Advertisment

୯ରେ ଓଡ଼ିଶାରେ ଗସ୍ତରେ ଆସିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଅକ୍ଟୋବର ୯ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Jagan Mohan Reddy & Naveen Patnaik

Jagan Mohan Reddy & Naveen Patnaik

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଦିନ ଅର୍ଥାତ୍‌ ଅକ୍ଟୋବର ୯ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଜଗନମୋହନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି।

Advertisment

ବିଶେଷ କରି ବଂଶଧାରା ନଦୀ ଉପରେ ନେରେଡ଼ି ବ୍ୟାରେଜ ନିର୍ମାଣ, ପୋଲାଭରମ ପ୍ରକଳ୍ପ ଓ କୋଟିଆ ସୀମା ବିବାଦ ନେଇ ୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି। 

Advertisment

ଏହି ୩ଟି ଯାକ ପ୍ରସଙ୍ଗ ଏବେ କୋର୍ଟରେ ବିଚାରାଧିନ ଥିବାବେଳେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ ଅନେକ ମହତ୍ତ୍ୱ ରଖୁଛି। ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍ ଆନ୍ଧ୍ରପ୍ରଦେଶ ସପକ୍ଷରେ ରାୟ ଦେଇଥିବାରୁ ନେରେଡ଼ି ପ୍ରକଳ୍ପ ନିର୍ମାଣ ସହଜ ହୋଇଛି। ହେଲେ ଏହି ପ୍ରକଳ୍ପ ଦ୍ୱାରା ରାୟଗଡ଼ା ଓ ଗଜପତି ଜିଲ୍ଲାର ବହୁ ଜମି ଜଳମଗ୍ନ ହେବାର ଆଶଙ୍କା ରହିଛି। ଏଣୁ ଏହା ଉପରେ ଓଡ଼ିଶା ସରକାର ସ୍ପଷ୍ଟୀକରଣ ମାଗିଥିବାରୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁନି। 

ଏତଦ୍‌ବ୍ୟତୀତ କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗିଥିବାରୁ ଏନେଇ ମଧ୍ୟ ଆଲୋଚନା ହୋଇପାରେ। 

Andhra Pradesh Chief Minister Y.S. Jagan Mohan Reddy CM Naveen Patnaik
Advertisment
Advertisment