• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଲେ ଦିବ୍ୟଶଙ୍କର

  • ପଶ୍ଚିମ ଓଡ଼ିଶାର ଅନ୍ୟ ମନ୍ତ୍ରୀ, ବିଧାୟକଙ୍କ ସହ ଦିବ୍ୟଶଙ୍କର ଉପସ୍ଥିତ

ଭବାନୀପାଟଣା : ମଞ୍ଚରେ ମଞ୍ଚାସୀନ ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର । ଭବାନୀପାଟଣାରେ ଗୋଟିଏ ମଞ୍ଚରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମମିତା ପ୍ରସଙ୍ଗରେ ପ୍ରବଳ ବିରୋଧ ସତ୍ତ୍ୱେ ମନ୍ତ୍ରୀ ସଭାସ୍ଥଳରେ ଉପସ୍ଥିତ ଅଛନ୍ତି । ପଶ୍ଚିମ ଓଡ଼ିଶାର ଅନ୍ୟ ମନ୍ତ୍ରୀ, ବିଧାୟକଙ୍କ ସହ ଦିବ୍ୟଶଙ୍କର ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ସଭାରେ ନିଜ ଭାଷଣରେ କେବଳ ବିକାଶର କଥା କହିଛନ୍ତି ମନ୍ତ୍ରୀ । ମମିତା ମୃତ୍ୟୁ ମାମଲାକୁ ଏଡ଼ାଇ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ଆଜି କଳାହାଣ୍ଡିର ଅନକ ବିକାଶ ହୋଇଥିବା କଥା କହିଛନ୍ତି ।

ମମିତା ତାତି ଓ ବିରୋଧୀଙ୍କ ପ୍ରତିବାଦ ଭିତରେ ଆଜି କଳହାଣ୍ଡି ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ସମୟ ତଳେ ସେ ଭୁବନେଶ୍ୱର ଏୟାରପୋର୍ଟରୁ ହେଲିକପ୍ଟରରେ ଯାଇ ଭବାନୀପାଟଣା ପହଞ୍ଚିଛନ୍ତି । ଓୟୁଏଟି ପଡ଼ିଆରେ ଅରୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତ ପୂର୍ବରୁ ବିଜେଡି ବିରାଟ ସ୍ୱାଗତ ଶୋଭାଯାତ୍ରା କରିଛି ।

ବସଷ୍ଟାଣ୍ଡରୁ OUAT ପଡ଼ିଆ ଯାଏଁ ମହିଳାଙ୍କୁ ନେଇ ଏହି ସ୍ୱାଗତ ଶୋଭାଯାତ୍ରା କରାଯାଇଥିଲା । ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ମମିତା ହତ୍ୟାକୁ ନେଇ ବିବାଦ ଘେରରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସମାବେଶରେ ଅଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ ବେଳେ ଭୁବନେଶ୍ୱରରେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବିକ୍ଷୋଭ କରୁଥିବା ବିଜେପି କର୍ମୀଙ୍କୁ ଉଠାଇ ନେଲା କମିଶନରେଟ୍ ପୋଲିସ । ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବା ପୂର୍ବରୁ ବିଜେପି ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିଲା । ରାଜମହଲ ଛକରୁ ବିଜେପିର ଏକ ବିଶାଳ ଶୋଭାଯାତ୍ରା ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲା ।

ତେବେ ବିଜେପିର ରାଲିକୁ ରୋକିବା ଲାଗି ଶିଶୁଭବନ ଛକରେ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବିଜେପିର ରାଲି ପହଞ୍ଚିବା ପରେ ପୋଲିସ ରୋକିବାକୁ ଉଦ୍ୟମ କରିବାରୁ ଧସ୍ତାଧସ୍ତି ହୋଇଥିଲା । ତେବେ ବିଜେପିର ଶୋଭାଯାତ୍ରା ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯିବାରୁ ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ବିଜେପି କର୍ମୀମାନେ ସେହିଠାରେ ଧାରଣା ଦେବା ସହ କଳାପତାକା ପ୍ରଦର୍ଶନ କରିଥିଲେ ।