• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନବୀନ ନିବାସ ଘେରାଉ ସହିତ ସିବିଆଇ ତଦନ୍ତ ଦାବି

  • ସେପଟେ ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

  • ଆରଡିସି ଅଫିସ ଆଗରେ ଧାରଣା

ଭୁବନେଶ୍ୱର : ଭୁବନେଶ୍ୱରରେ ବିଜେପିର ଗର୍ଜନ । ପୀଡ଼ିତାଙ୍କୁ ଓ ପରିବାରକୁ ନ୍ୟାୟ ଦାବିରେ ବିଜେପିର ହଲ୍ଲାବୋଲ୍ । ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲା ବିରୋଧରେ ବିଜେପିର ପ୍ରତିବାଦ । ପୀଡ଼ିତା ଓ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟା।ନୁଷ୍ଠାନ ଦାବିରେ ଭୁବନେଶ୍ୱରରେ ବିଜେପି ପ୍ରତିବାଦ କରୁଛି । ଏହି ଆନ୍ଦୋଳନର ନାଁ ରଖାଯାଇଛି ହଲ୍ଲାବୋଲ ଆଜି ନବୀନ ନିବାସ ଘେରାଉ କରୁଛି ବିଜେପି ।

ସେପଟେ ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରିଛି । ରନ୍ଧନ ଗ୍ୟାସ ଦର ବୃଦ୍ଧି ଲାଗି କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡି ସରକାରଙ୍କୁ ଦାୟୀ କରି ଆଜି ପ୍ରତିବାଦ କରୁଛି ବିଜେଡି । ଆଜିଠାରୁ ସାରା ରାଜ୍ୟରେ ପ୍ରତିବାଦ କରୁଛନ୍ତି ଯୁବ ବିଜେଡି, ଛାତ୍ର ଓ ମହିଳା ସଂଗଠନ । ତିନି ଦିନ ଧରି ଆନ୍ଦୋଳନ କରାଯିବ । ରାଜ୍ୟର ତିନିଟି ଯାକ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି ।

ଭୁବନେଶ୍ୱର ପଟିଆରେ ଥିବା ଆଇଓସିଏଲ୍ ଅଫିସ ସମ୍ମୁଖରେ ଧାରଣା ଦେଇଛି ବିଜେଡି ସାଙ୍ଗଠନିକ ଜିଲ୍ଲା ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳ କର୍ମୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆଇଓସିଏଲ୍ ଅଫିସ ସମ୍ମୁଖରେ ବିଜୁ ମହିଳା ଦଳର ବହୁ ନେତ୍ରୀ କାଠ ଚୁଲି ଜାଳି ପ୍ରତିବାଦ କରିଛନ୍ତି । କଟକ କେନ୍ଦ୍ରାଞ୍ଚଳ ଆରଡିସି ଅଫିସ୍ ସମ୍ମୁଖରେ ମଧ୍ୟ ପ୍ରତିବାଦ ଦେଖିବାକୁ ମିଳିଛି ।

ବିଜେଡି ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ କେନ୍ଦ୍ରାଞ୍ଚଳ ଆରଡିସି ଅଫିସ ଆଗରେ ବିକ୍ଷୋଭ କରାଯାଇଛି । ଏହି ଅବସରରେ ବିଜେଡିର ଏକ ପ୍ରତନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ ଅଧିନରେ ଥିବା ସମସ୍ତ ବ୍ଳକରେ ମଧ୍ୟ ବିଜେଡି ପ୍ରଦର୍ଶନ କରିଛି ।