Advertisment

ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ଆକ୍ରମଣ ଘଟଣା; ଗିରଫ ହେଲେ ୨ ଜଣ ବିଜେଡି କର୍ମୀ

ବାରିପଦାରେ ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ଆକ୍ରମଣ ଘଟଣାରେ ୨ ଜଣ ବିଜେଡି କର୍ମୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରୁ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ପୁଅ ଥିବା ସୂଚନା ମିଳିଛି। ଏନେଇ ୪ଟି ମାମଲା ରୁଜୁ ହୋଇଛି।

author-image
Rajalaxmi Sahoo
BJD Workers Arrested

BJD Workers Arrested

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ଆକ୍ରମଣ ଘଟଣାରେ ୨ ଜଣ ବିଜେଡି କର୍ମୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରୁ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ପୁଅ ଥିବା ସୂଚନା ମିଳିଛି। ଏନେଇ ୪ଟି ମାମଲା ରୁଜୁ ହୋଇଛି। 

Advertisment

ଭିଡିଓ ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆଗକୁ ଆହୁରି ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ଆହତ ବିଜେପି ଓ ଜେଏମ୍ଏମ୍ କର୍ମୀ ଏବେ ବି ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। 

ସୂଚନାଥାଉ କି, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତକୁ ବିରୋଧ କରି ବିଜେପି ଓ ଜେଏମ୍ଏମ୍ କର୍ମୀ କଳା ପତାକା ପ୍ରଦର୍ଶନ ଉଦ୍ୟମ ବେଳେ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା। ବିଜୁ ଛାତ୍ର ଜନତା ଦଳର କର୍ମୀ ବିରୋଧ ପ୍ରଦର୍ଶନ କରୁଥିବା ବିଜେପି ଓ ଜେଏମ୍ଏମ୍ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏଥିରେ ଜଣେ ବିଜେପି ଓ ଜଣେ ଜେଏମ୍ଏମ୍ କର୍ମୀଙ୍କ ମୁହଁ ଫାଟି ଯାଇଥିଲା। ପୋଲିସ ଉପସ୍ଥିତିରେ ଏଭଳି ଆକ୍ରମଣକୁ ଦୃଢ଼ ନିନ୍ଦା କରାଯିବା ସହ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା। 

Advertisment
BJP Baripada BJD JMM Workers
Advertisment
Advertisment