• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଉଛି ଚାଷୀଙ୍କ ପଞ୍ଜୀକରଣ ।

  • ଏହା ପୂର୍ବରୁ ରାଜ୍ୟ ସରକାରଙ୍କୁ ବିଜେପିର ୮ ଦଫା ଦାବି ପତ୍ର ।

  • ଦଳର ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଦାବି ରଖିଛନ୍ତି ।

ବରଗଡ଼: ଆସନ୍ତାକାଲିଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଉଛି ଚାଷୀଙ୍କ ପଞ୍ଜୀକରଣ । ତେବେ ଏହା ପୂର୍ବରୁ ଧାନ ସଂଗ୍ରହ ଯେଭଳି ସୁବିଧାରେ କରାଯିବ ସେ ନେଇ ରାଜ୍ୟ ସରକାରଙ୍କୁ ୮ ଦଫା ଦାବି ପତ୍ର ଦେଇଛି ବିଜେପି । ଦଳର ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏହି ଦାବି ରଖିଛନ୍ତି ।

ସେ କହିଛନ୍ତି, କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାକୁ ବୃଦ୍ଧି କରିଥିବା ବେଳେ ସବୁ ଚାଷୀ ଯେଭଳି ଏହି ମୂଲ୍ୟ ପାଇବେ ସେ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର । ଏଥିସହିତ ପଞ୍ଜୀକରଣ କରୁଥିବା ସମସ୍ତ ଚାଷୀଙ୍କ ଧାନ ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯାଉ । ଧାନ କ୍ୱିଣ୍ଟାଲ୍ ପିଛା ବୋନସ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ କରିବା, ମଣ୍ଡିରେ ମିଲର୍ସଙ୍କ ରାଜୁତି ବନ୍ଦ, କଟନିଛଟନି ବନ୍ଦ, ଚାଷୀଙ୍କୁ ବିଦ୍ୟୁତ୍ ଶୁଳ୍କ ଛାଡ଼ ସହ ମଣ୍ଡିକୁ ଅବଧି ପୂର୍ବରୁ ବନ୍ଦ ନକରିବା ଭଳି ଦାବି ରଖିଛି ବିଜେପି ।

ଜିଲ୍ଲାସ୍ତରରେ ଧାନ ସଂଗ୍ରହ ପାଇଁ ଗଠିତ କମିଟିକୁ ପୁଣି ଥର ସକ୍ରିୟ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ସେହିଭଳି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚାଷୀଙ୍କୁ ଦଲାଲ କହିଥିବାରୁ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ପ୍ରଦୀପ ପୁରୋହିତ ।

ପୂର୍ବରୁ ବିଜେପି ରାଜ୍ୟ ସଭାପତି ମଧ୍ୟ ଚାଷୀଙ୍କ ସମସ୍ୟା ବିଶେଷ କରି ଧାନ ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ । ମଣ୍ଡିରୁ ଧାନ ଉଠା ସରୁନି, ହେଲେ ଡେଡ୍‌ଲାଇନ ସରିଯାଉଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ସମୀର ମହାନ୍ତି । ଜୁଲାଇ ୧୫ ଯାଏଁ ଡେଡ୍‌ଲାଇନ୍ ବୃଦ୍ଧି, ଅଚଳ ଟୋକନକୁ ପୁଣି କାର୍ଯ୍ୟକ୍ଷମ କରିବା ଏବଂ ପଞ୍ଜୀକୃତ ଚାଷୀଙ୍କଠୁ ଧାନ କିଣାଯାଉ ବୋଲି ଦାବି କରିଥିଲେ । କେବଳ ବିନିକା କି ବରଗ଼ଡ଼ ନୁହେଁ, ଆହୁରି ଅନେକ ସ୍ଥାନରେ ଚାଷୀ ମିଲରଙ୍କୁ ଅପେକ୍ଷା କରି ନିରାଶ ହେଉଥିବା ସେ କହିଥିଲେ ।