/odishatv-khabar/media/post_attachments/uploadimage/library/16_9/16_9_0/Egg_Attack_1638030168.jpg)
Egg Attack
ବଲାଙ୍ଗୀରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡିକୁ ଅଣ୍ଡାମାଡ । ଜିଲ୍ଲାର ନାରାୟଣଟିକ୍ରା ଠାରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି କଂଗ୍ରେସ କର୍ମୀ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଚଢେଇପଙ୍କ ଯାଉଥିଲେ । ଏହି ସମୟରେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ଏହି ଘଟଣାରେ ପୋଲିସ୍ ୨ ଜଣ କଂଗ୍ରେସ କର୍ମୀଙ୍କୁ ଉଠାଇନେଇଛି ।
Advertisment
ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଆଜି BSKY ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ନବରଙ୍ଗପୁର ଯାଉଥିବା ବେଳେ ସେଠାରେ ମଧ୍ୟ ଉଭୟ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିବା ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ବିଜେପି କର୍ମକର୍ତ୍ତା ଏହି ଅଣ୍ଡା ମାଡ଼ କରିଥିବା ବେଳେ ନବରଙ୍ଗପୁର ପୋଲିସ ଦୁଇ ବିଜେପି କର୍ମୀଙ୍କୁ ଅଟକ ରଖିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)