• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ନରମିଲେ ତାରା । ବଦଳିଗଲା ତାରାଙ୍କ ତେବର ।

     

  • ଦିନେ ଅଯୋଗ୍ୟ କହୁଥିବା ନିରଞ୍ଜନଙ୍କୁ ଏବେ ବଡ଼ ଭାଇ ବୋଲି କହିଛନ୍ତି । 

ଭୁବନେଶ୍ୱର: ନରମିଲେ ତାରା । ବଦଳିଗଲା ତାରାଙ୍କ ତେବର । ପିସିସି ସଭାପତିଙ୍କ ନାଁରେ ବିଷୋଦଗାର କରୁଥିବା କଂଗ୍ରେସ ବିଧାୟକ ତାରା ବାହିନୀପତି ଏବେ ନରମି ଯାଇଛନ୍ତି । ଦିନେ ଅଯୋଗ୍ୟ କହୁଥିବା ନିରଞ୍ଜନଙ୍କୁ ଏବେ ସେ ବଡ଼ ଭାଇ ବୋଲି କହିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାହିନୀପତି କେବଳ ରାଗରେ ନିରଞ୍ଜନଙ୍କୁ ଅଯୋଗ୍ୟ ବୋଲି କହିଥିବା କହିଛନ୍ତି । ‘ନିରଞ୍ଜନ ମୋ ବଡ଼ ଭାଇ, ମୁଁ ତାଙ୍କ ସାନ ଭାଇ କାଲି ପ୍ରଭାରୀ ଚେଲ୍ଲା କୁମାର ଓ ସଭାପତି ନିରଞ୍ଜନଙ୍କ ସହ କଥା ହୋଇଛି । ସପ୍ତଗିରି ଉଲାକା ଓ ପ୍ରଦୀପ ମାଝୀଙ୍କ ସହ କଥା ହୋଇନି । ଗଣମାଧ୍ୟମ ଆଗରେ ଏଭଳି ଉତ୍ତର ରଖିଛନ୍ତି ତାରା ।

ସେପଟେ ଚେଲ୍ଲା କୁମାର ଶୁଣାଇଛନ୍ତି ଚରମ ବାଣୀ । ସେ କହିଛନ୍ତି ଯିଏ କଂଗ୍ରେସ ଛାଡ଼ିବାକୁ ଚାହୁଁଛନ୍ତି ସେମାନେ ପଳାନ୍ତୁ । ଭୁବନେଶ୍ୱରରେ ପହଞ୍ଚିବା ପରେ ଏଭଳି କଡା ମନ୍ତବ୍ୟ ରଖିଛନ୍ତି ପିସିସି ପ୍ରଭାରୀ ଚେଲ୍ଲା କୁମାର । ତାରା ବାହିନୀପତି ଓ ପିସିସି ମଧ୍ୟରେ ବିବାଦ ନେଇ ଚେଲ୍ଲା ଏହି ପ୍ରତିକ୍ରିୟା ରଖିଛନ୍ତି । ସେ ଆହୁରି କହିଛନ୍ତି କଂଗ୍ରେସ ଛାଡ଼ିବାକୁ ଚାହୁଁଥିଲେ ସେମାନେ ପଳାନ୍ତୁ, କିଛି ଚିନ୍ତା ନାହିଁ । କଂଗ୍ରେସ ଚିନ୍ତାଧାରାକୁ ଭଲପାଉଥିବା, ନେତୃତ୍ୱକୁ ଭରସା କରୁଥିବା ଲୋକ ଦଳରେ ରହିବେ । ବହୁ ନେତା ଦଳ ଛାଡ଼ିଛନ୍ତି, ତା ପରେ ବି କଂଗ୍ରେସ ଶକ୍ତିଶାଳୀ ହୋଇଛି । ତେବେ ତାରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମନା କରିଛନ୍ତି ଚେଲ୍ଲା କୁମାର ।

କିଛି ଦିନ ପୂର୍ବରୁ ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ ତାରା ପ୍ରସାଦ ବାହିନୀପତି । ସେ କହିଥିଲେ, ଦଳରେ ରହିବି କିନ୍ତୁ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରହିବ । ନିରଞ୍ଜନଙ୍କ ବୟସ ହୋଇଗଲାଣି, ପିସିସି ସଭାପତି ପଦ ଛାଡିଦେବା କଥା । 

ପିସିସି ସଭାପତି, ବିବାଦର ସମାଧାନ କରିବା ବଦଳରେ ବିବାଦ ବଢ଼ାଉଛନ୍ତି ବୋଲି କହିଥିଲେ ତାରା । ସେ ଆହୁରି ମଧ୍ୟ କହିଥିଲେ ବିଜେଡି MLA ନବୀନଙ୍କ ନାଁରେ, ବିଜେପି MLA ମୋଦିଙ୍କ ନାଁରେ ଜିତନ୍ତି ହେଲେ କଂଗ୍ରେସ MLA ନିରଞ୍ଜନଙ୍କ ନାଁରେ ଜିତନ୍ତିନି ।

ତେବେ କୋରାପୁଟ ସାଂସଦ ସପ୍ତଗିରି ଉଲାକା କରିଥିବା ପ୍ରେସମିଟକୁ ତାରାଙ୍କୁ ଡକାଯାଇ ନଥିବାରୁ ପିସିସି ସଭାପତିଙ୍କ ଉପରେ ପ୍ରଥମେ ଗର୍ଜିଥିଲେ ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହିନିପତି । ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ସେ ଇସ୍ତଫା ଦେବେ ବୋଲି ମଧ୍ୟ ଧମକ ଦେଇଥିଲେ ।