Advertisment

ମୌନେ ସମ୍ମତିର ଲକ୍ଷଣ, ନିଜ ଦୋଷକୁ ମାନନ୍ତୁ ମନ୍ତ୍ରୀ: ଭକ୍ତ ଦାସ

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୩୦ ତାରିଖ ସୁଦ୍ଧା ଗିରଫ ନ କଲେ କଳାହାଣ୍ଡିରେ ହେବ ବ୍ୟାପକ ଆନ୍ଦୋଳନ। ଆଜି ଏଭଳି ଅଲ୍ଟିମେଟମ୍ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ।

author-image
Sarbeswar
Bhakta Charan Das

Bhakta Charan Das

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୩୦ ତାରିଖ ସୁଦ୍ଧା ଗିରଫ ନ କଲେ କଳାହାଣ୍ଡିରେ ହେବ ବ୍ୟାପକ ଆନ୍ଦୋଳନ। ଆଜି ଏଭଳି ଅଲ୍ଟିମେଟମ୍ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ। ସମଗ୍ର ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୌନ କାହିଁକି ଏ ନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କାହିଁକି ସ୍ପଷ୍ଟୀକରଣ ଦେଇନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ? ଏଥିସହ ସେ ୫ଟିକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । 5T କଣ କରୁଛି, ମୁଖ୍ୟମନ୍ତ୍ରୀ ମୌନୀବାବା ହୋଇ ବସିଛନ୍ତି ବୋଲି ଭକ୍ତ କହିଛନ୍ତି।

Advertisment

ଏହାସହ ଭକ୍ତ କହିଛନ୍ତି, ମମିତାଙ୍କ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କଠାରୁ ଆରମ୍ଭ କରି ଗାଁ ଲୋକ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି। ମନ୍ତ୍ରୀ ଅନେକବାର ସେହି କଲେଜ୍‌କୁ ଯାଇଛନ୍ତି। ଯଦି ମନ୍ତ୍ରୀଙ୍କ ନାଁରେ ଆସିଥିବା ଅଭିଯୋଗ ଗୁଡ଼ିକ ମିଛ ତେବେ ସେ କାହିଁକି ସାଧାରଣ ଲୋକଙ୍କ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦେଉନାହାନ୍ତି ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି। ଆମେ ସମସ୍ତେ ଜାଣନ୍ତି, ମୌନ ସମ୍ମିତର ଲକ୍ଷଣ। ଯଦି ମନ୍ତ୍ରୀ ନିଜକୁ ମାନି ନେଇଛନ୍ତି ଅପରାଧୀ ବୋଲି ତେବେ ଇସ୍ତଫା କାହିଁକି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ।

Advertisment

କାହିଁକି ଗୃହ ବିଭାଗର ମନ୍ତ୍ରୀ ଥାଇ ମଧ୍ୟ ଆଇନକୁ ସମ୍ମାନ ଦେଉନାହାନ୍ତି ମନ୍ତ୍ରୀ ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି। କେବଳ ଏତିକି ନୁହେଁ, ବରଂ ଫାଇଭ୍‌ ଟି କଣ କରୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ୩୦ ତାରିଖ ମଧ୍ୟରେ ଯଦି ସେମାନେ ଗିରଫ ନକରନ୍ତି ମନ୍ତ୍ରୀଙ୍କୁ ତେବେ ଅନେକ କଥା ଉଠିବ। ୧ ତାରିଖରେ ମୁଁ ନିଜେ କଳାହାଣ୍ଡି ଯିବି ଓ ପରେ ଯାହା ହେବ ତାହା ସମସ୍ତେ ଦେଖିବେ ବୋଲି ଭକ୍ତ କହିଛନ୍ତି।

Congress Bhakta Charan Das Mamita Murder Case
Advertisment
Advertisment