Advertisment

ଅଜବ ଚୋର ; ଝିଅ ଦେଖିବାକୁ ଯାଇ ଚୋରି କଲା ମୋବାଇଲ ଫୋନ

ଚୋରର ଅଭ୍ୟାସ ଚୋରି କରିବା। ସେ ଯେଉଁଠିକୁ ବି ଯାଉ, ସ୍ଥିତି ଯାହା ବି ହେଉ ଚୋର କୌଶଳ କ୍ରମେ ଚୋରି କରି ନେଇଥାଏ । ହେଲେ  ଆଜି ଜଣେ ଅଜବ ଚୋରର ଗଜବ କାହାଣୀ ବିଷୟରେ କହିବୁ।

author-image
Minati Mishra
ଅଜବ ଚୋର ; ଝିଅ ଦେଖିବାକୁ ଯାଇ ଚୋରି କଲା ମୋବାଇଲ ଫୋନ

young man stole mobile phone

ଆଗ୍ରା:ଅଭାବ, ଆବଶ୍ୟକତା ପାଇଁ ସାଧାରଣତଃ ଜଣେ ଚୋରି କରିଥାଏ। ଚୋରଙ୍କୁ ନେଇ ଏମିତି ଏକ ଧାରଣା ଆମ ସମସ୍ତଙ୍କର ଥାଏ। ହେଲେ ନା, ଚୋରର ଅଭ୍ୟାସ ଚୋରି କରିବା। ସେ ଯେଉଁଠିକୁ ବି ଯାଉ, ସ୍ଥିତି ଯାହା ବି ହେଉ ଚୋର କୌଶଳ କ୍ରମେ ଚୋରି କରି ନେଇଥାଏ।  ହେଲେ  ଆଜି ଜଣେ ଅଜବ ଚୋରର ଗଜବ କାହାଣୀ ବିଷୟରେ କହିବୁ। ଝିଅ ଦେଖିବାକୁ ଯାଇଥିବା ଜଣେ ବ୍ୟକ୍ତି ଭାବି ଶ୍ୱଶୁର ଘରୁ ମୋବାଇଲ ଚୋରି କରି ନେଇଛି। 

Advertisment

ଯୁବକ ଜଣକ ଆଗ୍ରାର। ନାଁ  ଅଜୟ ଅରଫ୍ ଅଜଗରର । ଝିଅ ଦେଖିବାକୁ ଯାଇ ଝିଅ ଘରୁ ଚୋରିକରି ଧରା ପଡ଼ିଯାଇଥିଲେ। ପରେ ତାଙ୍କର ବିବାହ ପ୍ରସ୍ତାବ ଭାଙ୍ଗି ଯାଇଥିଲା । ଏହି ଖବର ଏବେ  ଆଗ୍ରା ବରହନ ଥାନା ଅଞ୍ଚଳର ଚର୍ଚ୍ଚାରେ ବିଷୟ ହୋଇଛି। 

Advertisment

 ଖବର ଅନୁସାରେ, ଅଜୟର ବାହାଘର ପାଇଁ ଏକ ବିବାହ ପ୍ରସ୍ତାବ ପଡ଼ିଥିଲା। ପରିବାର ଲୋକେ ଅଜୟକୁ ସାଥୀରେ ନେଇ ଝିଅ ଦେଖିବାକୁ  ଯାଇଥିଲେ।  ହେଲେ ଝିଅ ଦେଖିବ କଣ,  ଝିଅ ଘରୁ ମୋବାଇଲ ଚୋରି କରିଲେ ଯୁବକ। ହଠାତ୍‌ ଘରେ ମୋବାଇଲ ଖୋଜା ପଡ଼ିଲା। କେଉଁଠୁ ନ ପାଇବାରୁ  ଝିଅ ଘର ଲୋକେ ପୁଅ ଘର ଲୋକଙ୍କୁ ସନ୍ଦେହ କରିଥିଲେ।  ପୁଅର ତଲାସି ନେବା ବେଳେ ହଜିଥିବା ମୋବାଇଲ ପୁଅର ପକେଟରୁ ବାହାରିଥିଲା। 

ଭାବି ଜ୍ୱାଇଁଙ୍କର ଏପରି କାରନାମା ଦେଖି ଝିଅ ଘର ତ ଆଶ୍ଚର୍ଯ୍ୟ ହୋଇଗଲେ। ଯାହା ବି ହେଉଏ ପରେ କନ୍ୟା ଘର ପକ୍ଷରୁ ପ୍ରସ୍ତାବକୁ ପ୍ରତ୍ୟାଖାନ କରାଯାଇଛି । ଖାଲି ପ୍ରତ୍ୟାଖାନ କଲେନି, ପୁଅ ନାଁରେ ଥାନାରେ ଏତଲା ମଧ୍ୟ ଦେଲେ। ଏହି ମାମଲାରେ ପୋଲିସ ତଦନ୍ତ କରୁ କରୁ ଆଳୁ ଖୋଳୁ ଖୋଳୁ ମହାଦେବଙ୍କ ପ୍ରକଟ ଭଳି ସଂପୃକ୍ତ ଯୁବକର କଳା କାରନାମା ସବୁ ସାମ୍ନାକୁ ଆସିଲା ।  ଯୁବକ ଜଣଙ୍କ ଚୋରି, ଲୁଟ୍ କରିବାରେ କୁଆଡ଼େ ମାହିର ।  ହେଲେ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯେ, ସାଙ୍ଗ ସାଥିଠୁ ଧାରକରଜ ଆଣିଥିବା ଟଙ୍କା ଫେରାଇବା ପାଇଁ ଏମିତି ମୋବାଇଲ-ଲାପଟପ ଇତ୍ୟାଦି ଚୋରି କରୁଥିଲା ଅଜଗର ଏବଂ ତାର ଜଣେ ସମ୍ପର୍କୀୟ।  ଏପରିକି ଶହେ ଟଙ୍କାର ବାକି ପଇସା ଫେରାଇବା ପାଇଁ ଅଜଗର ସ୍ମାର୍ଟ ଫୋନ୍ ଦେଇଦେଉଥିଲା

India News Stolen Mobile Phones
Advertisment
Advertisment