• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କହିଲେ, ମମିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଭେଟନ୍ତୁ

  • ପଶ୍ଚିମ ଓଡ଼ିଶାର ଜଣେ ବି ବିଜେଡି ନେତା କାହିଁକି ମୁହଁ ଖୋଲୁନାହାନ୍ତି ବୋଲି ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର : ମମିତା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ବିଜେପି ନେତା ଜୟନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀ ସିନ୍ଦୂର ଫରୁଆରେ ରହିଛନ୍ତି । ସଚିବାଳୟ, ବିଧାନସଭା ଯାଉନାହାନ୍ତି । କେନ୍ଦ୍ରମନ୍ତ୍ରୀ ଆସିଲେ ଘରକୁ ଡାକୁଛନ୍ତି । ହେଲେ ବାହାରକୁ ବାହାରୁ ନାହାନ୍ତି' । କିନ୍ତୁ ରାଜନୀତି ପାଇଁ ବାହାରକୁ ଯାଉଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ଜୟନାରାୟଣ । ଏହାଛଡ଼ା କାହିଁକି ପଶ୍ଚିମ ଓଡ଼ିଶାବାସୀଙ୍କୁ PMAYରୁ ବଞ୍ଚିତ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ମମିତାଙ୍କ ପରିବାରକୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ଯିବାର ଆବଶ୍ୟକତା ରହିଛି । ଏହାସହ ଅଭିଯୁକ୍ତଙ୍କ ମୋବାଇଲ ରେକର୍ଡ ମଧ୍ୟ ଯାଂଚ କରିବା ଜରୁରୀ । ଏପରି ସ୍ଥିତିରେ ଦୁଃଖର କଥା ହେଲା ମମିତା ଘଟଣାରେ ପଶ୍ଚିମ ଓଡ଼ିଶାର ଜଣେ ବି ବିଜେଡି ନେତା ମୁହଁ ଖୋଲୁନାହାନ୍ତି । ଏହା ସେମାନଙ୍କ ମୌନେ ସମ୍ମତି ଲକ୍ଷଣ ଭଳି ଲାଗୁଛି । ଘଟଣାର ସିବିଆଇ ତଦନ୍ତ କରାଇ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରନ୍ତୁ ବୋଲି ଦାବି କରିଛନ୍ତି ଜୟନାରାୟଣ । ସେହିପରି ମମିତା ମେହେରା ଘଟଣାକୁ ଡାଇଭର୍ଟ କରିବାକୁ ଶାସକ ଦଳ ଦରବୃଦ୍ଧି ପ୍ରହସନ ଆରମ୍ଭ କରିଥିବା କହିଛନ୍ତି ବିଜେପି ନେତା ।

ସେପଟେ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ସିନ୍ଧେକେଲା ପୋଲିସ । ମହାଲିଙ୍ଗରୁ ଏହି ଦୁଇ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି । ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ସାହୁ ଶବ ପୋତିବାକୁ ଏହି ଜେସିବି ବ୍ୟବହାର କରିଥିଲା । ସେହିପରି ଶବ ପୋଡ଼ିବା ପାଇଁ ଟାୟାର ଆଣିବାକୁ ଏହି ସ୍କୁଟି ବ୍ୟବାହର କରିଥିଲା । ମମିତାଙ୍କୁ ହତ୍ୟାକରି ମହାଲିଙ୍ଗ ଷ୍ଟାଡିୟମରେ ଗାତ ଖୋଳି ପୋତିଦେଇଥିଲା । ତେବେ ଜେସିବି ଡ୍ରାଇଭର ଗାତ ଖୋଳିବା ଓ ପୋତିବା କାମ କରିଥିଲେ ତଥାପି ତାଙ୍କୁ ହତ୍ୟାକାଣ୍ଡ ସଂପର୍କରେ ଜାଣିନଥିବା କହି ପୋଲିସ ଛାଡ଼ିଦେବା ସହ ସାକ୍ଷୀ କରିଛି ।