• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ସଦ୍ୟ ଅନୁଷ୍ଠିତ ବିଭିନ୍ନ ରାଜ୍ୟ ଉପନିର୍ବାଚନରେ ସବୁ ବିରୋଧୀ ମିଶି ଯେତିକି, ବିଜେପି ତାଠୁ ବେଶି । ଉପନିର୍ବାଚନ ଫଳାଫଳ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏଭଳି ପ୍ରତିକ୍ରିୟା ରଖିବା ସହ ଉତ୍ତର ପୂର୍ବାଞ୍ଚଳରେ ବିଜେପି ଓ ମୋଦିଙ୍କ ଲୋକପ୍ରିୟତା ବଢ଼ି ଚାଲିଛି ବୋଲି କହିଛନ୍ତି । ଆସାମରେ ବିଜେପି ଓ ତାର ସହଯୋଗୀ ଦଳ କ୍ଲିନ ସୁଇପ୍ କରିଛନ୍ତି ।

ମୋଦିଙ୍କ ପାଇଁ ଉତ୍ତର ପୂର୍ବାଞ୍ଚଳରେ ଉନ୍ନୟନମୂଳକ କାମ ଜାରି ରହିଛି । ଉତ୍ତର ପୂର୍ବାଞ୍ଚଳର ଆଉ ୨ଟି ରାଜ୍ୟରେ ରେଳ ସଂଯୋଗ ହୋଇପାରିଛି । କେବଳ ଉତ୍ତର ପୂର୍ବାଞ୍ଚଳ ନୁହେଁ, ସାରା ଭାରତରେ ମୋଦିଙ୍କ ଲୋକପ୍ରିୟତା ବଢୁଛି ବୋଲି କହିଛନ୍ତି ବୈଜୟନ୍ତ । ମୋଟ ୨୫ଟି ଆସନରେ ହୋଇଥିବା ଉପନିର୍ବାଚନରେ ସବୁ ବିରୋଧୀ ମିଶି ୧୨ଟି ସିଟ୍, ଜିତିଥିବା ବେଳେ ବିଜେପି ଓ ଏନ୍‌ଡିଏ ୧୩ଟି ଜିତିଛନ୍ତି । ଏଥିରୁ ମୋଦିଙ୍କ ଲୋକପ୍ରିୟତା ପ୍ରମାଣ ମିଳୁଛି ବୋଲି ବୈଜୟନ୍ତ କହିଛନ୍ତି ।

ବୈଜୟନ୍ତ କହିଛନ୍ତି, ପୂରା ଦେଶରେ ଯେଉଁ ଉପନିର୍ବାଚନ ହୋଇଛି, ବିଭିନ୍ନ ବିରୋଧୀ ଦଳଗୁଡ଼ିକ ଏହାକୁ ଭିନ୍ନ ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି । କିନ୍ତୁ ବାସ୍ତବ ଚିତ୍ର ହେଉଛି ଏନଡିଏ ୨୫ଟି ଆସନରୁ ୧୩ଟିରେ ବିଜୟ ହୋଇଛି । ଆଉ ବାକି ସବୁ ବିରୋଧୀ ଦଳ ମିଶିକି ୧୨ଟି ଜିତିଛନ୍ତି । ଏହି ଚିତ୍ର ହିଁ ଗତ କିଛି ବର୍ଷ ଧରି ଦେଖିବାକୁ ମିଳୁଛି । ତେଣୁ ସବୁ ମିଶିକି ଯେତିକି ପାଉଛନ୍ତି, ବିଜେପି ତାଠୁ ଅଧିକ ପାଉଛି । ତଥାପି ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ ବୋଲି ବୈଜୟନ୍ତ କହିଛନ୍ତି ।