Advertisment

ରାଜଧାନୀ ରାଜରାସ୍ତାରେ ପୋଲିସ୍-ବିଜେପି କର୍ମୀ ଧସ୍ତାଧସ୍ତି, ୨୫ ଆହତ

ପୋଲିସ୍ ସହ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ବ୍ୟାରିକେଡ୍ କରି ବିଜେପି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ୍ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP

BJP

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ପୋଲିସ୍-ବିଜେପି କର୍ମୀ ଧସ୍ତାଧସ୍ତି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚା ଆଜି ବିଶାଳ ସମାବେଶ କରିଛି। ବିଧାନସଭା ଘେରାଉ ପାଇଁ ଶହ ଶହ ବିଜେପି କର୍ମୀ ଆଜି ଲୋୟର ପିଏମ୍‌ଜିରେ ଏକାଠି ହୋଇଥିଲେ। ଏହାପରେ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବି କରି ବିଜେପି ଯୁବ ମୋର୍ଚ୍ଚାର ରାଲି ବିଧାନସଭା ଅଭିମୁଖେ ବାହାରିଥିଲେ।

Advertisment

ଏହି ସମୟରେ ପୋଲିସ୍ ସହ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ବ୍ୟାରିକେଡ୍ କରି ବିଜେପି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ୍ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ବିଜେପି।  

ଆଜି ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସର ମାଡ଼ରେ ୮ରୁ ୯ ଜଣ ବିଜେପି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଆହତ ବିଜେପି କର୍ମୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆହତ ବିଜେପି କର୍ମୀଙ୍କୁ ଭେଟିଛନ୍ତି।

Advertisment

ସେପଟେ, ବିଜେପି ରାଲି ବେଳେ ଧସ୍ତାଧସ୍ତିରେ ୧୫ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ପୋଲିସ କମିଶନର କହିଛନ୍ତି। କନଷ୍ଟେବଲଙ୍କ ଠାରୁ ଏସିପି ପର୍ଯ୍ୟନ୍ତ ୧୫ରୁ ଅଧିକ ପୋଲିସ ଆହତ ହୋଇଛନ୍ତି। ଆହତ ୩ ଜଣ ପୋଲିସ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ପୋଲିସ କମିଶନର ଆହତ ପୋଲିସ୍ କର୍ମଚାରୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

ଢେଲାମାଡ଼ରେ କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆହତ ହୋଇଛନ୍ତି। ୮ଟି ଗାଡ଼ି ଭଙ୍ଗାରୁଜା ହୋଇଥିବା ବେଳେ ଗୋଟିଏ ଗାଡ଼ିର ଡ୍ରାଇଭରଙ୍କୁ ପିଟିଛନ୍ତି ଆକ୍ରମଣକାରୀ। ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଏନେଇ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି। 

BJP BJP Protest
Advertisment
Advertisment