• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ପୁଣି ବର୍ଷିଲେ ବିଶେଶ୍ୱର

  • କହିଲେ, ଜିଲ୍ଲାପାଳ ବିଜେଡ଼ି ସଭାପତି ପରି କାମ କରୁଛନ୍ତି

ମୟୂରଭଂଜ: ପୁଣି ମୟୂରଭଂଜ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଲେ ଜିଲ୍ଲାପାଳ, ଜିଲ୍ଲା ବିଜେଡି ସଭାପତି ଭଳି କାର୍ଯ୍ୟ କରୁଛନ୍ତି । ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କିଭଳି ସମ୍ମାନ ଦିଆଯାଏ ଜିଲ୍ଲାପାଳ ତାହା ଜାଣିନାହାନ୍ତି।

ଆଗୁଆ ଗସ୍ତ ସୂଚନା ଦେଇଥିଲେ ବି ସର୍କିଟ ହାଉସରେ ଅବ୍ୟବସ୍ଥା ଥିଲା । କେନ୍ଦ୍ରମନ୍ତ୍ରୀଙ୍କୁ ମିଳୁଥିବା VIP ସୁଟ୍ ନଦେଇ ଛୋଟ ରୁମ୍ ଦେଇଥିଲା ଜିଲ୍ଲା ପ୍ରଶାସନ। VIP ସୁଟ୍ ଜଣେ ଡାଇରେକ୍ଟରଙ୍କୁ ଦିଆଯାଇଥିଲା । ସରକାରୀ ଅଧିକାରୀମାନେ BJD କାର୍ଯ୍ୟକର୍ତ୍ତା ଭଳି କାମ କରୁଛନ୍ତି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ।