/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628776660.jpg)
Rahul gandhi
ନୂଆଦିଲ୍ଲୀ: ଅବଧି ପୂର୍ବରୁ ସସଂଦର ମୌସୁମୀ ଅଧିବେଶନ ଶେଷ କରିବାକୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ଜାଣିଶୁଣି ଅଧିବେଶନକୁ ଆଗୁଆ ସାରିବା ସହ ଲୋକସଭାକୁ ମୁଲତବି ଘୋଷଣା କରିଛନ୍ତି । ଏନେଇ ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ବିବୃତି ଜାରି କରିଛନ୍ତି । ସଂସଦୀୟ ଗଣତନ୍ତ୍ର ପ୍ରତି କେନ୍ଦ୍ର ସରକାରଙ୍କର ସମ୍ମାନ ନଥିବା ଏହା ସୂଚାଉଚି ବୋଲି ବିରୋଧୀ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ସଂସଦରେ ପେଗାସସ ଗୁଇନ୍ଦାଗିରି, କୃଷକ ଆନ୍ଦୋଳନ, ମୁଦ୍ରାସ୍ଫିତି ଓ ଦେଶର ଅର୍ଥନୀତି ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଚାହୁଁଥିଲେ । କିନ୍ତୁ ସରକାର ବିରୋଧୀଙ୍କ ସ୍ୱର ନ ଶୁଣି ସଂସଦକୁ ମୁଲତବି କରାଇଦେଲେ । କେନ୍ଦ୍ର ସରକାର ସଂସଦୀୟ ଗଣତନ୍ତ୍ରରେ ବିଶ୍ୱାସ କରୁନଥିବା ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ବୋଲି ବିରୋଧୀ କହିଛନ୍ତି ।
Also Read
ଖାଲି ସେତିକି ନୁହେଁ, ସଂସଦରେ ଅଚଳାବସ୍ଥାକୁ ନେଇ କେନ୍ଦ୍ରକୁ ଦୋଷ ଦେବା ସହ ବିରୋଧୀ ଦଳ କହିଛନ୍ତି ଯେ, ସମସ୍ୟାର ସମାଧାନ ଲାଗି ବିରୋଧୀ ଦଳଗୁଡ଼ିକ ସବୁବେଳେ ଚାହିଁଥିଲେ । ଆଲୋଚନା ମାଧ୍ୟମରେ ସଂସଦର ଅଚଳାବସ୍ଥା ଦୂର କରାଯାଇ ପାରିବ ବୋଲି ବିରୋଧୀ କହି ଆସିିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏନେଇ ଆଗ୍ରହ ଦେଖାଇନଥିବା ବିରୋଧୀ ଅଭିଯୋଗ କରିଛନ୍ତି ।
ସଂସଦର ବିଧି ବ୍ୟବସ୍ଥାକୁ ଏଡ଼ାଇ ସଂଖ୍ୟାଗରିଷ୍ଠ ବଳରେ କେନ୍ଦ୍ର ସରକାର ନିଜର ବିଲ୍ ଗୁଡ଼ିକୁ ପାରିତ କରିନେଇ ସଂସଦୀୟ ଗଣତନ୍ତ୍ରକୁ ଅପମାନ କରିଥିବା ବିରୋଧି କହିଛନ୍ତି । ସରକାରଙ୍କ ଦୋଷ ଦୁର୍ବଳତା ଉପରୁ ଧ୍ୟାନ ହଟାଇବା ଲାଗି ନିଜେ ପ୍ରାୟୋଜିତ ଭାବେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରି ବିରୋଧୀଙ୍କ ଉପରେ ଦୋଷ ଲଦୁଥିବା ମଧ୍ୟ ବିବୃତିରେ କୁହାଯାଇଛି ।
ସେହିଭଳି ବିବୃତି ଜାରି ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଗୋଟିଏ ରାଲି କରିଥିଲେ । ସଂସଦ ଭବନରୁ ବିଜୟ ଚୌକ ଯାଏ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରି ପଦଯାତ୍ରା କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ଶୋଭାଯାତ୍ରା କରି ବିଜୟ ଚୌକ ଆସିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)