• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ ପ୍ରଦର୍ଶନ । ଖଣ୍ଡୁଆଳ ବସ୍ତିକୁ ଯାଇଥିବା ବେଳେ କିଛି ବିଜେଡି କର୍ମୀ ସାଂସଦଙ୍କୁ ବିରୋଧ କରିଛନ୍ତି । ନିଜ କର୍ମୀଙ୍କ ସହ ପଦଯାତ୍ରାରେ ବାହାରିଥିଲେ ଭୁବନେଶ୍ୱର ସାଂସଦ । ଏହି ସମୟରେ କିଛି ବିଜେଡି ନେତା ଓ କର୍ମୀ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଅପରାଜିତାଙ୍କୁ ବିରୋଧ କରିଛନ୍ତି । ସାଂସଦଙ୍କୁ ବିରୋଧ କରି ନାରାବାଜୀ ଦିଆଯାଇଛି । ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦ କରି ବିରୋଧ ପ୍ରଦର୍ଶନ, ନାରାବାଜି କରିଥିଲେ ବିଜେଡି କର୍ମୀ ।

ସେପଟେ ଆଜିର ଘଟଣା ବିରୋଧ ନୁହେଁ ବରଂ ଅଭିମାନ ଓ ଅଳି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ । ସେ ଭୁବନେଶ୍ୱରର ସାଂସଦ, ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ କିଛି କାରଣ ପାଇଁ ଅଭିମାନ ରହିଛି । ଦଳ ମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ଭୁବନେଶ୍ୱରର ବିକାଶ ପାଇଁ ଆଗେଇ ଆସନ୍ତୁ ବୋଲି ଅପରାଜିତା ଆହ୍ୱାନ କରିଛନ୍ତି ।

ଖାଲି ଏତିକି ନୁହେଁ  ଦୁଇ ଦିନ ତଳେ ବିଜେଡି କର୍ମୀଙ୍କ ବିରୋଧ ପ୍ରଦର୍ଶନ ଘଟଣାକୁ ନେଇ ବି ଆଜି ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା । ଆଚାର୍ଯ୍ୟ ବିହାର ଘଟଣା ପରେ ସେ ଅସୁରକ୍ଷିତ ମନେ କରୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ତାଙ୍କୁ ସୁରକ୍ଷା ପ୍ରଦାନ କରିବା, ଯାହା ସେ ଆଜି କରୁଛନ୍ତି ବୋଲି କହିଛନ୍ତି ଅପରାଜିତା । ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ନୟାପଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ପଦଯାତ୍ରା ଆୟୋଜନ କରିଥିଲେ । ବିଭିନ୍ନ ଲୋକଙ୍କ ସହ କଥା ହେବା ପରେ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି ।

ତେବେ ରାଜଧାନୀ ଛାତିରେ ସାଂସଦ ଏକ ବରିଷ୍ଠ ନାଗରିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ବିଜେଡି କର୍ମୀମାନେ ତାଙ୍କୁ ଆକ୍ରମଣ କରିଥିଲେ । ଅଣ୍ଡାମାଡ଼ ସହ ଟେକା ପଥର ବି ମାରିଥିଲେ । ଘଟଣାସ୍ଥଳରେ ବିଜେଡି କର୍ମୀ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ଗ୍ରୀଲ ବାଡ଼େଇ ଶହ ଶହ ସଂଖ୍ୟାରେ ଶାସକ ଦଳର କର୍ମୀ ସାଂସଦ ଥିବା ଘର ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ପୋଲିସ ଥାଇ ବି ନଥିଲା ଭଳି । ରଣକ୍ଷେତ୍ର ପାଲଟିଯାଇଥିଲା ଆଚାର୍ଯ୍ୟ ବିହାର ଅଞ୍ଚଳ ।