍ତଙ୍କ ସିଡିଆର ଦେବାକୁ କୋର୍ଟଙ୍କ ଆଦେଶ ଅବମାନନା କରିଚାଲିଛନ୍ତି । ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁରକ୍ଷା ଦେବାକୁ ପୋଲିସ ହାତକୁ କିଏ ବାନ୍ଧିଛି ବୋଲି ପ୍ରଶ୍ନ କରିଥିଲେ ସମୀର । ରାଜ୍ୟ ସରକାର ଓ ଆଇନ ମନ୍ତ୍ରୀ ମାମଲାକୁ ରଫାଦଫା କରିବାକୁ ଚାହୁଁଥିବା ପ୍ରମାଣିତ ହୋଇଛି ବୋଲି ସେ ଦୋହରାଇଥିଲେ ।