Advertisment

ଅପରାଧୀଙ୍କ ସହ ମିଶି ଶାସନ କରୁଛନ୍ତି ନବୀନ ବାବୁ

ଜାଣିଶୁଣି ନବୀନ ବାବୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଛନ୍ତି। ଏମିତି କରିବା ଦ୍ୱାରା ପୂରା ବିଶ୍ୱରେ ନିନ୍ଦିତ ହେଉଛି ଓଡ଼ିଶା

author-image
Sarbeswar
Bhakta Das

Bhakta Das

କଳାହାଣ୍ଡି(ରାଜକୁମାର ସିଂହଦେଓ): ମମିତା ମେହେର ହତ୍ୟା ଘଟଣାରେ ଆଜି ୬ ଘଂଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ତେବେ କଂଗ୍ରେସ ଆଜି ଶାନ୍ତିପୂର୍ଣ୍ଣ ଭାବରେ ହରତାଳ କରିଛି। ଆଉ ଏହାରି ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଭକ୍ତଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରରେ ଲୋକଙ୍କର ପ୍ରତିବାଦ କରିବାର ଅଧିକାର ରହିଛି। ଏହି ଅଧିକାର କେହି ଛଡ଼ାଇ ନେଇପାରିବେ ନାହିଁ।

Advertisment

ଯଦି ଏହି ଅଧିକାର ନଥାଆନ୍ତା ତେବେ ଦେଶ କାହିଁକି ସ୍ୱାଧୀନ ହେଲା ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ। ଏହାସହ ସେ କହିଛନ୍ତି, ଓଡ଼ିଶାରେ ବିଜୁ ବାବୁଙ୍କର ଯେମିତି ସମ୍ମାନ ଥିଲା ନବୀନ ବାବୁଙ୍କର ସେ ସମ୍ମାନ ନାହିଁ। ଅପରାଧୀମାନଙ୍କୁ ଗୋଟାଇ ନିଜ ଦପ୍ତର ଅର୍ଥାତ୍‌ ଥାର୍ଡ ଫ୍ଲୋଲରେ ବସାଇ ରଖିଛନ୍ତି ନବୀନ ବାବୁ। ଆମକୁ ଆଶ୍ଚର୍ଯ୍ୟ ଲାଗୁଛି କାହିଁକି ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ଲାଗି ଏତେ ଚିନ୍ତିତ ଏ ସରକାର।

ଦୋଷୀ କେବଳ ଜଣେ ମନ୍ତ୍ରୀ ନୁହେଁ ବରଂ ଯେଉଁମାନେ ସରକାରକୁ ଚଳାଉଛନ୍ତି। ସେ ସମସ୍ତେ ଦୋଷୀ। କେବଳ ଏତିକି ନୁହେଁ ଅପରାଧୀମାନଙ୍କୁ ସାଙ୍ଗରେ ନେଇ ସରକାର ଚଳାଉଛନ୍ତି ନବୀନ ବାବୁ ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସର ଟାଣୁଆ ନେତା ଭକ୍ତ ଦାସ। ସେହିପରି ଭାବରେ ସମାଲୋଚନା କରି ସେ କହିଛନ୍ତି, ଡୁନ୍‌ ପରି ସ୍କୁଲରେ ପାଠ ପଢିଛନ୍ତି ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ। ହେଲେ ତାଙ୍କର ଟିକିଏ ବି ସମ୍ମାନ ନାହିଁ। ପୂରା ବିଶ୍ୱ ଓ ଦେଶରେ ରାଜ୍ୟକୁ କଳଙ୍କିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ମମିତାଙ୍କ ଘଟଣାରେ ନବୀନ ବାବୁ ଯଦି ନିଜର ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନକହୁଛନ୍ତି ତେବେ ସେ ନିଜେ ଇସ୍ତଫା ଦେଇ ଦିଅନ୍ତୁ। କାରଣ ଏତେ କଳଙ୍କିତ ହୋଇ ଶାସନ କ୍ଷମତାରେ ରହିବାରେ ତାଙ୍କର କୌଣସି ନୈତିକତା ଅଧିକାର ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି । ଏହାସହ ଆଜି କେବଳ ଗୋଟିଏ ଲୋକ ପାଇଁ ପୂରା ପ୍ରଶାସନ ଓ ପୋଲିସ୍‌ କଳଙ୍କିତ ହୋଇଛନ୍ତି। ଓଡ଼ିଶାବାସୀ ଏ ସରକାରକୁ କେବେ କ୍ଷମା କରିବେ ନାହିଁ ବୋଲି ଭକ୍ତ କହିଛନ୍ତି।

Naveen Patnaik Congress Bhakta Das
Advertisment
Advertisment