Advertisment

ମମିତା ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

ହାଇକୋର୍ଟଙ୍କୁ ଏନେଇ ଅନୁରୋଧ କରିଥିଲେ ରାଜ୍ୟ ସରକାର। ଦାୟିତ୍ୱରେ ଯିଏ ବି ଅବହେଳା କରିଥିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ମୁଖ୍ୟମନ୍ତ୍ରୀ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Mamita murder Case

Mamita murder Case

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିରୋଧୀଙ୍କ କଡା ବିରୋଧ ପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଏକ ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟଜନକ ଘଟଣା। ଆଇନ ଅନୁଯାୟୀ ଯେତେ ଶୀଘ୍ର ହେବ ନ୍ୟାୟ ଦିଆଯିବ। ସେଥିପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ। ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୈତିକକରଣ କରାଯାଉଛି। ମମିତାଙ୍କ ପରିବାର ହାତଯୋଡି ଅନୁରୋଧ କରିଛନ୍ତି ଏହାକୁ ନେଇ ରାଜନୀତି ନ କରାଯାଉ।  ଫାଷ୍ଟ ଟ୍ରାକ କୋର୍ଟରେ ଏହାର ବିଚାର କରାଯାଇ ନ୍ୟାୟ ଦିଆଯିବ।

Advertisment

ସେ ଆହୁରି କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କ ଦ୍ୱାରା ତଦନ୍ତର ମନିଟରିଂ କରାଯାଉଛି। ଜୁଡ଼ିସିଆରି ଉପରେ ଆମର ବିଶ୍ୱାସ ରହିଛି। ପୋଲିସ ସମ୍ପୂର୍ଣ୍ଣ ସ୍ୱାଧୀନତାର ସହ କାର୍ଯ୍ୟ କରୁଛି। ବିନା ଭୟରେ ପୋଲିସ କାର୍ଯ୍ୟ କରୁଛି। ଯଦି କୌଣସି ପ୍ରମାଣ ଥାଏ ଯେତେ ବଡ଼ ଲୋକ ହେଲେ ବି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। କିଛି କାହା ପାଖରେ ପ୍ରମାଣ ରହିଛି ସେମାନେ କୋର୍ଟକୁ ଦିଅନ୍ତୁ। ବିଧାୟକମାନଙ୍କୁ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ସେମାନେ ତାଙ୍କ ଦାୟିତ୍ୱ ଠିକ ଭାବେ ନ କରିବେ ତେବେ ତାହା ଖରାପ ପରମ୍ପରା ସୃଷ୍ଟି ହେବ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ।

ମମିତା ମେହେର ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିବା ସମୟରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ବି ଦେଇଛନ୍ତି ପରାମର୍ଶ d

Advertisment

ଆସନ୍ତା 48 ଘଣ୍ଟା ମଧ୍ୟରେ ବାତ୍ୟା ଆସୁଛି d ମହାମାରୀ ସମସ୍ୟା ସୃଷ୍ଟି କରିଛି d ଚାଷୀଙ୍କ ସମସ୍ୟା, ଚାଉଳ ନ ଉଠିବା d ଓ ଆଦିବାସୀ ବହୁଳ ଜିଲ୍ଲାକୁ କୁ ଘର ଯୋଗାଇବା ବନ୍ଦ କରିବା, କେନ୍ଦ୍ରୀୟ ଅନୁଦାନ କାଟିବା , ଗ୍ୟାସ ଦର ବୃଦ୍ଧି ସମେତ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ବାଧୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି d

ମମିତା ହତ୍ୟାକାଣ୍ଡକୁ ୨ ମାସ ହେବାକୁ ବସିଲାଣି। ମମିତା ପ୍ରସଙ୍ଗକୁ ନେଇ ସାରା ରାଜ୍ୟ ହଇଚଇ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିନଥିଲେ। ଏପରିକି ବିରୋଧୀମାନେ ନାରାବାଜୀ, ହୋହାଲ୍ଲା, କଳାପତାକା ପଦର୍ଶନ ଓ ଅଣ୍ଡାମାଡ଼ କରିଥିଲେ। ଦୀର୍ଘ ଦିନର ନିରବତା ପରେ ଆଜି ନିରବତା ଭାଙ୍ଗିଛନ୍ତି ନବୀନ। 

ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପୋଲିସ ନିକଟରେ ଅପରାଧ ସ୍ୱୀକାର କରିଥିଲା । ମମିତା ମେହେରଙ୍କୁ ହତ୍ୟା କରିଥିବା ଗୋବିନ୍ଦ ମାନିଥିଲା । ଗୋବିନ୍ଦ ସାହୁ ସମେତ ୪ ଜଣଙ୍କୁ ଅଟକ ରଖି ପୋଲିସର ଜେରା କରିଥିଲା । ପୋଲିସ ଘନ ଘନ ଜେରା କରିଥିଲା । ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଜ୍ରାଇଭର ଓ ଷ୍ଟାଡିୟମ ମୁନ୍‌ସିଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା । OD-08K-1002 ନମ୍ବର ବିଶିଷ୍ଚ କାର୍‌ରେ ହିଁ ମମିତାଙ୍କୁ ହତ୍ୟା କରାଯାଇଥିଲା । ଗୋବିନ୍ଦ କହିଥିଲା, ଗତ ୮ ତାରିଖରେ ମମିତାଙ୍କୁ କାର୍‌ରେ ନେଇ ଗୋବିନ୍ଦ ଆସିଥିଲା। କାର୍ ଭିତରେ ହିଁ ମମିତାଙ୍କ ସହ ଗୋବିନ୍ଦର ବଚସା ହୋଇଥିଲା। ବଚସା ପରେ କାର୍‌ରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିଲା । ହତ୍ୟା ପରେ ୮ ତାରିଖ ବିଳମ୍ବିତ ରାତିରେ ମୃତଦେହକୁ ପୋତା ଯାଇଥିଲା ।

Mamita Meher CMO Mamita Murder Case
Advertisment
Advertisment